ବାରିପଦାରେ ପ୍ରସ୍ତାବିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଏମସିଆଇ ଅନୁମତି ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାରିପଦା ସ୍ଥିତ ନିର୍ମାଣାଧୀନ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଦ୍ୱିତୀୟ ଏମସିଆଇ ଟିମ ପଠାଇବା ସହ ଏହି କଲେଜରେ ଚଳିତ ଶିକ୍ଷାବର୍ଷରୁ ନାମ ଲେଖା ପାଇଁ ଅନୁମତି ପ୍ରଦାନ ସମ୍ପର୍କରେ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ପେଟ୍ରାଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୟୁରଭଞ୍ଜର ଡ. ପ୍ରିୟବ୍ରତ ମାଝୀଙ୍କର ଏ ସମ୍ବନ୍ଧୀୟ ଅନୁରୋଧ ପତ୍ର ପାଇବା ପରେ ଶ୍ରୀ ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରସ୍ତାବିତ ଏହି ମେଡିକାଲ କଲେଜରେ ବାର୍ଷିକ ଶହେ ଜଣ ଛାତ୍ର ଛାତ୍ରୀଙ୍କ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରସ୍ତାବ ରହିଛି । ଏହି ମେଡିକାଲ କଲେଜ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଅନୁଦାନ ଯୋଜନାରେ (ସେଂଟ୍ରାଲି ସ୍ପନସ୍ପୋର୍ଡ ସ୍କିମ) ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିÂିତ ହେଉଛିା
ଏହି ପ୍ରସ୍ତାବିତ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ପାଖା ପାଖି ସଂପୂର୍ଣ ହୋଇ ସାରିଛି । ଏମସିଆଇ ଦ୍ୱିତୀୟ ର ଅନୁଧ୍ୟାନ କରି ଏହାର ଆକଳନ ରିପୋର୍ଟ ଦେବା ପରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇ ପାରିବ । ଏହା ପୂର୍ବରୁ କୋରାପୁଟ ଠାରେ ଏହିପରି ଏକ ମେଡିକାଲ କଲେଜ ପାଇଁ ଏମସିଆଇ ଅନୁମତି ପ୍ରଦାନ କରି ସାରିଛି ।
ଏହି ପରିପ୍ରେକ୍ଷୀରେ ଡ. ରଘୁନାଥ ମୁର୍ମୁ ମେଡିକାଲ କଲେଜ ବାରିପଦାକୁ ଅନୁମତି ପାଇଁ ସହୃହଦୟତାର ସହିତ ବିଚାର କରି ଅନୁମତି ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଡାକ୍ତରଖାନା କାର୍ଯ୍ୟକାରୀ ହେଲେ ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲା ସମେତ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗର ଲୋକ ମାନେ ମଧ୍ୟ ଲାଭବାନ ହେବେ ।

Share in top social networks!