କଳାହାଣ୍ଡି ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ନିଜ ଅଞ୍ଚଳର ପ୍ରତ୍ୟେକ ଲୋକଙ୍କ ସଂପର୍କରେ ରୁହ

NAVEENKALAHANDI
ଜିଲ୍ଲାୱାରୀ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
ସିଧାସଳଖ ଆଲୋଚନାର ଆଜି ଥିଲା ୧୪ତମ ଦିବସ । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନେ ବିଜୁ ଜନତା ଦଳ
କାର୍ଯ୍ୟାଳୟକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରେ ବିଜୁ ଜନତା ଦଳର ଜିଲ୍ଲା
ପରିଷଦ ସଭ୍ୟ ଓ ଦଳ ସମର୍ଥôତ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ବିଜୟଲାଭ କରିଥିବା ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ ଏବଂ ଜିଲ୍ଲାରେ
ସଂଗଠନକୁ ଅଧିକ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷକରି କୋକସରା ବ୍ଲକ ଲଡୁଗାଁ ସମିତି ସଭ୍ୟା ଧୀରାମଣି ଦାସ ୨୧୯୮ ଭୋଟ,
ଜୟପାଟଣା ବ୍ଲକ ଓ ଗ୍ରାମ ପଞ୍ଚାୟତ ସରପଞ୍ଚ ଦିଲ୍ଲୀପ କୁମାର ରାଉତ ୨୩୧୧ ଭୋଟ, ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ସର୍ବାଧିକ ଭୋଟ
ବ୍ୟବାଧାନରେ ବ୍ୟବଧାନରେ ବିଜୟ ଲାଭ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଜୟପାଟଣା ବ୍ଲକ ସମିତି
ସଭ୍ୟ ଯୁଧିÂିର ସୁନା, ଲାଞ୍ଜିଗଡ଼ ବ୍ଲକ ଗୁଣପୁର ସରପଞ୍ଚ କଂଗ୍ରେସର ପରମାନନ୍ଦ ମାଝୀ ଓ ସମିତି ସଭ୍ୟ ଲେଲି ମାଝୀ, ବଡ଼ଛତ୍ରନ୍‍ ସରପଞ୍ଚ ହିଣ୍ଡିଙ୍ଗି ମାଝୀ,
ସିନ୍ଧିପଦର ସମିତି ସଭ୍ୟ ଗୁନି ମାଝୀ- ବ୍ଲକ ସଭାପତି କପିଳାସ ନାଏକଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳରେ ଆନୁÂାନିକ ଭାବେ ଯୋଗ ଦେଇଥିଲେ ।
ଆଜିର ସମୀକ୍ଷା ବୈଠକରେ କଳାହାଣ୍ଡି ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନେ ମୁଖ୍ୟତଃ ନିର୍ବାଚିତ ସାଂସଦ ଓ ବିଧାୟକମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହିତ
ସଂପର୍କ ଯୋଡ଼ିବା, ମଦମୁକ୍ତ ବ୍ଲକ ଓ ମଣ୍ଡି-ଚାଷୀଙ୍କ ମଧ୍ୟରେ ସଠିକ୍‍ ସମନ୍ୱୟ କିପରି ରହିବ, ଗମନାଗମନ ଆଦି ବିଷୟରେ ଆଲୋଚନା କରିଥିଲେ ।
ସମୀକ୍ଷା ଓ ଆଲୋଚନା ସମୟରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମଞ୍ଜୁଳା ସାହୁ ଅଭିଯୋଗ କରିଥିଲେ ଯେ ଜାଲ୍‍ ପରିଚୟପତ୍ର ମାଧ୍ୟମରେ
ବାର୍ଦ୍ଧକ୍ୟ ଭତ୍ତା ଉଠାଣ ଓ ପିଇବା ପାଣି ସମସ୍ୟା ତାଙ୍କ ଅଞ୍ଚଳରେ ଦେଖାଯାଇଥିବା ବେଳେ ଉପାଧ୍ୟକ୍ଷ ଦୁଃଖିରାମ ମାଝୀ ରାସନ କାର୍ଡ ଓ ଶିକ୍ଷକଙ୍କ ଅଭାବ ବିଷୟରେ
ସମସ୍ୟା ଉପସ୍ଥାପନ କରିଥିଲେ । ଧର୍ମଗଡ଼ ବ୍ଲକ ସମିତି ସଭ୍ୟ ଥବିର ପ୍ରସାଦ ସାହୁ ତେଲ ନଦୀରୁ ଚାଷ ଜମିକୁ ପାଣି ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଗୋଲାମୁଣ୍ଡା ବ୍ଲକ ସମିତି ସଭ୍ୟ ଦୀନେଶ କୁମାର ରାଉତ ତାଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗୁ କିଡ୍‍ନୀ ରୋଗ ବ୍ୟାପୁଥିବା କହିଥିଲେ । ଜୁନାଗଡ଼ ବ୍ଲକ ଅନ୍ତର୍ଗତ
ସରପଞ୍ଚ ତ୍ରିଭୁବନ ପଣ୍ଡା ଓ ଅଜୟ କୁମାର ବେହେରା ତାଙ୍କ ଅଞ୍ଚଳରେ ମଣ୍ଡିର ସମସ୍ୟା ଓ ଧାନର ସହାୟକ ମୂଲ୍ୟ ଠିକ୍‍ରେ ମିଳୁନଥିବା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି
ଆକର୍ଷଣ କରିଥିଲେ । ଏହା ସହ ଥୁଆମୂଳ ରାମପୁର ବ୍ଲକ କେନ୍ଦୁଗୁଡ଼ା ଠାରେ ଉପର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏକ ବ୍ରିଜ୍‍ ନିର୍ମାଣ କରିବାକୁ ଟେଣ୍ଡର
ହୋଇଥିଲେ ମଧ୍ୟ ବ୍ରିଜ୍‍ କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଥିଲେ । ସମିତି ସଭ୍ୟ ଯୁଧିÂିର ସୁନା
କହିଥିଲେ ଆମେ ଯଦି ଲୋକଙ୍କ ପ୍ରତିଶ୍ରୁତି ପାଳନ କରିବା ତେବେ ଆମର ଭୋଟ୍‍ ପରିମାଣ ନିଶ୍ଚୟ ବୃଦ୍ଧି ଘଟିବ । ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ
କହିଥିଲେ ଯେ ୨୦୧୩ରୁ ଆରମ୍ଭ କରାଯାଇଥିବା କେସିଙ୍ଗା ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନଥିବା ଦୁଃଖ ପ୍ରକାଶ କରିବା ସହ
ସ୍ଥାନୀୟ ବିଧାୟକ ପ୍ରତ୍ୟେକ ପଞ୍ଚାୟତରେ ମାସରେ ଥରେ ଗସ୍ତ କରି ଲୋକଙ୍କ ସଂଗେ ମିଶିବାକୁ ଅନୁରୋଧ କରିଥିଲେ ।
ମୁଖ୍ୟମନ୍ତ୍ରୀ ଏହା ଶୁଣିବା ପରେ ସମସ୍ୟାଗୁଡିକୁ ଖୁବ୍‍ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିନିଧିମାନଙ୍କୁ କହିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ
ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚôବ ତାହାକୁ ସୁନିଶ୍ଚିତ କରିବା ପଞ୍ଚାୟତ ପ୍ରତିନିଧିମାନଙ୍କର ମୂଳ ଦାୟିତ୍ୱ ବୋଲି
କହିଥିଲେ । କଳାହାଣ୍ଡି ଜିଲ୍ଲାରେ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ସହ ପ୍ରତି ପଞ୍ଚାୟତବାସୀଙ୍କ ସଂପର୍କରେ ରହି ସୁଖଦୁଃଖରେ ସାମିଲ
ହେବାକୁ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୀକ୍ଷା ବୈଠକ ୬ମାସ ପରେ ଅନୁÂିତ ହେବ ଏବଂ
ସେଥିରେ ଏ ଭିତରେ ଦଳ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁÂାନର ସମୀକ୍ଷା କରାଯିବ ବୋଲି ସଭାପତି କହିଥିଲେ ।
ବୈଠକରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧି ଓ ଉଭୟ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ
ଦେଇ କହିଥିଲେ ଯେ କଳାହାଣ୍ଡି ଜିଲ୍ଲାକୁ ୧ଲକ୍ଷ ୬୨ ହଜାର ଘର ମଞ୍ଜୁର ହୋଇଥିବା ବେଳେ ମାତ୍ର ୩୬ ହଜାର ଘର ହୋଇଛି, ଯାହାକି ୨୪ ପ୍ରତିଶତ ।
ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚôବ ସେଥିନିମନ୍ତେ ଯନôବାନ ହେବା ପାଇଁ ସେ ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ ।
ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ସାଂସଦ ଅର୍କ କେଶରୀ
ଦେଓ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନା, ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ବିଧାୟକ
ଅନାମ ନାଏକ, ନର୍ଲା ବିଧାୟକ ଧନେଶ୍ୱର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!