କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁÂିତ ହେଲା ଇଣ୍ଡିଆନ ଅଏଲ ଫାଉଣ୍ଡେସନ ବୈଠକ ; କୋଣାର୍କ ପର୍ଯ୍ୟଟନ ବିକାଶ କାର୍ଯ୍ୟରେ ବ୍ୟୟବରାଦ ୩୫.୬ କୋଟିରୁ ବଢିଲା ୪୫ କୋଟି ଟଙ୍କାକୁ

18199005_1347279568688952_6366432225740891658_n
• ପର୍ଯ୍ୟଟକଙ୍କ ସୁବିଧା ବ୍ୟବସ୍ଥା ସହ ଲାଇଟ ଏଣ୍ଡ ସାଉଣ୍ଡ ଶୋ ଓ କୋଣାର୍କର ଇତିହାସ ନେଇ ତିଆରି
ହେବ ପ୍ରାମାଣିକ ଚିତ୍ର
• ଡିସେମ୍ବର ୨୦୧୭ ଶେଷ ସୁଦ୍ଧା ସବୁ କାମ ସମ୍ପୂର୍ଣ କରିବାକୁ ନିଷ୍ପତି
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁÂିତ ଇଣ୍ଡିଆନ ଅଏଲ ଫାଉଣ୍ଡେସନର ବୋର୍ଡ ଅଫ ଟ୍ରଷ୍ଟି ବୈଠକରେ କୋଣାର୍କ ସୂର୍ଯ୍ୟ
ମନ୍ଦିରରେ ପର୍ଯ୍ୟଟକ ସୁବିଧା ପାଇଁ କରାଯାଇଥିବା କାର୍ଯ୍ୟକୁ ଅଧିକ ଅର୍ଥ ଓ ନିର୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ନିଷ୍ପତି ନିଆ ଯାଇଛି । ଏହା ସହ ଇଣ୍ଡିଆନ ଅଏଲ ଫାଉଂଡେସନ ଦେଶର ଅନ୍ୟାନ୍ୟ ଐତିହ୍ୟ ସ୍ଥଳୀ ଗୁଡିକରେ କରାଯାଉଥିବା ବିବିଧ କାର୍ଯ୍ୟର ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିବା ଇଣ୍ଡିଆନ ଅଏଲ
ଫାଉଣ୍ଡେସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆ ଯାଇଛି ।

ଏହି ବୈଠକରେ ପୂର୍ବରୁ ଅର୍କ କ୍ଷେତ୍ର କୋଣାର୍କର ପର୍ଯ୍ୟଟନ ସୁବିଧା ବୃଦ୍ଧି ପାଇଁ ୩୫.୬୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏହି ବୈଠକରେ ଏହି ଖର୍ଚ ପରିମାଣକୁ ୪୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତି ନିଆ ଯାଇଛି । ପର୍ଯ୍ୟଟକ ମାନଙ୍କ ସୁବିଧା ବ୍ୟବସ୍ଥା ସହ ଲାଇଟ ଏଣ୍ଡ ସାଉଂଡ ପାଇଁ ଅଧିକ ବ୍ୟୟବରାଦ
ଆବଶ୍ୟକ ହୋଇଛି । ଏହା ସହ କୋଣାର୍କର ଇତିହାସ ଉପରେ ଏକ ପ୍ରାମାଣିକ ଚିତ୍ର ନିର୍ମାଣ ପାଇଁ ମଧ୍ୟ ଏହି ବୈଠକରେ ନିର୍ଣୟ କରାଯାଇଛି ।

କୋଣାର୍କ ସୂର୍ଯ୍ୟ ମନ୍ଦିରର ସମସ୍ତ ପ୍ରସ୍ତାବିତ କାର୍ଯ୍ୟ ଯେପରି ଡିସେମ୍ବର ୨୦୧୭ ମସିହା ସୁଦ୍ଧା ଶେଷ ହେବ ସେଥି ପାଇଁ ତଦାରଖ କାର୍ଯ୍ୟକୁ ଗୁରୁତ୍ୱର ସହିତ ନେଇ ନିର୍ଧାରିତ ସମୟରେ ଶେଷ କରିବା ପାଇଁ ବୈଠକରେ ସ୍ଥିର ହୋଇଛି ।

କୋଣାର୍କ ଛଡା ଖଜୁରାହୋର ପର୍ଯ୍ୟଟନ ସୁବିଧା କାର୍ଯ୍ୟକୁ ଡିସେମ୍ବର ୨୦୧୮ ସୁଦ୍ଧା ଶେଷ କରିବା, ପ୍ରାଚୀନ ହରପ୍ପାର ସ୍ଥଳ ଗୁଜରାତର କଚ୍ଛ ସ୍ଥିତ ଧୋଲାବିରା ଓ ରାଜସ୍ଥାନର ବିଶ୍ୱ ଐତିହ୍ୟ ସ୍ଥଳ ଚିତୌଡ ଗଡର ପର୍ଯ୍ୟଟନ ସୁବିଧା ବିକାଶ କରିବାକୁ ନିଷ୍ପତି ହୋଇଥିଲା ।

ଏକ ଗୁରୁତ୍ୱପୂର୍ଣ ନିଷ୍ପତି କ୍ରମେ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସୁରକ୍ଷାରେ ସାମିଲ ହୋଇ ନ ଥିବା ଅନ୍ୟାନ୍ୟ କିର୍ତୀରାଜି ଗୁଡିକୁ ମଧ୍ୟ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ହାତକୁ ନେବା ପାଇଁ ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିବା ଫାଉଂଡେସନ ପକ୍ଷରୁ ପ୍ରକାଶ କରା ଯାଇଛି ।

Share in top social networks!