“ସଂସ୍କୃତି ସୌରଭ” ଲୋକାର୍ପିତ

gaurav
ଜ୍ଞାନର ବିକାଶ, ବିତରଣ ଏବଂ ତାହାଦ୍ୱାରା ଗବେଷଣାତ୍ମକ ପୁସ୍ତକ ରଚନା ଫଳରେ ଆମ ସଂସ୍କୃତିର ସୁରକ୍ଷା ସହିତ ଆଗାମୀ ପିଢୀ ପାଇଁ ଜ୍ଞାନର ରାସ୍ତା ପ୍ରଶସ୍ତ ହୋଇଥାଏ ଏବଂ ଏଥିପାଇଁ ସ୍ୱର୍ଗତ ଡ଼ଃ ହରିଶ ଚନ୍ଦ୍ର ଦାସଙ୍କ ସାଧନା ଜାରି ରହିଥିଲା ବୋଲି ତାଙ୍କ ଏକାଦଶାହ ଦିବସରେ ଅନୁÂିତ ସ୍ମୃତିସଭାରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପୂର୍ବକ ସ୍ମୃତି•ରଣ କରିଥିଲେ । ଏହି ଅବସରରେ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଫକୀରମୋହନ ସ୍ମୃତି ସଂସଦ ତରଫରୁ ଗୋପିନାଥ ମହାନ୍ତି, ହରିପଦ ଶତପଥୀ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ, ଅଧ୍ୟାପକ ଖଗେଶ୍ୱର ମହାପାତ୍ର ମନ୍ମଥ ନାଥ କୁଣ୍ଡୁ, ଅତୁଲ ଚନ୍ଦ୍ର ପ୍ରଧାନ, ନୃତତ୍ତ୍ୱବିତ୍ ଜୀବନ କୁମାର ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସମ୍ପାଦକ ଇନ୍ଦୁଭୂଷଣ କର, ବିଧୁଭୂଷଣ କର, ସୁଚିତ୍ରା ଦାସ, ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ଚିନ୍ତାମଣି ବିଶ୍ୱାଳ, ଚନ୍ଦନ କୁମାର ସାମଲ, ମନୋଜ କୁମାର ଦାସ, ମନ୍ମଥ କୁମାର ସାମଲ, ରବିଶଙ୍କର ଦାସ, ଶ୍ୟାମସୁନ୍ଦର ପଟ୍ଟନାୟକ ଆଦି ବହୁ ବିଶିଷ୍ଟ ଅତିଥିବୃନ୍ଦ ଯୋଗ ଦେଇ ଶ୍ରୀ ଦାସଙ୍କ ଜ୍ଞାନର ପରାକାÂା ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବିଶେଷ କାର୍ଯ୍ୟକ୍ରମ ଭାବରେ ଶ୍ରୀ ଦାସଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ “ସଂସ୍କୃତି ସୌରଭ” ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଇଂରାଜୀରେ ପ୍ରକାଶିତ ଏହି ପୁସ୍ତକରେ ଭାରତର ବିଭିନ୍ନ ରାଜ୍ୟରୁ ଗବେଷକମାନଙ୍କ ଦ୍ୱାରା ଲିଖିତ ଶ୍ରୀ ଦାସଙ୍କ ଜୀବନୀ ଓ ଓଡ଼ିଶାର ସଂସ୍କୃତି ଉପରେ ପର୍ଯ୍ୟବେସିତ ଆଲେଖ୍ୟମାନ ପ୍ରକାଶ କରାଯାଇଥିଲା ।

Share in top social networks!