ବିଜେଡିର ରାଜନୈତିକ ହିଂସା ବିରୁଦ୍ଧରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ପାଖରେ ଫେରାଦ ହେଲା ବିଜେପି

• ବିଜେଡିର ପାଦ ତଳୁ ମାଟି ଖସୁ ଥିବାରୁ ଦଳ ରକ୍ତମୁଖା ହେଉଛି – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ
• ଜଗତସିଂହପୁରର ଛେଳି ଚରାଳୀ ମହିଳା ପାର୍ବତୀ ସାସମଲଙ୍କୁ ଆକ୍ରମଣ ସମ୍ପର୍କରେ କେନ୍ଦ୍ର
ଗୃହ ମନ୍ତ୍ରୀଙ୍କୁ କଲେ ଅବଗତ
• ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟରେ ୧୦ ରାଜନୈତିକ ହତ୍ୟା
• ରାଜ୍ୟ ସରକାରଙ୍କୁ ତାଗିଦ କରିବାକୁ କଲେ ଅନୁରୋଧ
ଓଡିଶାରେ ପଂଚାୟତ ନିର୍ବାଚନ ପରେ ବିରୋଧୀ ରାଜନୈତିକ କାର୍ଯ୍ୟକର୍ତାଙ୍କ ଉପରେ ଶାସକ ବିଜୁ ଜନତା ଦଳର ଆକ୍ରମଣ ଚିନ୍ତାର ବିଷୟ ହୋଇଥିବା କାରଣରୁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କର ହସ୍ତକ୍ଷେପ ଲୋଡିଛି ବିଜେପିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ସମେତ ଦଳର ବରିÂ ନେତୃମଣ୍ଡଳୀ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଇ ଓଡିଶାରେ ବଢୁଥିବା ରାଜନୈତିକ ହିଂସା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ତାଗିଦ କରିବାକୁ ଅନୁରୋଧ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ କାଳିକୁଦ ଗାଁର
ଗରୀବ ମହିଳାଙ୍କ ସ୍ଥିତି ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରୀ ପ୍ରଧାନ ରାଜନାଥ
ସିଂହଙ୍କୁ ଅବଗତ କରାଇ କହିଛନ୍ତି ଯେ ପାର୍ବତୀ ସାସମଲ ନାମକ ଜଣେ ଛେଳି ଚରାଳୀ ଗରୀବ ମହିଳା ଗତ
ପଂଚାୟତ ନିର୍ବାଚନରେ ବିଜେପିକୁ ଭୋଟ ଦେଇଥିବା କାରଣରୁ ବିଜେଡି ଗୁଣ୍ଡା ମାନେ ତାଙ୍କୁ ଭୟଙ୍କର ଆକ୍ରମଣ
କରିଥିଲେ । ପୋଲିସରେ ଏତାଲା ଦେଲେ ମଧ୍ୟ ପୋଲିସ କାର୍ଯ୍ୟାନୁÂାନ ନେଲା ନାହିଁ । ଏପ୍ରିଲ ୬ ତାରିଖରେ
ସଂପୃକ୍ତ ମହିଳା ଏହି ଏତାଲା ଦାୟର କରିଥିଲେ । ନିରାଶ ହୋଇ ସଂପୃକ୍ତ ଗରୀବ ମହିଳା ଏପ୍ରିଲ ୧୫ ତାରିଖରେ
ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ସମୟରେ ତାଙ୍କୁ ଦାବିପତ୍ର ଟିଏ ବଢାଇଥିଲେ ଓ ପ୍ରଧାନମନ୍ତ୍ରୀ ଏହାକୁ ଗ୍ରହଣ
କରିଥିଲୋ ଏ ଘଟଣା ଟିଭି ଚ୍ୟାନେଲ ମାନଙ୍କରେ ପ୍ରଦର୍ଶିତ ହୋଇଥିଲା । ପାର୍ବତୀ ଗାଁକୁ ଫେରିବା ପରେ ମୋଦିଙ୍କୁ
ଗୁହାରି କରିବା ଅଭିଯୋଗରେ ବିଜେଡି ଗୁଣ୍ଡା ମାନେ ପାର୍ବତୀ ଓ ତାଙ୍କ ଗ୍ରାମବାସୀ ମାନଙ୍କ ଉପରେ ସଂଘବଦ୍ଧ
ମରଣାନ୍ତକ ଆକ୍ରମଣ କଲେ । ଏବେ ସୁଦ୍ଧା ପୋଲିସ ଗୋଟିଏ ବି ଅପରାଧୀ ବିରୁଦ୍ଧରେ କୌଣସି ବି କାର୍ଯ୍ୟାନୁÂାନ
ନେଇ ନାହିଁ । ଗଣତନ୍ତ୍ରରେ ଭିନ୍ନ ରାଜନୈତିକ ବିଚାରକୁ ସମର୍ଥନ କରିବା ଅପରାଧ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ
କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଓ ପରେ ଓଡିଶାର ଅନ୍ୟୁନ ଦଶଟି ରାଜନୈତିକ ହତ୍ୟାକାଣ୍ଡ
ଘଟିଛି । ବିଜେଡିର ପାଦ ତଳୁ ମାଟି ଖସୁଥିବା କାରଣରୁ ଗଣତାନ୍ତ୍ରିକ ସଂଘର୍ଷ ନୁହେଁ ଦଳ ରକ୍ତମୁଖା ହୋଇ ହିଂସାତ୍ମକ
ଆଚରଣ କରୁଛି । ଓଡିଶାର ଏପରି ପରିସ୍ଥିତିରେ ଗୃହ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ବିଜେପି ପ୍ରତିନିଧି ମଣ୍ଡଳ ଦାବି
କରିଛି ।
ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତ
ସିଂହାର ଓ ଦଳର ପ୍ରବାସୀ ଓଡିଆ ସେଲର ସଂଯୋଜକ ସୁଭାଷ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!