ଭଦ୍ରକ ଶାନ୍ତି ସଦ୍ଭାବନା ସମିତିର ସାଧାରଣ ପରିଷଦ ବୈଠକ ; ସ୍ଥାୟୀ ଶାନ୍ତି-ସଦ୍ ଭାବନା ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ

bhadrak
ଭଦ୍ରକରେ ଶାନ୍ତି ପ୍ରତିÂା ତଥା ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ନିମନ୍ତେ ଗଠନ କରାଯାଇଥିବା ଭଦ୍ରକ ଶାନ୍ତି ସଦ୍ଭାବନା ସମିତିର ସାଧାରଣ ପରିଷଦ ବୈଠକ ଗରଦପୁର ସ୍ଥିତ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ଆୟୋଜିତ ହୋଇଯାଇଛି । ସାମ୍ୟବାଦୀ ନେତ୍ରୀ ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁÂିତ ଏହି ବୈଠକରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ଗାନ୍ଧୀ ପରିବାରର ରାଜ୍ୟ ସଂଯୋଜିକା କୃଷ୍ଣା ମହାନ୍ତି ଯୋଗଦେଇ କହିଥିଲେ ଯେ, ଭଦ୍ରକରେ ଉଭୟ ହିନ୍ଦୁ ଓ ମୁସଲମାନ ସାଧାରଣ ମଣିଷମାନେ ଏକ ଯୋଜନାବଦ୍ଧ ଦଙ୍ଗାକୁ ବିଫଳ କରିବାରେ ସଫଳ ହୋଇଛନ୍ତି । ଭାରତ ବର୍ଷରେ ଭଦ୍ରକର ଏକ ସ୍ୱତନ୍ତ୍ର ପରିଚିତି ରହିଛି । ଯାହାର ପ୍ରମାଣ ହେଉଛି ବୀର ମାଟି ଇରମ । ବର୍ତ୍ତମାନ ପୁନଃ ସେହି ଶାନ୍ତି ସୈନିକମାନଙ୍କର ଆବଶ୍ୟକତା ରହିଛି । ଭଦ୍ରକ ପୁନର୍ବାର ଶାନ୍ତି ସୈନିକ ତିଆରିକରି ସାରା ଦେଶ ପାଇଁ ଭାଇଚାରାର ସନେ୍ଦଶ ଦେଉ । ଉକôଳ ଗାନ୍ଧୀ ସ୍ମାରକ ନିଧିର ସଭାପତି ପ୍ରହ୍ଲାଦ କୁମାର ସିଂହ ଏହି ସଭାରେ ଯୋଗ ଦେଇ କହିଲେ ଯେ, ଭାରତର ସ୍ୱାଧୀନତା ଆନେ୍ଦାଳନ ତଥା ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଭଦ୍ରକର ଗୁରୁତ୍ୱପୁର୍ଣ୍ଣ ଅବଦାନ ରହିଛି । ଏହାକୁ ଚିରସ୍ଥାୟୀ କରିବା ନିମନ୍ତେ ଭଦ୍ରକ ବାସୀ ପ୍ରୟାସ କରିବା ଆବଶ୍ୟକ । ବିଶିଷ୍ଟ ଗାନ୍ଧୀବାଦୀ ଡଃ. ଧନଦାକାନ୍ତ ମିଶ୍ର ଏହି ଅବସରରେ କହିଲେ ଯେ, ଆମକୁ ଧର୍ମାଭିମାନ ଛାଡ଼ି ଧର୍ମ ଆଚରଣ କରିବାକୁ ପଡ଼ିବ । ଏପରି ହେଲେ ଯାଇ ଧର୍ମ ସମନ୍ୱୟ ସ୍ଥାପିତ ହୋଇ ପାରିବ ।
ଏହି ଅବସରରେ ସମିତିର ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ସେଥିରେ ମହମ୍ମଦ ବାରି, ସନାତନ ମହାନ୍ତି, ବ୍ରଜ ମୋହନ ମିଶ୍ର, ନିରାକାର ଜେନା, ରାଖାଲ ଚନ୍ଦ୍ର ଦାସ, ସଚ୍ଚିଦାନନ୍ଦ ମହାନ୍ତି, ପ୍ର. ମନୱରହୁସେନ ଖାଁ, ଲଲାଟେନ୍ଦୁ ମହାନ୍ତି, ସୁରଜିତା ନାୟକ, ଉମେର ଅଲ୍ଲୀ, ଦିଗମ୍ବର ମହାନ୍ତି ପ୍ରମୁଖଙ୍କୁ ଉପଦେଷ୍ଟା ଭାବରେ ଗ୍ରହଣ କରାଗଲା । ଏଥି ସହିତ ଭଦ୍ରକ ସ୍ତରୀୟ ସଂଯୋଜନ ସମିତିରେ ଅଜୟ ନାୟକ, ଏସ୍.ଏମ୍. ଫାରୁକ, ଅଶୋକ କୁମାର ଦାସ, ପ୍ର. ନାସିର ବକ୍ସ, ଅଭୟ ଦ୍ୱିବେଦୀ, ସୁଧାକର ରାଉତ, ତାହେରା ଖାତୁନ, ଗୋକୁଳି ପାଣ୍ଡିଆ, ତୁଷାର କାନ୍ତି ମହାନ୍ତି, ନିତ୍ୟାନନ୍ଦ ଦାସ, ଗୌରାଙ୍ଗ ଚନ୍ଦ୍ର ପଣ୍ଡା,ବସୁମିତ୍ରା ସାହୁ, ମୁସ୍ତାକ ଗହ୍ୱର, ଝରଣା ପଟ୍ଟନାୟକ ଙ୍କୁ ସଦସ୍ୟ ରୁପେ ମନୋନିତ କରାହୋଇଛି । ବୈଚାରିକ ପରାମର୍ଶ ନିମିତ୍ତ ସର୍ବୋଦୟର ସଂପାଦକ ଡାଃ. ବିଶ୍ୱଜିତ୍, ଉକôଳ ଗାନ୍ଧୀ ସ୍ମାରକ ନିଧିର ଯୁଗ୍ମ ସମ୍ପାଦକ ଅମ୍ବିକା ପ୍ରସାଦ ପତି ତଥା ରାଷ୍ଟ୍ରୀୟ ଯୁବା ସଂଗଠନର ସଦସ୍ୟ ଭାବରେ ଗ୍ରହଣ କରାଗଲା । ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ସତ୍ୟାଗ୍ରହୀ ଭାବରେ ଶପଥ ଗ୍ରହଣ କରିଥିଲେ ।
ଆଗାମୀ ଦିନରେ ସମିତି ପକ୍ଷରୁ ସ୍ଥାନୀୟ ଯୁବକମାନଙ୍କୁ ନେଇ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯିବ । ଏଥିସହିତ ଅନୁଗୁଳସ୍ଥ ବାଜିରାଉତ ଛାତ୍ରାବାସର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ‘ଗୋଟିଏ ଅଚିହ୍ନା ଶବ’ କୁ ପ୍ରତି ସାହି ବସ୍ତିରେ ଦୁଇ ସପ୍ତାହ ବ୍ୟାପୀ ପ୍ରଦର୍ଶନ କରାଯିବ । ପ୍ରତିଟି ସାହିରେ ଶାନ୍ତି ସଦ୍ଭାବନା ସମିତିର ଶାଖା ମାନ ଗଠନ କରାଯିବ । ଆସନ୍ତା ମଇ ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ, ରାଜ୍ୟ ତଥା ରାଜ୍ୟ ବାହାରର ଦୁଇଶହ ଯୁବକ ଯୁବତୀଙ୍କୁ ନେଇ ଏକ ଶାନ୍ତି ସଦ୍ଭାବନା ଯୁବ ଶିବିର ସହରରେ ଆୟୋଜିତ ହେବ । ସମିତି କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଁଞ୍ଚି ସେମାନଙ୍କର ଅଭାବ ଅସୁବିଧା ବାବଦରେ ତଦନ୍ତ କରିବ । ଏଥି ମଧ୍ୟରେ ବିଭିନ୍ନ ଜାତୀୟ ନେତୃବୃନ୍ଦ ସମିତିକୁ ପ୍ରତିଶୃତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜନ ଆନେ୍ଦାଳନର ନେତ୍ରୀ ମେଧା ପାଟକର, ବିଶିଷ୍ଟ ଗାନ୍ଧୀବାଦୀ ଡ଼ାଃ. ଏସ. ଏନ. ସୁବ୍ୱାରାଓ, ଗାନ୍ଧୀ ଶାନ୍ତି ପ୍ରତିÂାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ, ସମାଜବାଦୀ ନେତା ନିରଦ ଜୈନ. ମାଗାସେସେ ସମ୍ମାନ ବିଜେତା ସନ୍ଦିପ ପାଣ୍ଡେ, ଗାନ୍ଧୀ ସ୍ମାରକ ନିଧିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ, ପରିବେଶବିତ୍ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଆଦି ।ହୁସେନ ଖାଁ, ଲଲାଟେନ୍ଦୁ ମହାନ୍ତି, ସୁରଜିତା ନାୟକ, ଉମେର ଅଲ୍ଲୀ, ଦିଗମ୍ବର ମହାନ୍ତି ପ୍ରମୁଖଙ୍କୁ ଉପଦେଷ୍ଟା ଭାବରେ ଗ୍ରହଣ କରାଗଲା । ଏଥି ସହିତ ଭଦ୍ରକ ସ୍ତରୀୟ ସଂଯୋଜନ ସମିତିରେ ଅଜୟ ନାୟକ, ଏସ୍.ଏମ୍. ଫାରୁକ, ଅଶୋକ କୁମାର ଦାସ, ପ୍ର. ନାସିର ବକ୍ସ, ଅଭୟ ଦ୍ୱିବେଦୀ, ସୁଧାକର ରାଉତ, ତାହେରା ଖାତୁନ, ଗୋକୁଳି ପାଣ୍ଡିଆ, ତୁଷାର କାନ୍ତି ମହାନ୍ତି, ନିତ୍ୟାନନ୍ଦ ଦାସ, ଗୌରାଙ୍ଗ ଚନ୍ଦ୍ର ପଣ୍ଡା,ବସୁମିତ୍ରା ସାହୁ, ମୁସ୍ତାକ ଗହ୍ୱର, ଝରଣା ପଟ୍ଟନାୟକ ଙ୍କୁ ସଦସ୍ୟ ରୁପେ ମନୋନିତ କରାହୋଇଛି । ବୈଚାରିକ ପରାମର୍ଶ ନିମିତ୍ତ ସର୍ବୋଦୟର ସଂପାଦକ ଡାଃ. ବିଶ୍ୱଜିତ୍, ଉକôଳ ଗାନ୍ଧୀ ସ୍ମାରକ ନିଧିର ଯୁଗ୍ମ ସମ୍ପାଦକ ଅମ୍ବିକା ପ୍ରସାଦ ପତି ତଥା ରାଷ୍ଟ୍ରୀୟ ଯୁବା ସଂଗଠନର ସଦସ୍ୟ ଭାବରେ ଗ୍ରହଣ କରାଗଲା । ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ସତ୍ୟାଗ୍ରହୀ ଭାବରେ ଶପଥ ଗ୍ରହଣ କରିଥିଲେ ।
ଆଗାମୀ ଦିନରେ ସମିତି ପକ୍ଷରୁ ସ୍ଥାନୀୟ ଯୁବକମାନଙ୍କୁ ନେଇ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯିବ । ଏଥିସହିତ ଅନୁଗୁଳସ୍ଥ ବାଜିରାଉତ ଛାତ୍ରାବାସର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ‘ଗୋଟିଏ ଅଚିହ୍ନା ଶବ’ କୁ ପ୍ରତି ସାହି ବସ୍ତିରେ ଦୁଇ ସପ୍ତାହ ବ୍ୟାପୀ ପ୍ରଦର୍ଶନ କରାଯିବ । ପ୍ରତିଟି ସାହିରେ ଶାନ୍ତି ସଦ୍ଭାବନା ସମିତିର ଶାଖା ମାନ ଗଠନ କରାଯିବ । ଆସନ୍ତା ମଇ ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ, ରାଜ୍ୟ ତଥା ରାଜ୍ୟ ବାହାରର ଦୁଇଶହ ଯୁବକ ଯୁବତୀଙ୍କୁ ନେଇ ଏକ ଶାନ୍ତି ସଦ୍ଭାବନା ଯୁବ ଶିବିର ସହରରେ ଆୟୋଜିତ ହେବ । ସମିତି କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଁଞ୍ଚି ସେମାନଙ୍କର ଅଭାବ ଅସୁବିଧା ବାବଦରେ ତଦନ୍ତ କରିବ । ଏଥି ମଧ୍ୟରେ ବିଭିନ୍ନ ଜାତୀୟ ନେତୃବୃନ୍ଦ ସମିତିକୁ ପ୍ରତିଶୃତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜନ ଆନେ୍ଦାଳନର ନେତ୍ରୀ ମେଧା ପାଟକର, ବିଶିଷ୍ଟ ଗାନ୍ଧୀବାଦୀ ଡ଼ାଃ. ଏସ. ଏନ. ସୁବ୍ୱାରାଓ, ଗାନ୍ଧୀ ଶାନ୍ତି ପ୍ରତିÂାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ, ସମାଜବାଦୀ ନେତା ନିରଦ ଜୈନ. ମାଗାସେସେ ସମ୍ମାନ ବିଜେତା ସନ୍ଦିପ ପାଣ୍ଡେ, ଗାନ୍ଧୀ ସ୍ମାରକ ନିଧିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ, ପରିବେଶବିତ୍ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଆଦି ।
ଏହି ସଭାରେ ରାଷ୍ଟ୍ରୀୟ ଯୁବା ସଂଗଠନର ରାଜ୍ୟ ସହ ସଂଯୋଜକ ସୂର୍ଯ୍ୟନାରାୟଣ ନାଥ, ଉକôଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ସଭାପତି ମଧୁସୂଦନ ଦାସ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ମୂଖ୍ୟ ଦେବରଞ୍ଜନ, ପିୟୁସିଏଲର ରାଜ୍ୟ ଆବାହିକା ପ୍ରମୋଦିନି ପ୍ରଧାନ, ଖଗେଶ୍ୱର ବଳ, ସଦାନନ୍ଦ ଦିକ୍ଷୀତ ,ମିର୍ଜା ଇଜାଜ ବେଗ,ଶେଖ୍୍ ଅବଦୁଲ ଦୟାନ,ଦିଲ୍ଲୀପ ନାୟକ,ମହମଦ ନିୟାଜ, ସିଦେ୍ଧଶ୍ୱର ସାହୁ,ତ୍ରିଲୋଚନ ପଣ୍ଡା,ପ୍ରମୋଦ ମହାନ୍ତି, ଶାନ୍ତଲତା ନାଗ, ଦୁର୍ଗାପ୍ରସନ୍ନ ଦାସ,ବିଜୟ ଚନ୍ଦ୍ର ସାହୁ, ପାର୍ଥ ମହାପାତ୍ର,ହାଜି ଇସ୍ତାର ଓ ସୋମଦତ ନାୟକ ପ୍ରମୁଖ ବ୍ୟକ୍ତବିଶେଷ ଯୋଗଦେଇଥିଲେ । ଶେଷରେ ଲଲାଟେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!
Powered By Indic IME