ପଞ୍ଚାୟତ ପ୍ରତିନିଧିଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ‘ଅଞ୍ଚଳର ସମସ୍ୟାକୁ ଅନୁଧ୍ୟାନ କରି ସମାଧାନର ବାଟ ବାହାର କର’

NAVEENBJD
ଜିଲ୍ଲାୱାରୀ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
ସିଧାସଳଖ ଆଲୋଚନାର ଆଜି ଥିଲା ୧୭ତମ ଦିବସ । ଏହି ଅବସରରେ କେନ୍ଦ୍ରାପଡ଼ା ଓ ମାଲକାନଗିରି ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନେ ବିଜୁ
ଜନତା ଦଳ କାର୍ଯ୍ୟାଳୟକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଉଭୟ ଜିଲ୍ଲାରେ ବିଜୁ ଜନତା ଦଳର
ଜିଲ୍ଲା ପରିଷଦ ସଭ୍ୟ ଓ ଦଳ ସମର୍ଥôତ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ବିଜୟଲାଭ କରିଥିବା ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ । ବିଶେଷକରି
କେନ୍ଦ୍ରାପଡ଼ା ବ୍ଲକ ଶ୍ୟାମସୁନ୍ଦରପୁର ସରପଞ୍ଚ ପୁଷ୍ପଲତା ସେନାପତି ୨୦୧୩ ଭୋଟ୍‍, ମହାକାଳପଡ଼ା ବ୍ଲକ ଜିଲ୍ଲା ପରିଷଦ ସଭ୍ୟା କବିତା ମଲ୍ଳିକ ୧୧୦୫୬
ଭୋଟ୍‍, ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତ ସମିତି ସଭ୍ୟ ନିରଞ୍ଜନ ବେହେରା ୧୪୩୧ ଭୋଟ୍‍, ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଓ ଗ୍ରା.ପ.
ସରପଞ୍ଚ ବଂଶୀଧର ମୁଦୁଲି ୮୬୬ ଭୋଟ୍‍, କୋରକୁଣ୍ଡା ବ୍ଲକ ତାର୍ଲକୋଟା ସମିତି ସଭ୍ୟ ଜୟ ମଣ୍ଡଳ ୧୧୩୩ ଭୋଟ ଓ ମାଲକାନଗିରି ବ୍ଲକ ଜିଲ୍ଲା ପରିଷଦ
ସଭ୍ୟ ଦହନା ତାଙ୍ଗୁଲ ସର୍ବାଧିକ ୩୯୩୮ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସମୀକ୍ଷା ଓ ଆଲୋଚନା ସମୟରେ ରାଜନଗର ବ୍ଲକ ସଭାପତି ଜୟରାମ ସେଠୀ ତାଙ୍କ ଅଞ୍ଚଳ ଲୁଣା ଅଞ୍ଚଳ ହୋଇଥିବାରୁ ପାନୀୟ ଜଳର ଘୋର ଅଭାବ
ବୋଲି ଦର୍ଶାଇବା ବେଳେ ସମିତି ସଭ୍ୟ ପ୍ରଶାନ୍ତ ନନ୍ଦ ଡାକ୍ତରଙ୍କ ଅଭାବ ଥିବା ଉଲ୍ଲେଖ କରିଥିଲେ । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡ଼ା
ଜନପ୍ରତିନିଧିଙ୍କୁ ଅଧିକ କ୍ଷମତା ପ୍ରଦାନ ଓ ଉପକୂଳ ଅଞ୍ଚଳରେ ନଳକୂପ ମାଧ୍ୟମରେ ପାଣି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଥିଲେ ।
ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାସ ମଧୁବାବୁ ପେନ୍‍ସନ୍‍ ଯୋଜନାରେ ସ୍ୱାମୀ ପରିତ୍ୟକ୍ତାଙ୍କୁ ସାମିଲ କରାଗଲେ ବହୁତ ମହିଳା ଉପକୃତ ହୋଇପାରିବେ ବୋଲି
କହିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଜୟଦେବ ଦାସ, ଜଗନ୍ନାଥ ରାଉତରାୟ ଓ ସମିତି ସଭ୍ୟା ସୁଚିତ୍ରା ସେଠୀ ପ୍ରମୁଖ ଆଳି ଠାରେ ଏକ ସବ୍‍ଟ୍ରେଜେରୀର
ଆବଶ୍ୟକତା ଅଛି ବୋଲି ଦର୍ଶାଇଥିଲେ । ମାର୍ଶାଘାଇ ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଗାହାଣ ଓ ସମିତି ସଭ୍ୟ ଅଜୟ ରାଉତ ପ୍ରମୁଖ
ମାର୍ଶାଘାଇକୁ ଏନ୍‍ଏସି ମାନ୍ୟତା ଦେବାକୁ ନିବେଦନ କରିଥିଲେ । ଗରଦପୁର ବ୍ଲକ ଉପାଧ୍ୟକ୍ଷ ନଦୀବନ୍ଧଗୁଡିକୁ ମଜଭୁତ କରି ସବୁଦିନିଆ ରାସ୍ତାରେ ପରିଣତ
କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ସେହିପରି ମାଲକାନଗିରି କାଲିମେଳା ବ୍ଲକ ସମିତି ସଭ୍ୟ ହରିବନ୍ଧୁ ହନ୍ତା ଏନ୍‍ଆର୍‍ଇଜିଏସ୍‍ରେ ବକେୟା
ପଡିଥିବା ଅର୍ଥ ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନରେ ବିଳମ୍ବ ହେଉଥିବା ଜଣାଇଥିଲେ । ଆନ୍ଧ୍ର-ଓଡ଼ିଶା ସୀମା ନିକଟ ପୋଲୁର ଠାରେ ଏକ ବ୍ରିଜ୍‍ର ଆବଶ୍ୟକତା ଥିବା
ମାନ୍ୟମକୋଣ୍ଡା ପଞ୍ଚାୟତର ସରପଞ୍ଚ ହରି ଗାଲାରି କହିଥିଲେ ।
ମୁଖ୍ୟମନ୍ତ୍ରୀ ଏହା ଶୁଣିବା ପରେ ସମସ୍ୟାଗୁଡିକୁ ଖୁବ୍‍ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିନିଧିମାନଙ୍କୁ କହିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ
ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚôବ ତାହାକୁ ସୁନିଶ୍ଚିତ କରିବା ପଞ୍ଚାୟତ ପ୍ରତିନିଧିମାନଙ୍କର ମୂଳ ଦାୟିତ୍ୱ ବୋଲି
କହିଥିଲେ । କେନ୍ଦ୍ରାପଡ଼ାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଧେଇ ଜଣାଇଥିବା ବେଳେ ମାଲକାନଗିରିର ଦୁଇ ବିଧାୟକଙ୍କୁ ଅଞ୍ଚଳର ସମସ୍ୟାକୁ ଅନୁଧ୍ୟାନ କରି
ସମାଧାନର ବାଟ ବାହାର କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ପରବର୍ତ୍ତୀ ସମୀକ୍ଷା ବୈଠକ ୬ମାସ ପରେ ଅନୁÂିତ ହେବ ଏବଂ ସେଥିରେ ଏ ଭିତରେ
ଦଳ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁÂାନର ସମୀକ୍ଷା କରାଯିବ ବୋଲି ସଭାପତି କହିଥିଲେ ।
ବୈଠକରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧି ଓ ଉଭୟ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ
ଦେଇଥିଲେ । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚôବ ସେଥିନିମନ୍ତେ ଯନôବାନ ହେବା ପାଇଁ ସେ ପ୍ରତିନିଧିମାନଙ୍କୁ ଆହ୍ୱାନ
କରିଥିଲେ । ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ, ମନ୍ତ୍ରୀ ରମେଶ ମାଝୀ, ପାଟକୁରା ବିଧାୟକ ବେଦ ପ୍ରକାଶ
ଅଗରୱାଲା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ, ମାଲକାନଗିରି ବିଧାୟକ ମାନସ
ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ମନ୍ତ୍ରୀ
ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ, କେନ୍ଦ୍ରପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକ, ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ
ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧୃବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!