ଜଗତସିଂହପୁରର ଛେଳି ଚରାଳୀ ଗରୀବ ମହିଳାଙ୍କ ପ୍ରଶ୍ନ ଉଠାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

12308625_922985534451693_8657389227352542536_n
- ଗରୀବ ମହିଳାଙ୍କ ପ୍ରଜାତନ୍ତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ ଅପରାଧ କି ବୋଲି ପ୍ରଶ୍ନ କଲେ କେନ୍ଦ୍ର ମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସଂପୃକ୍ତ ମହିଳାଙ୍କ ଧନ ଜୀବନକୁ ସୁରକ୍ଷା ଦେବାକୁ କଲେ ଅନୁରୋଧ
ଜଗତସିଂହପୁର ଜିଲ୍ଲାର ଏରସମା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଳିକୁଦ ଗ୍ରାମର ଗରୀବ ମହିଳା ପାର୍ବତୀ ସାସମଲଙ୍କୁ ଆକ୍ରମଣ ମାମଲାରେ ବିଜେଡିକୁ କଟୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଜାତନ୍ତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ବିଜେଡି ଅପରାଧ ବୋଲି ପରିଗଣନା କରୁଛି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ପଂଚାୟତ ନିର୍ବାଚନରେ କାଳିକୁଦ ଗ୍ରାମର ଲୋକ ମାନେ ବିଜେପିକୁ ଭୋଟ ଦେବା ଯୋଗୁ ପାର୍ବତୀଙ୍କୁ ବିଜେଡି ତରଫରୁ ଆକ୍ରମଣ କରାଗଲା । ପୋଲିସକୁ ଏତାଲା ଦେବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ । ସଂପୃକ୍ତ ଛେଳି ଚରାଳି ଗରୀବ ମହିଳା ଗତ ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ସମୟରେ ଲିଖିତ ଦାବି
ପତ୍ର ଦେଇ ଗାଁକୁ ଫେରିବା ପରେ ପୁଣି ସଂଘବଦ୍ଧ ଆକ୍ରମଣ କରାଗଲା । ଏ ମାମଲାରେ ରାଜ୍ୟର ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସଂପୃକ୍ତ ଗରୀବ ମହିଳାଙ୍କ ଧନ ଜୀବନକୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ଶ୍ରୀ ପ୍ରଧାନ ।

Share in top social networks!