ଆଦିମ ଜନଜାତି ମାଙ୍କିଡିଆ ବର୍ଗର ପ୍ରଥମ ମାଟ୍ରିକ ପାସ ଛାତ୍ରୀ କୁହା ଯାଉଥିବା ମୋନିକା ମାଙ୍କିଡିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

monica
• ଅଧ୍ୟବସାୟ ଆଗରେ ଅର୍ଥ ପ୍ରତିବନ୍ଧକ ହେବ ନାହିଁ
• ଭାରତୀୟ ତୈଳ ନିଗମକୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିର୍ଦେଶ ଦେଲେ ମନ୍ତ୍ରୀ
• ପୂର୍ବରୁ ବ୍ରହ୍ମପୁର ନୀଳକଣ୍ଠ ନଗର ବିଦ୍ୟା ମନ୍ଦିରର ରାଜ୍ୟର ଚାରି ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର- ଛାତ୍ରୀ
ସମସ୍ତେ ନିମ୍ନ ମଧ୍ୟ ବର୍ଗର ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ
• ସାଧାରଣ ଓଡିଆ ଘରର ପିଲାଙ୍କ ମେଧା ଶକ୍ତି ଓଡିଶାର ମୂଳ ପୁଂଜି, ସୁଯୋଗ ମିଳିଲେ ଅସମ୍ଭବକୁ ସମ୍ଭବ
କରିବାର କ୍ଷମତା ରଖିଛନ୍ତି ଓଡିଆ ପିଲା
ଆଦିମ ଜନଜାତି ମାଙ୍କିଡିଆ ବର୍ଗର ପ୍ରଥମ ହାଇସ୍କୁଲ ପାସ କରିଥିବା କୁହା ଯାଉଥିବା ଝିଅ ମୋନିକା ମାଙ୍କିଡିଆଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ ସମ୍ବର୍ଧିତ କରିଛନ୍ତି । ଖଣିରେ ଦିନ ମଜୁରିଆ ଭାବେ କାମ କରୁଥିବା ଗରୀବ ପରିବାରର ଝିଅ ବସ୍ତିରେ ଜୀବନ କଟାଇ ସରକାରୀ
ସ୍କୁଲରେ ପାଠ ପଢି ଯଦି ସଫଳ ହେଉଛନ୍ତି ଏହା ହିଁ ନ୍ୟୁ ଓଡିଶାର ଚିତ୍ର ବୋଲି ଶ୍ରୀ ପ୍ରଧାନ କହିବା ସହ ମୋନିକାଙ୍କ ସମେତ ତାଙ୍କର ବାପା ରାମଦାସ ମାଙ୍କିଡିଆ ଓ ମା ସାବିତ୍ରୀ ମାଙ୍କିଡିଆଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗ୍ରହ ଓ ଅଧ୍ୟବସାୟ ଥିଲେ ଅର୍ଥ ପ୍ରତିବନ୍ଧକ ହୋଇ ପାରିବ ନାହିଁ । ଭାରତ
ସରକାରଙ୍କର ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ତୈଳ ନିଗମ ମୋନିକାଙ୍କ ଉଚ୍ଚ ଶିକ୍ଷା ତାଙ୍କ ପସନ୍ଦରେ ସରକାରୀ କଲେଜ ହେଉ ବା କୌଣସି ବେସରକାରୀ ଶିକ୍ଷାନୁÂାନ ସେଥିରେ ଶିକ୍ଷା ଗ୍ରହଣ ପାଇଁ ଆର୍ଥିକ ସହାୟତାଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ସକାଳେ ବ୍ରହ୍ମପୁର ନୀଳକଣ୍ଠନଗର ସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିରର ଚାରି ଜଣ ଅତୀବ ମେଧାବୀ ଛାତ୍ର- ଛାତ୍ରୀଙ୍କୁ ସମ୍ବର୍ଧିତ କରିଥିଲେ । ସେ କହିଥିଲେ ଯେ ଏହି ବିଦ୍ୟାଳୟର ଚାରି ଜଣ ଛାତ୍ର- ଛାତ୍ରୀ ସୁଯୋଗ୍ୟ କୁମାର ସାହୁ, ସନ୍ତୋଷୀ ପାଢୀ, ସୌମ୍ୟାଶ୍ରୀ ଖାଡଙ୍ଗା ଓ ସୁପ୍ରିତା ଦେବୀ ୯୬.୫୦ ପ୍ରତିଶତରୁ ୯୬.୮ ପ୍ରତିଶତ ରଖି ରାଜ୍ୟରେ ପ୍ରଥମ ଚାରି ସ୍ଥାନ ହାସଲ କରିଥିବା ବିଦ୍ୟାଳୟ ତରଫରୁ କୁହାଯାଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଚାରି ଜଣ ପିଲା ନିମ୍ନ ମଧ୍ୟବିତ ପରିବାରରୁ କିଏ କାହାର ବାପା ସ୍କୁଲ ଶିକ୍ଷକ, କନେଷ୍ଟବଳ ବା ରାଜ୍ୟ ସରକାରରେ ଅଣ ଗେଜେଟେ କର୍ମଚାରୀ ଭାବେ କାମ କରନ୍ତି । ମାଙ୍କିଡିଆ ବର୍ଗର ମୋନିକା ହୁଅନ୍ତୁ ଅଥବା ନିମ୍ନ ମଧ୍ୟ ପରିବାରର ଚାରି ସଫଳ ପୁଅ – ଝିଅ ଅଗାଧ ମେଧା ଶକ୍ତି ସାଧାରଣ ଓଡିଆ ପିଲା ମାନଙ୍କର ମୂଳ ଶକ୍ତି । ସେମାନଙ୍କୁ ସୁଯୋଗ ଉପଲବ୍ଧ କରାଇଲେ ସେମାନଙ୍କ ପାଖରେ ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ରହିଛି । ଶ୍ରୀ ପ୍ରଧାନ ମାଟ୍ରିକ ପରୀକ୍ଷାରେ ସମସ୍ତ ସଫଳ ଛାତ୍ର- ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଓଡିଶାକୁ ଆହୁରି ଆଗକୁ ନେବାକୁ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!