ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ବର୍ଷ ପୂର୍ତି ; ୨୦୧୬-୧୭ ଆର୍ଥିକ ବର୍ଷରେ ୧.୫ କୋଟି ସଂଯୋଗ ଲକ୍ଷ୍ୟ ଧ୍ୟାର୍ଯ୍ୟ ଥିବା ବେଳେ ଲକ୍ଷ୍ୟ ପାର ହୋଇ ଦିଆ ଯାଇଛି ୨.୨୦ କୋଟି ସଂଯୋଗ – ଧର୍ମେନ୍ଦ୍ର ପ୍ରଧାନ

• ୨୦୧୬-୧୭ ଆର୍ଥିକ ବର୍ଷରେ ତୈଳ ବିପଣନକାରୀ କମ୍ପାନୀ ମାନେ ସମଗ୍ର ଦେଶରେ ଦେଇଛନ୍ତି
୩.୨୫ କୋଟି ନୂଆ ଏଲପିଜି ସଂଯୋଗ
• ୨୦୧୪ ମସିହାରେ ଦେଶରେ ମୋଟ ୧୪ କୋଟି ଏଲପିଜି ଗ୍ରାହକ ଥିଲା ବେଳେ ଏହା ବର୍ତମାନ
ଏହା ପହଂଚିଠି ୨୦ କୋଟିରେ
• ଗୋଟିଏ ବର୍ଷରେ ନୂଆ ଏଲପିଜି ସଂଯୋଗ ପ୍ରଦାନ କରିବାରେ ଏହା ସବୁଠାରୁ ଅଧିକ
• ୮୫ ପ୍ରତିଶତ ନୂଆ ଗ୍ରାହକ ପୁଣି ଥରେ ସିଲିଣ୍ଡର ରିଫିଲ କରିବାକୁ ଆସୁଛନ୍ତି
• ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ୩୮ ପ୍ରତିଶତ ହିତାଧିକାରୀ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି
ବର୍ଗର
• ଗତ ତିନି ବର୍ଷ ମଧ୍ୟରେ ଦେଶରରେ ବିଶେଷ ଭାବରେ ଗ୍ରାମ୍ୟ ଅଂଚଳରେ ୪୬୦୦ ନୂଆ ବିତରକଙ୍କୁ
ଯୋଡା ଯାଇଛି
• ଏଲପିଜିର ସୁରକ୍ଷିତ ବ୍ୟବହାର ଉପରେ ସରକାରଙ୍କ ଗୁରୁତ୍ୱ
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ନୂଆ ସଂଯୋଗ ପ୍ରଦାନ ନେଇ ରଖା ଯାଇଥିବା ଲକ୍ଷ୍ୟକୁ ଅତିକ୍ରମ କରିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ସେ କହିଛନ୍ତି ଯେ ବିପିଏଲ ପରିବାରର ମହିଳା ମାନଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରିବାକୁ ଏ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତମାନ ଯାଏ ୨.୨୦ କୋଟି ପରିବାରକୁ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି । ଏହି ଆର୍ଥିକ ବର୍ଷରେ ୧.୫ କୋଟି
ପରିବାରକୁ ଏଲପିଜି ସଂଯୋଗ ପ୍ରଦାନ କରାଯିବାକୁ ଲକ୍ଷ୍ୟ ଧ୍ୟାର୍ଯ୍ୟ କରାଯାଇଥିଲା ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ଶୁଭାରମ୍ଭ ୨୦୧୬ ମଇ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲିଆ ଠାରେ କରିଥିଲେ ।s20170505102003

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୬-୧୭ ଆର୍ଥିକ ବର୍ଷରେ ତୈଳ ବିପଣନକାରୀ କମ୍ପାନୀ ମାନେ ସମଗ୍ର ଦେଶରେ
୩.୨୫ କୋଟି ନୂଆ ଏଲପିଜି ସଂଯୋଗ ପ୍ରଦାନ କରିଛନ୍ତି । କୌଣସି ଗୋଟିଏ ବର୍ଷରେ ନୂଆ ଏଲପିଜି ସଂଯୋଗ
ପ୍ରଦାନ କରିବାରେ ଏହା ସବୁଠାରୁ ଅଧିକ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ୨୦୧୪ ମସିହାରେ
ଦେଶରେ ମୋଟ ୧୪ କୋଟି ଏଲପିଜି ଗ୍ରାହକ ଥିଲା ବେଳେ ଏହା ବର୍ତମାନ ୨୦ କୋଟିରେ ପହଂଚିଥିବା ସେ
ସୂଚନା ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଏଲପିଜି ଚାହିଦାର ବୃଦ୍ଧି ହାର୧୦ ପ୍ରତିଶତ ବଢିଛି । ଗତ ତିନି ବର୍ଷ ମଧ୍ୟରେ
ଦେଶରରେ ବିଶେଷ ଭାବରେ ଗ୍ରାମ୍ୟ ଅଂଚଳରେ ୪୬୦୦ ନୂଆ ବିତରକଙ୍କୁ ଯୋଡା ଯାଇଥିବା ଶ୍ରୀ ପ୍ରଧାନ
କହିଛନ୍ତି ।
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୮୫ ପ୍ରତିଶତ
ନୂଆ ଗ୍ରାହକ ପୁଣି ଥରେ ସିଲିଣ୍ଡର ରିଫିଲ କରିବାକୁ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ୩୮ ପ୍ରତିଶତ
ହିତାଧିକାରୀ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାକୁ ହିତାଧିକାରୀ, ନିର୍ବାଚିତ ଜନ ପ୍ରତିନିଧି, ଜଣାଶୁଣା
ବ୍ୟକ୍ତିତ୍ୱ ଓ ସ୍ଥାନୀୟ ପ୍ରଶାସନର ଭାଗିଦାରୀରେ କ୍ରିୟାନ୍ୱୟନ କରାଯାଉଛି ।
ଏହି ଯୋଜନା ସମ୍ପର୍କରେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଏହାକୁ ଲୋକପ୍ରିୟ କରାଇବା
ତଥା ହିତାଧିକାରୀ ମାନଙ୍କୁ ସୁରକ୍ଷା ସମ୍ପର୍କିତ ସୂଚନା ପ୍ରଦାନ କରିବାକୁ ବିଭିନ୍ନ ଭାରତୀୟ ଭାଷାରେ ସଂଚାର
ସମ୍ବନ୍ଧୀୟ ରଣନୀତି ହାତକୁ ନିଆଯାଇଛି । ଏହି ଯୋଜନାର କାର୍ଯ୍ୟକାରିତାକୁ ସବୁ ଦିଗରୁ ତଦାରଖ ଓ ସମୀକ୍ଷା
କରାଯାଉଥିବା ସେ ପ୍ରକାଶ କରିଛନ୍ତି । ଏହି ଯୋଜନା ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇଛି ଓ
ହିତାଧିକାରୀ ମାନେ ନିଜେ ଆସି ସିଲିଣ୍ଡର ପାଇଁ ଆବେଦନ କରୁଥିବା ସେ କହିଛନ୍ତି ।
ଏହି ଅସହରରେ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ତୈଳ ବିପଣନ କମ୍ପାନୀ ଗୁଡିକ
ଦ୍ୱାରା ଏହି ଯୋଜନାର କାର୍ଯ୍ୟକାରିତାରେ କରାଯାଉଥିବା ଡିଜିଟାଲ ଗଭର୍ଣାନ୍ସ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଉଜ୍ୱଳା ଯୋଜନାରେ ହିତାଧିକାରୀ ଚିହ୍ନଟ ଓ ଚୟନ ପ୍ରକ୍ରିୟାକୁ ଡିଜିଟାଲ ମାଧ୍ୟମରେ କରାଯାଉଥିବା ବେଳେ
ହିତାଧିକାରୀ ମାନଙ୍କର କେବାଇସିକୁ ଡିଜିଟାଲ ଭାବେ ପୂରଣ କରିବା, ପହଲ ଜରିଆରେ ହିତାଧିକାରୀଙ୍କ ଖାତାରେ
ରିହାତି ଟଙ୍କା ପହଂଚାଇବା, ଆଇଟି ବିଶିଷ୍ଟ ଡ୍ୟାସବୋର୍ଡ ଜରିଆରେ ଦୈନିକ ଉଜ୍ୱଳା ଯୋଜନା କାର୍ଯ୍ୟକାରିତାକୁ
ତଦାରଖ କରିବା ଆଦି କାମ କରା ଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି । କେଉଁ ସ୍ଥାନରେ ନୂତନ ଏଲପିଜି ବିତରକର
ଆବଶ୍ୟକତା ରହିଛି ତାକୁ ବାଛିବା ଓ ନୂତନ ଏଲପିଜି ବିତରକ ନିଯୁକ୍ତ କରିବା ପ୍ରସଙ୍ଗରେ ମଧ୍ୟ ଟେକ୍ନୋଲଜିର
ସାହାଯ୍ୟ ନିଆ ଯାଉଛି ।
ଜିଲ୍ଲା ସ୍ତରରେ କାମ କରୁଥିବା ତୈଳ ବିପଣନ କମ୍ପାନୀ ମାନଙ୍କର ଡିଷ୍ଟ୍ରିକ୍ଟ ନୋଡାଲ ଅଫିସର (ଡିଏନଓ) ମାନଙ୍କ
ପ୍ରୟାସ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ଏମାନେ
ହେଉଛନ୍ତି ସୈନିକ ଓ ସେମାନେ ଜିଲ୍ଲାରେ ବିଭିନ୍ନ ଅଂଶଧାରକ ମାନଙ୍କ ସହ ସମନ୍ୱୟ ସ୍ଥାପନା କରି କାମକୁ
ସୁରୁଖୁରରେ କରିଥାନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ବରିÂ ଅଧିକାରୀ ମାନେ ବିଭିନ୍ନ ଜିଲ୍ଲା
ଗସ୍ତ କରି ହିତାଧିକାରୂୀ ମାନଙ୍କର ଫିଡ ବ୍ୟାକ ଗ୍ରହଣ କରିଛନ୍ତି । ମୋଟ ୬୫୦ ଜିଲ୍ଲାକୁ ଅଧିକାରୀ ମାନେ ଗସ୍ତ
କରି ସାରିଛନ୍ତି ।
ଏଲପିଜିର ସୁରକ୍ଷିତ ବ୍ୟବହାର ଉପରେ ଜୋର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ୱଳା
ଯୋଜନାରେ ହିତାଧିକାରୀ ମାନଙ୍କର ଘରକୁ ମେକାନିକ ଯାଇ ଏଲପିଜି ସଂଯୋଗ ପ୍ରଦାନ କରିବା ଓ ତାଙ୍କୁ
ସୁରକ୍ଷା ସମ୍ପର୍କରେ ସୂଚନା ଦେବା ଭଳି ପଦକ୍ଷେପ ନିଆ ଯାଉଛି । ଦେଶ ସାରା ନିୟମିତ ଭାବରେ ହିତାଧିକାରୀ
ମାନଙ୍କୁ ଏଲପିଜି ବ୍ୟବହାରରେ ସୁରକ୍ଷା ସମ୍ପର୍କରେ ସଚେତନ କରାଇବାକୁ ସୁରକ୍ଷା କ୍ଲିନିକ ଓ କ୍ୟାମ୍ପ ମାନ
ଆୟୋଜିତ କରାଯାଉଛି ।
ମହିଳାଙ୍କୁ ମିଳିଲା ସମ୍ମାନ. ଏହା ହିଁ ହେଉଛି ଉଜ୍ଜଳାର ପହଚାନ ବୋଲି ଶେଷରେ ଶ୍ରୀ ପ୍ରଧାନ କହିଥିଲେ ।

Share in top social networks!
Powered By Indic IME