ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଅବସରରେ ରାଜ୍ୟବ୍ୟାପୀ ଅନୁଚିନ୍ତନୀୟ କାର୍ଯ୍ୟକ୍ରମ

bjp
ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ସମାଜବିଜ୍ଞାନୀ, ରାଜନୀତି ବିଜ୍ଞାନୀ, ବିଶିଷ୍ଟ ଐତିହାସିକ, ସାମ୍ବାଦିକ ତଥା ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ ସ୍ୱର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ ପ୍ରକୋÂରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜନ୍ମ ଶତବାର୍ଷିକୀ ସମାରୋହ ଉତ୍ସବର ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁÂିତ ହୋଇଯାଇଛି ।
ଚଳିତ ବର୍ଷ ମଇ ମାସ ୧୫ ତାରିଖ ସୁଦ୍ଧା ପ୍ରତି ଜିଲ୍ଲାରେ ୧୧ ଜଣିଆ କମିଟି ପ୍ରତି ମଣ୍ଡଳରେ ଜଣେ ସଂଯୋଜକ, ଜଣେ ସହ ସଂଯୋଜକଙ୍କ ସମେତ ୧୧ ଜଣିଆ କମିଟି ଗଠନ କାର୍ଯ୍ୟ ଶେଷ କରିବାକୁ ନିଷ୍ପତି ନିଆଯାଇଛି । ସେହିପରି ମଇ ୧୪ରୁ ୨୧ ମଧ୍ୟରେ ଜିଲ୍ଲା ସଭାପତି, ପ୍ରଭାରୀ, ସଂଯୋଜକ ଓ ସହ ସଂଯୋଜକ ବୈଠକ ବସିବ ଓ ମଇ ୧୫ରୁ ୩୧ ପର୍ଯ୍ୟନ୍ତ ପ୍ରତି ଜିଲ୍ଲାରୁ ବୁଥ୍ ସ୍ତର ପର୍ଯ୍ୟନ୍ତ ‘ସ୍ୱଚ୍ଛ ଭାରତ ଅଭିଯାନ’ । ୬୭୮୫ ପଂଚାୟତ ସମେତ ୧୯୭୮ ଟି ସହରୀ କେନ୍ଦ୍ରକୁ ମିଶାଇ ମୋଟ ୮୬୭୮ ଶକ୍ତିକେନ୍ଦ୍ରରେ ଏହା କାର୍ଯ୍ୟକାରୀ ହେବ । ପ୍ରତି ମଣ୍ଡଳ ସ୍ତରରେ ଅନୂ୍ୟନ ୨୦ ଜଣ କରି ସ୍ୱେଚ୍ଛାସେବୀ ନିର୍ମାଣ କରାଯିବ ।
ମଇ ୨୦ରୁ ଜୁନ ୦୬ ମଧ୍ୟରେ ଅନୂ୍ୟନ ୧୦ ହଜାର ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ବିସ୍ତାରକ ପ୍ରଶିକ୍ଷଣ ମଇ ୨୬ରୁ ଜୁନ ୨୬ ମଧ୍ୟରେ କେନ୍ଦ୍ର ସରକାରଙ୍କର ୩ ବର୍ଷ ପୂର୍ତି ଅବସରରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା, ବ୍ୟାନର, ଲିଫଲେଟ୍, ପୋଷ୍ଟର, କାନ୍ଥଲିଖନ, ଷ୍ଟିକର ବଂଟନ ଏବଂ ସାଧାରଣ ସଭା ଅନୁÂିତ ହେବ । ଏହି ଅଭିଯାନରେ ମୁଖ୍ୟ କାର୍ଯ୍ୟକ୍ରମ ରୂପେ ‘ଗରିବ କଲ୍ୟାଣ ଯାତ୍ରା’ ଆରମ୍ଭ କରାଯିବ ।
ଜୁନ ମାସ ୧ରୁ ୭ ତାରିଖ ମଧ୍ୟରେ ପ୍ରତି ମଣ୍ଡଳରେ ଯୋଗ ସମିତି ଗଠନ ହେବ । ଜୁନ ୨୧ରୁ ୩୦ ମଧ୍ୟରେ ମଣ୍ଡଳ, ଶକ୍ତିକେନ୍ଦ୍ର, ବିଦ୍ୟାଳୟ, ମହାବିଦ୍ୟାଳୟ ଆଦିରେ ନିୟମିତ ଭାବେ ଯୋଗ କାର୍ଯ୍ୟକ୍ରମ କରାଯିବ । ସେହିପରି ଜୁନ ୨୩ରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର ଅନୁÂିତ ହେବ । ଏହିକ୍ରମରେ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରତି ଶନିବାର ଦିନ କମିଟିର କାର୍ଯ୍ୟକର୍ତାଙ୍କ ଦ୍ୱାରା ସୂର୍ଯ୍ୟ ନମସ୍କାର ଓ ପ୍ରାଣାୟାମ କାର୍ଯ୍ୟକ୍ରମ କରାଯିବ । ସେହିପରି ଜୁଲାଇ ୧ରୁ ୧୫ ମଧ୍ୟରେ ଏକାତ୍ମମାନବ ଦର୍ଶନ ଉପରେ ଆଲୋଚନା ହେବ । ଏକାତ୍ମମାନବ ଦର୍ଶନର ସଫଳ ପ୍ରୟୋଗାତ୍ମକ ଦିଗ ଉପରେ ସଂଗୋÂୀ ମାନେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ପର୍ଯ୍ୟାବରଣ ଓ ଆର୍ଥିକ ଦିଗ ଉପରେ ଆଲୋଚନା କରିବେ । ଏକାତ୍ମମାନବ ଦର୍ଶନ ଆଧାରରେ କୁଶିକ୍ଷା, ଅନ୍ଧବିଶ୍ୱାସ, ଜାତିଭେଦ, ଉଗ୍ରବାଦୀ ଗତିବିଧି ନିୟନ୍ତ୍ରଣ ପାଇଁ ଅନୁକୂଳ ଜନମତ ସୃଷ୍ଟି ପାଇଁ ପ୍ରୟାସ କରାଯିବ । ଏହାବ୍ୟତୀତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂଗୋÂୀ ନିର୍ମାଣ କରି ଆଲୋଚନା ଚକ୍ର, ପ୍ରବନ୍ଧ ଓ କୁଇଜ୍ ଆଦି ପ୍ରତିଯୋଗିତା ଅନୁÂିତ ହେବ ।
ଜୁଲାଇ ୧ରୁ ଅଗଷ୍ଟ ୧୫ ମଧ୍ୟରେ ବୃକ୍ଷରୋପଣ ଅଭିଯାନ ଚାଲିବ । ଏହିକ୍ରମରେ ଦୀନଦୟାଲଙ୍କ ନାମରେ ଉପବନ ଓ ଉଦ୍ୟାନ ସୃଷ୍ଟି କରାଯିବ । ସେହିପରି ଅଗଷ୍ଟ ୧ରୁ ୧୫ ମଧ୍ୟରେ ଦେଶର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ଉଦେ୍ଧଶ୍ୟରେ ଆଲୋଚନା ଚକ୍ର ସଂପୂର୍ଣ୍ଣ ବନେ୍ଦମାତରମ୍ ଅଭ୍ୟାସ, ପରିବେଷଣ ଓ ଦେଶାତ୍ମବୋଧ ଗୀତ ପ୍ରତିଯୋଗିତା ଅନୁÂିତ ହେବ ।
ଅଗଷ୍ଟ ୧୫ରୁ ୩୦ ମଧ୍ୟରେ ଯୁବ ମୋର୍ଚ୍ଚା ଦ୍ୱାରା ସ୍ଥାନୀୟ ଅଂଚଳରେ କ୍ରୀଡ଼ା ପ୍ରତିଯୋଗିତା ଏବଂ ମହିଳା ମୋର୍ଚ୍ଚା ଦ୍ୱାରା ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କ୍ରୀଡ଼ା ପ୍ରତିଯୋଗିତା ଅନୁÂିତ ହେବ । ଏହାଦ୍ୱାରା ମହିଳା ସଂଗୋÂୀ ଗଠନ ଓ ବୃତିମୂଳକ ଶିକ୍ଷା ଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ପାଇଁ ଉଦ୍ୟମ କରାଯିବ ।
ସେପ୍ଟେମ୍ବର୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଗ୍ରାମାଂଚଳ ଓ ସହରରେ ବସ୍ତିମାନଙ୍କରେ-ନିଶାମୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ବିକାଶ, ପାନୀୟ ଜଳ, ବିଦୁ୍ୟତ୍ ଏବଂ ସ୍ୱଚ୍ଛତାରୁ ସୁସ୍ଥତା ଆଦି ବିଭିନ୍ନ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯିବ ।
ସେପ୍ଟେମ୍ବର ୨୫ ତାରିଖରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକ ସମାରୋପ ଉତ୍ସବ ଅନୁÂିତ ହେବ ବୋଲି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜନ୍ମ ଶତବାର୍ଷିକୀ କମିଟିର ଆବାହକ ତଥା ରାଜ୍ୟ ବିଜେପିର ଉପସଭାପତି ନୟନ କିଶୋର ମହାନ୍ତି ପ୍ରକାଶ କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ ବିଜେପିର ବରିÂ ନେତା ପ୍ରତାପ ଷଡ଼ଙ୍ଗୀ, ଉପସଭାପତି ବିଷ୍ଣୁ ସେଠୀ, ସାଧାରଣ ସମ୍ପାଦକ ରଂଜନ କୁମାର ପଟେଲ, ସଦସ୍ୟ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଦେବେନ୍ଦ୍ର ନନ୍ଦ ଏବଂ କାର୍ଯ୍ୟାଳୟ ପ୍ରଭାରୀ ଭୂବନାନନ୍ଦ ତ୍ରିପାଠୀଙ୍କ ସମେତ ରାଜ୍ୟର ପ୍ରତି ଜିଲ୍ଲା ଓ ମଣ୍ଡଳ ସ୍ତରରୁ ଆସିଥିବା ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।

Share in top social networks!