ମଇ ୧୨ ତାରିଖରେ ଯୁକ୍ତ-୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଯୁକ୍ତ-୨ ବିଜ୍ଞାନ ପରୀକ୍ଷା ଫଳ ଆସନ୍ତା ମଇ ୧୨ ତାରିଖରେ ପ୍ରକାଶ ପାଇବା ଆଜି ଯୁକ୍ତ-୨ ପରୀକ୍ଷା ଫଳ ପ୍ରକାଶ ସଂପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀ ସୁନ୍ଦରଲାଲ ସିଲ୍ ଓ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ବିରଞ୍ଚ# ନାରାୟଣ ମିଶ୍ର, ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଅବଗତ କରାଇଛନ୍ତିା ବୈଷୟିକ ଓ ମେଡିକାଲର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପରିପ୍ରେକ୍ଷୀରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଯୁକ୍ତ-୨ ବିଜ୍ଞାନ ପରୀକ୍ଷା ଫଳ ଶୀଘ୍ର ପ୍ରକାଶ କରିବା ପାଇଁ କାଉନ୍ସିଲ ପକ୍ଷରୁ ପଦକ୍ଷେପ ନିଆଯାଇଥ#ଲାା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀମତୀ ରଂଜନା ଚୋପ୍ରାଙ୍କ ସହିତ ଆଲୋଚନା ପରେ ମଇ ୧୨ ତାରିଖରେ ଯୁକ୍ତ-୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ନିଷ୍ପତ୍ତି ନିଆଯାଇଛିା ଯୁକ୍ତ-୨ ବିଜ୍ଞାନ ପରୀକ୍ଷା ଫଳ ମଇ ୧୨ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଯୁକ୍ତ-୨ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବା ମଇ ମାସ ଶେଷ ସୁଦ୍ଧା ଯୁକ୍ତ-୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂତ୍ରରୁ ପ୍ରକାଶା ପୂର୍ବବର୍ଷ ପରି ଯୁକ୍ତ-୨ ବିଜ୍ଞାନ ପରୀକ୍ଷା ଫଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ େଓ୍ୱବ୍ସାଇଟ୍ www.chଟeଞ୍ଚଛiଟhଚ୍ଚ.nic.in ଏବଂ hଟ୍ଟଟ୍ଟଞ୍ଛ://ଞ୍ଚriଟଟଚ୍ଚreଟଫଝଟ୍ଟଟ.nic.in ରେ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂତ୍ରରୁ ପ୍ରକାଶା
ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୬ ତାରିଖରୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଯୁକ୍ତ-୨ ପରୀକ୍ଷା ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥ#ଲାା ରାଜ୍ୟର ୧୫୦୫ଟି ମହାବିଦ୍ୟାଳୟର ମୋଟ ୩ ଲକ୍ଷ ୮୦ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥ#ଲୋ ବିଜ୍ଞାନରେ ୯୧ ହଜାର ୭୪୦ ଜଣ ପରୀକ୍ଷା ଦେଇଥ#ବା ବେଳେ କଳାରେ ୨ ଲକ୍ଷ ୬୦ ହଜାର ୬୭୯ ଜଣ ଏବଂ ବାଣିଜ୍ୟରେ ୨୮ ହଜାର ୫୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥ#ଲୋ ପରୀକ୍ଷା ସୁପରିଚାଳନା ନିମନ୍ତେ ୨୦୨ଟି ପରୀକ୍ଷା ମ୍ୟାନେଜ୍ମେଣ୍ଟ ହବ୍ କରାଯାଇଥ#ଲାା

Share in top social networks!