ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ପାଇଁ କଠିନ ପରିଶ୍ରମ କର

୧୩ତମ ଦିବସରେ ଝାରସୁଗୁଡ଼ା ଓ ନବରଙ୍ଗପୁର ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶbjdnaveen

ଜିଲ୍ଲାୱାରୀ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧାସଳଖ ଆଲୋଚନାର ଆଜି ଥିଲା ୧୩ତମ ଦିବସ । ଏହି ଅବସରରେ ଝାରସୁଗୁଡ଼ା ଓ ନବରଙ୍ଗପୁର ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଉଭୟ ଜିଲ୍ଲାରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ଓ ଦଳ ସମର୍ଥôତ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ବିଜୟଲାଭ କରିଥିବା ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ ଏବଂ ଉଭୟ ଜିଲ୍ଲାରେ ସଂଗଠନକୁ ଅଧିକ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷକରି କୋଲାବିରା ବ୍ଲକ ରଘୁନାଥପାଲୀ ସରପଞ୍ଚ ନନ୍ଦିତା ସରାଫ ୧୭୩୬ ଭୋଟ୍‍, ଝାରସୁଗୁଡ଼ା ବ୍ଲକ ରାଜପୁର ସମିତି ସଭ୍ୟ ଗଣେଶରାମ ବାଗ ୨୦୭୯ ଭୋଟ, ନନ୍ଦାହାଣ୍ଡି ବ୍ଲକ ସିଙ୍ଗିଗୁଡ଼ା ସମିତି ସଭ୍ୟ ଜଗତରାମ ହରିଜନ ୨୧୮୪ ଭୋଟ୍‍, ତେନ୍ତୁଳିଖୁଣ୍ଟିଚ ବ୍ଲକ ଅଞ୍ଚଳାଗୁମା ସରପଞ୍ଚ ସୂର୍ଯ୍ୟ ନାରାୟଣ ରନ୍ଧାରୀ ୧୭୯୩ ଭୋଟ, ନବରଙ୍ଗପୁର ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ବେଦବ୍ୟାସ ଭତ୍ରା ସର୍ବାଧିକ ୪୮୦୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଆଜିର ସମୀକ୍ଷା ବୈଠକରେ ଉଭୟ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନେ କୃଷି ଋଣ ଛାଡ଼, ବିପିଏଲ୍‍ମାନଙ୍କୁ ବିଦୁ୍ୟତ, ଗମନାଗମନ ସମସ୍ୟା ଆଦି ବିଷୟରେ ଆଲୋଚନା କରିଥିଲେ ।
ସମୀକ୍ଷା ଓ ଆଲୋଚନା ସମୟରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସରପଞ୍ଚ ପାର୍ବତୀ ବେହେରା ଦଳର ସଂଗଠନକୁ ଜିଲ୍ଲାରେ କିପରି ମଜଭୁତ
କରାଯାଇପାରିବ ସେନେଇ ଗୁରୁତ୍ୱାରୋପ କରିଥିଲେ । ବଡ଼ମାଳ ସରପଞ୍ଚ ଅନୀତା ଷଣ୍ଢ ତାଙ୍କ ଅଞ୍ଚଳରେ ବନ୍ଦ ହୋଇଥିବା କମ୍ପାନୀଗୁଡିକୁ ଖୋଲିବା ଏବଂ
କାରଖାନାଗୁଡିକରେ ସ୍ଥାନୀୟ ଜନସାଧାରଣଙ୍କ ନିଯୁକ୍ତି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଉମରକୋଟ୍‍ ବ୍ଲକ ଅଧ୍ୟକ୍ଷ ରାଇମୋହନ ଭକ୍ତା ଜଙ୍ଗଲ ଜମି
ଆବଣ୍ଟନ, ଝରିଗାଁ ବ୍ଲକ ଅଧ୍ୟକ୍ଷ ରାମୁନା ଗଣ୍ଡ, ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷ ଟିକମଚାନ୍ଦ ନାୟକ, ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ଦେବକୀ ନାୟକ, ପ୍ରମୁଖ ନିଜ ଅଞ୍ଚଳରେ
ପାନୀୟ ଜଳ, ରାସ୍ତା, ଏସ୍‍ଇସିସି ତାଲିକାରେ ଥିବା ତ୍ରୁଟି ଭଳି ସମସ୍ୟା ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ । ଜିଲ୍ଲା ପରିଷଦ ସଭ୍ୟ ମୋହନ
ନାୟକ, ନିବେଦିତା ମହାନ୍ତି, ବେବିନା ଧଳ ପ୍ରମୁଖ ପ୍ରତି ୪/୫ଟି ପଞ୍ଚାୟତରେ ଗୋଟିଏ ବ୍ୟାଙ୍କ ଓ ଆଇଟିଆଇ କଲେଜ୍‍ ଖୋଲିବାକୁ ଅନୁରୋଧ କରିଥିଲେ ।
ନନ୍ଦହାଣ୍ଡି ବ୍ଲକର ସମିତି ସଭ୍ୟ ଲକ୍ଷ୍ମୀଚନ୍ଦ୍ର ଭତ୍ରା କୃଷି ଋଣ ଛାଡ଼, ଡିଗ୍ରୀ କଲେଜ୍‍ ଏବଂ ହରିଶଚନ୍ଦ୍ର ଯୋଜନାରେ ଅଧିକ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଏହା ଶୁଣିବା ପରେ ସମସ୍ୟାଗୁଡିକୁ ଖୁବ୍‍ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିନିଧିମାନଙ୍କୁ କହିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ
ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚôବ ତାହାକୁ ସୁନିଶ୍ଚିତ କରିବା ପଞ୍ଚାୟତ ପ୍ରତିନିଧିମାନଙ୍କର ମୂଳ ଦାୟିତ୍ୱ ବୋଲି
କହିଥିଲେ । ଝାରସୁଗୁଡ଼ାର ଜିଲ୍ଲାରେ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ଓ ନବରଙ୍ଗପୁର ଜିଲ୍ଳାରେ ଲୋକଙ୍କ ପାଇଁ କଠିନ ପରିଶ୍ରମ କରିବାକୁ
ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୀକ୍ଷା ବୈଠକ ୬ମାସ ପରେ ଅନୁÂିତ ହେବ ଏବଂ ସେଥିରେ ଏ
ଭିତରେ ଦଳ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁÂାନର ସମୀକ୍ଷା କରାଯିବ ବୋଲି ସଭାପତି କହିଥିଲେ ।
ବୈଠକରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧି ଓ ଉଭୟ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ
ଦେଇଥିଲେ । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚôବ ସେଥିନିମନ୍ତେ ଯନôବାନ ହେବା ପାଇଁ ସେ ପ୍ରତିନିଧିମାନଙ୍କୁ ଆହ୍ୱାନ
କରିଥିଲେ । ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ସାଧାରଣ ସଂପାଦକ ତଥା ବିଧାୟକ
ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ରମେଶ ମାଝୀ, ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସଂଜୟ କୁମାର ଦାସବର୍ମା, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଅନୁପ
ସାଏ, ମୋତିରାମ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!