ଓଡ଼ିଶାରେ ଏମ୍ଏସ୍ଏମ୍ଇର ବିକାଶ ନିମନ୍ତେ ଆଥର୍କ ଏବଂ ବୈଷୟିକ ସାହାଯ୍ୟ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରାଙ୍କ ଦାବି

msmee
ଆଜି ନୂଆଦିଲ୍ଲୀରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଦ୍ରୁତ ବିକାଶ ପାଇଁ ଆଥ#ର୍କ ଏବଂ ବୈଷୟିକ ସାହାଯ୍ୟ ପ୍ରଦାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଜଣାଇଛନ୍ତିା ମନ୍ତ୍ରୀ ଶ୍ରୀ ବେହେରା ଆହୁରି ମଧ୍ୟ ରାଉରକେଲା ଏବଂ ବ୍ରହ୍ମପୁରଠାରେ ବୈଷୟିକ କେନ୍ଦ୍ର ଏବଂ ବଲାଙ୍ଗୀର, ଜୟପୁର ଓ ବାରିପଦାଠାରେ କ୍ଷୁଦ୍ର ବୈଷୟିକ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କଠାରେ ଦାବି ଜଣାଇଛନ୍ତିା ଏମ୍ଏସ୍ଏମ୍ଇ ଉତ୍ପାଦ ସମାଗ୍ରୀ ଓ ପ୍ରକି୍ରୟାକୃତ ଖାଦ୍ୟର ମାନ ଠିକ୍ ରୂପେ ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ପରୀକ୍ଷାଗାରମାନଙ୍କୁ ଆଥ#ର୍କ ଅନୁଦାନ ଦେବା ପାଇଁ ମଧ୍ୟ ମନ୍ତ୍ରୀ ଦାବି ଉପସ୍ଥାପନ କରିଥ#ଲୋ ଭୁବନେଶ୍ୱରର ଉଦ୍ୟୋଗପୁରୀଠାରେ ୬ ଏକର ପରିମିତ ଜାଗାରେ ଏକ “ଖଦୀ ପ୍ଲାଜା’ ନିର୍ମାଣ କରିବା ପାଇଁ ଆଥ#ର୍କ ସାହାଯ୍ୟ ଦେବା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥ#ଲୋ ରାଜ୍ୟରେ ଖଦୀ କାରିଗରମାନଙ୍କ ଜୀବିକାର୍ଜନରେ ଉନ୍ନତି ଆଣିବା ପାଇଁ କେଭିଆଇସିର
ଓ୍ୱାର୍କସେଡ୍ ଯୋଜନାରେ ୨୦୧୭-୧୮ ବର୍ଷରେ ରାଜ୍ୟର ୪୦୦ କାରିଗରଙ୍କୁ ଅନୁର୍ଭୁକ୍ତ କରିବା ପାଇଁ ସେ ଦାବି ଜଣାଇଛନ୍ତିା

ମନ୍ତ୍ରୀ ଶ୍ରୀ ବେହେରା ସମ୍ମିଳନୀ ଆହୁରି କହିଛନ୍ତି ଯେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ନିମନ୍ତେ ଓଡ଼ିଶା ପ୍ରୋକୁ୍ୟରମେଣ୍ଟ ପି୍ରଫରେନ୍ସ ପଲିସି-୨୦୧୫ ଅନୁଯାୟୀ ସିପିଏସ୍ୟୁମାନଙ୍କୁ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯିବା ଆବଶ୍ୟକ, ଯେଉଁଥ#ରେ କି ଓଡ଼ିଶା ଏମ୍ଏସ୍ଏମ୍ଇରୁ ଅତି କମ୍ରେ ୨୦% ସଂଗ୍ରହ ହେବା ଆବଶ୍ୟକ ରହିଛିା ସେହିପରି ଭୁବନେଶ୍ୱରର ଏଲ୍ବିଆଇ, କଏର ବୋର୍ଡଠାରେ ୫୦ରୁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍ ସୁବିଧା ଯୋଗାଇଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଜଣାଇଥ#ଲୋ ଯାହାଫଳରେ ଦୂରଦୂରାନ୍ତରୁ ତାଲିମ ପାଇଁ ଆସୁଥ#ବା ମହିଳାମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିାଁ

ଏହି ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଲକ୍ଷ୍ମୀ ନାରାୟଣ ଗୁପ୍ତା ଯୋଗଦେଇ ପିଏମ୍ଇଜିପି ଯୋଜନାର ସରଳୀକରଣ, ଜିଲ୍ଲା ଶିଳ୍ପ କେନ୍ଦ୍ରମାନଙ୍କୁ ସୁଦୃଢୀକରଣ, କେନ୍ଦ୍ର ସରକାରଙ୍କ ବୈଷୟିକ ଓ ଆଥ#ର୍କ ସହାୟତା ପ୍ରଭୃତି ବିଷୟ ଉପରେ ଆଲୋକପାତ କରିଥ#ଲୋ ଏମ୍ଏସ୍ଏମ୍ଇମାନଙ୍କୁ ଋଣ ସୁବିଧା ଯୋଗାଇବା ପାଇଁ ପ୍ରଶାସନ ଏବଂ ବ୍ୟାଙ୍କମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦିଗରେ ଔପଚାରିକ ପଦ୍ଧତି ସୃଷ୍ଟି କରିବା ପାଇଁ ମନ୍ତ୍ରାଳୟକୁ ଅନୁରୋଧ କରିଥ#ଲୋ ଶ୍ରୀ ଗୁପ୍ତା ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗ ଦ୍ୱାରା ଅନୁସୃତ ହେଉଥ#ବା ଉତ୍ତମ ପଦକ୍ଷେପଗୁଡିକୁ ମଧ୍ୟ ସମ୍ମିଳନୀରେ ଉପସ୍ଥାପିତ କରିଥ#ଲୋ ଏହି ଦିନିକିଆ ସମ୍ମିଳନୀରେ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର ଅଧ୍ୟକ୍ଷତା କରିଥ#ବା ବେଳେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ ଓ ଶ୍ରୀ ହରିଭାଇ ପାଥ#ର୍ଭାଇ ଚୌଧୁରୀ ଏବଂ ମନ୍ତ୍ରାଳୟର ବରିଷ୍ଠ
ଅଧ#କାରୀମାନେ ଯୋଗ ଦେଇଥ#ଲୋ

Share in top social networks!