ରାଜ୍ୟ ସାମ୍ବାଦିକମାନଙ୍କ ଆର୍ଥିକ ଅବସ୍ଥା ଉଦ୍ବେଗଜନକ: ସ୍ନେହାଙ୍ଗିନୀ ଛୁରିଆ

wpfd
ମହିଳା ସାମ୍ବାଦିକମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ରାଜ୍ୟ ଟେକ୍ସଟାଇଲ ଓ ହାଣ୍ଡଲୁମ ବିଭାଗର ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମତବ୍ୟକ୍ତ କରିଛନ୍ତି । ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଂଘ ପକ୍ଷରୁ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ‘ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ଛୁରୀଆ କହିଲେ ଯେ, ସଂପ୍ରତି ପ୍ରତି କ୍ଷେତ୍ରରେ ମହିଳାମାନେ ଆଗଧାଡିରେ ପହଁଚିଲେଣି । ସଶକ୍ତିକରଣ ହେଲେଣି । ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ମହିଳାମାନେ ଯୋଗଦେଇ କାର୍ଯ୍ୟ ସଂପାଦନ କଲେଣି । ବ୍ୟକ୍ତିଗତ ସମସ୍ୟା ଠାରୁ ଆରମ୍ଭ କରି ଗଣ ସମସ୍ୟାକୁ ଲୋକଲୋଚନକୁ ଆଣୁଥିବା ଗଣମାଧ୍ୟମ ସମାଜର ଦର୍ପଣ । ଏକ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ପ୍ରୋସôାହନ ଓ ସୁରକ୍ଷା ଦିଆଯିବା ଜରୁରୀ ବୋଲି ସେ ମତ ଦେଇଛନ୍ତି । ଶ୍ରୀମତୀ ଛୁରିଆ କହିଲେ ଯେ, ଆଜିର ଦୁନିଆରେ ବଞ୍ଚôବାକୁ ହେଲେ ଗୋଟେ ପରିବାରକୁ ଅତି କମ୍ରେ ୩୦ ହଜାର ଟଙ୍କା ଆବଶ୍ୟକ ପଡୁଥିବା ବେଳେ ଜଣେ ସାମ୍ବାଦିକ ପାଇଁ କିଛି ରୋଜଗାରର ସଠିକ୍ ବ୍ୟବସ୍ଥା ନଥିବାରୁ ଆଜି ଏହି ବୃତିଟି ଦିଗହରା ହୋଇପଡୁଥିବା ବେଳେ ଗ୍ରାମାଞ୍ଚଳ ସାମ୍ବାଦିକମାନଙ୍କ ଅବସ୍ଥା ଉଦ୍ବେଗଜନକ ।
ରାଜ୍ୟ ଶ୍ରମ ଓ ଇଏସଆଇ ବିଭାଗର ଶାସନ ସଚିବ ଜି ଶ୍ରୀନିବାସ (ଆଇଏଏସ) ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ସୂଚନା ପ୍ରଦାନ କ୍ଷେତ୍ରରେ ଇଲେକ୍ଟେ୍ରାନିକ ଓ ପ୍ରିଣ୍ଟ ମିଡିଆ ବେଶ ଆଗୁଆ ଅଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଧାର୍ଯ୍ୟ ଦରମା ଓ ଭତ୍ତା ପ୍ରଦାନ କରାଯିବା ଆବଶ୍ୟକ । ଏ ଦିଗରେ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହି ପରି ମହିଳା ସାମ୍ବାଦିକମାନଙ୍କ କାର୍ଯ୍ୟ ସ୍ଥିତି ଅନୁଧ୍ୟାନ କରାଯିବ । ଶିଶୁ ଓ ମହିଳା ଶ୍ରମିକମାନଙ୍କ ସମସ୍ୟାକୁ ଅଧିକରୁ ଅଧିକ ଲୋକଲୋଚନକୁ ଆଣିବା ପାଇଁ ସେ ଗଣମାଧ୍ୟମଙ୍କୁ ଆହ୍ୱାନ କରିଥିଲେ । ଓୟୁଡବ୍ଲ୍ୟୁୂଜେର ରାଜ୍ୟ ସଭାପତି ପୀତବାସ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ସେ ତାଙ୍କ ଭାଷଣରେ ଏହି ଦିବସ ପାଳନର ତାପର୍ଯ୍ୟ ଓ ଗଣମାଧ୍ୟମର ସ୍ଥିିତି ସଂପର୍କରେ ଆଲୋଚନା କରିଥିଲେ ।
ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଅଧିକରୁ ଅଧିକ ମହିଳା ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ସେମାନେ ବଳିÂ ହେଲେ ମହିଳାମାନଙ୍କ ବିକାଶ ହେବ ବୋଲି ସେ ମତ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୂବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ବରିÂ ସାମ୍ବାଦିକ ଅରୁଣ କୁମାର ପଣ୍ଡା,ଜ୍ୟୋର୍ତିବିତ୍ ଡ଼ଃ ପ୍ରମୋଦ କୁମାର ପାତ୍ର, ବରିÂ ସାମ୍ବାଦିକ ଚିତ୍ତରଂଜନ ମିଶ୍ର, ସୁରେଶ ଚନ୍ଦ୍ର ମନ୍ତ୍ରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଲୋଚ୍ୟ ବିଷୟ ‘ସମ୍ବାଦିକତା କ୍ଷେତ୍ରରେ ମହିଳାମାନଙ୍କୁ ବଳିÂ କରାଇବା ଶୀର୍ଷକ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ପ୍ରାରମ୍ଭରେ ‘ବାର୍ତ୍ତାଜୀବୀ’ର ସଂପାଦକ ସରୋଜ ରଂଜନ ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ସୁଚେତା ପ୍ରିୟଦର୍ଶନୀ ସଂଚାଳନା କରିଥିଲେ । ମହାସଂଘର ରାଜ୍ୟ ସାଧାରଣ ସଂପାଦକ ରଜନୀ କାନ୍ତ ସାମନ୍ତରାୟ, ସଂଘର ଭୁବନେଶ୍ୱର ଶାଖା ସଭାପତି ସଂଜୟ ଦାସ,ଭାଗବତ ତ୍ରିପାଠୀ, ବରିÂ ସାମ୍ବାଦିକ ବିବେକା ନନ୍ଦ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଉଦଘାଟନୀ ଉସôବ ପରେ ମହିଳା ମାନଙ୍କ ଏକ ପ୍ୟାନେଲ୍ ଆଲୋଚନା ଚକ୍ର ଅନୁÂିତ ହୋଇଥିଲା । ଏଥିରେ ବିଭିନ୍ନ ଟିଭି ଚ୍ୟାନେଲ ସିନିୟର ପ୍ରୋଗ୍ରାମ ପ୍ରଡୁ୍ୟସର କଳ୍ପନା ମିଶ୍ର, କୋକାକୋଲା କଂପାନୀର ଏଚ ଆର ବିଭାଗ ଟିମ୍ ଲିଡର ପଦ୍ମଜା ମିଶ୍ର, ସାମାଜିକ ପରିବେଶ କର୍ମୀ ଡ. ରୀନା ରାଉତରାୟ, ସାମ୍ବାଦିକ ବ୍ରାହ୍ମିପ୍ରୀୟା ସାମନ୍ତରାୟ, ଈଶ୍ୱର ସଂପାଦିକା ମଞ୍ଜୁଲତା ମହାପାତ୍ର, ଶୀତନ ଗୃପର ଭାଇସ ପ୍ରେସିଡେଣ୍ଟ, ସୁଚିସ୍ମିତା ସାହୁ, ପୁରୀ ଜୁଭେନାଇଲ ବୋର୍ଡର ସଦସ୍ୟା ଜୟଶ୍ରୀ ମହାପାତ୍ର, ସାମାଜିକ କର୍ମୀ ତଥା ସୋସିଆଲ ଡେଭଲପମେଣ୍ଟ ଇନଷ୍ଟିଚୁ୍ୟଟର ପ୍ରତିନିଧି ଶୁଭଶ୍ରୀ ଦାସ, ଲୁମିନସ ଇନଫୋସିସର କୋ ଫାଉଣ୍ଡର ଜୟଶ୍ରୀ ମହାନ୍ତି ପ୍ରମୁଖ ମଂଚାସୀନ ରହି ଆଲୋଚ୍ୟ ବିଷୟ ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ସଂପ୍ରତିକ ସମାଜରେ ଆମ ମାନସିକତାର ପରିବର୍ତ୍ତନ ହେବା ସହ ମହିଳା ମାନେ ନିଜର ସ୍ଥାନ ସୃଦୁଢ଼ କରିବାକୁ ହେବ ବୋଲି ମତ ପ୍ରକାଶ ପାଇଥିଲା । ସାରା ରାଜ୍ୟରୁ ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ କର୍ମଜୀବୀ ସାମ୍ବାଦିକ ମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଓୟୁଡବ୍ଲୁ୍ୟଜେ ମହିଳା ସେଲ୍ ସଂଜୋଜିକା ଡଃÿ ଚିଦାତ୍ମିକା ଖଟୁଆ ସଂଯୋଜନା କରିଥିଲେ । ଶେଷରେ ଅନ୍ୟତମ ଆୟୋଜିକା ବୀଣାପାଣୀ ଜୟସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!