ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସହିତ ରୁହ; ୧୧ତମ ଦିବସରେ ଭଦ୍ରକ ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଜିଲ୍ଲାୱାରୀ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧାସଳଖ ଆଲୋଚନାର ଆଜି ଥିଲା ୧୧ତମ ଦିବସ । ଏହି ଅବସରରେ ଭଦ୍ରକ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଉଭୟ ଜିଲ୍ଲାରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ଓ ଦଳ ସମର୍ଥôତ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ବିଜୟଲାଭ କରିଥିବା ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ ଏବଂ ଉଭୟ ଜିଲ୍ଲାରେ ସଂଗଠନକୁ ଅଧିକ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷକରି ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତ୍ସ୍ନାରାଣୀ ମହାନ୍ତି ସର୍ବାଧିକ ୯୬୧୩ ଭୋଟ ବ୍ୟବଧାନରେ ବିଜୟଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ସମୀକ୍ଷା ବୈଠକରେ ଭଦ୍ରକ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିଙ୍କ ମୁଖ୍ୟତଃ ଅଭିଯୋଗ ଥିଲା ଏସ୍‍ଇସିସି ତାଲିକାରେ ଥିବା ତ୍ରୁଟିକୁ ସୁଧାରିବା ଓ ସାଳନ୍ଦୀ ନଦୀବନ୍ଧ ସହିତ ଯେଉଁ କେତେକ ସ୍ଥାନରେ ପୋଲ ନିର୍ମାଣ ଚାଲିଛି ତାହାକୁ କିପରି ତ୍ୱରିତ୍‍ ପର୍ଯ୍ୟାୟରେ ଶେଷ ହୋଇପାରିବ ।
ସମୀକ୍ଷା ଓ ଆଲୋଚନା ସମୟରେ ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷା ମାନସୀ ସାହୁ, ବାସୁଦେବପୁର ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ
ଦ୍ୱିଜବର ରାଉତ ପ୍ରମୁଖ ଏସ୍‍ଇସିସି ତାଲିକା ଅନୁସାରେ ହିତାଧିକାରୀଙ୍କୁ ଦିଆଯାଉଥିବା ବିଜୁ ପକ୍କା ଘର କିମ୍ବା ଆବାସ ଯୋଜନାରେ ଦିଆଯାଉଥିବା ଘର ପ୍ରକୃତ
ହିତାଧିକାରୀମାନେ ପାଉନଥିବା ଅଭିଯୋଗ କରିଥିଲେ । ସେହିପରି ଜିଲ୍ଲା ପରିଷଦ ସଭ୍ୟ ବିବେକାନନ୍ଦ ଦିକ୍ଷୀତ, ହେମନ୍ତ ପାଢ଼ୀ, ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ
ସାଳନ୍ଦୀ ନଦୀବନ୍ଧକୁ ପୁନଃ ମଜଭୁତ ଭାବେ କରିବା ଓ ଚାନ୍ଦବାଲିର କିଛି ଅଞ୍ଚଳରେ ପୋଲ ନିର୍ମାଣ ଧିମେଇ ଯାଇଥିବାରୁ ତାହାକୁ ତ୍ୱରିତ୍‍ ପର୍ଯ୍ୟାୟରେ କାର୍ଯ୍ୟକାରୀ
କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଥିଲେ । ପ୍ରତ୍ୟେକ ସ୍ୱୟଂ ସହାୟକ ଗୋÂୀମାନଙ୍କ ପାଇଁ ଏକ ଘର ସରକାରଙ୍କ ତରଫରୁ ଯୋଗାଇ ଦେବାକୁ
ତିହିଡ଼ି ବ୍ଲକ ଅଧ୍ୟକ୍ଷା ଏକ ନୂତନ ପ୍ରସ୍ତାବ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଏହା ଶୁଣିବା ପରେ ସମସ୍ୟାଗୁଡିକୁ ଖୁବ୍‍ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିନିଧିମାନଙ୍କୁ କହିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ
ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚôବ ତାହାକୁ ସୁନିଶ୍ଚିତ କରିବା ପଞ୍ଚାୟତ ପ୍ରତିନିଧିମାନଙ୍କର ମୂଳ ଦାୟିତ୍ୱ ବୋଲି
କହିଥିଲେ । ଭଦ୍ରକର ପ୍ରତ୍ୟେକ ଅଞ୍ଚଳର ଲୋକପ୍ରତିନିଧି ହିସାବରେ ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସହିତ ରହିବାକୁ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କୁ
ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୀକ୍ଷା ବୈଠକ ୬ମାସ ପରେ ଅନୁÂିତ ହେବ ଏବଂ ସେଥିରେ ଏ ଭିତରେ ଦଳ ତରଫରୁ ଗ୍ରହଣ
କରାଯାଇଥିବା କାର୍ଯ୍ୟାନୁÂାନର ସମୀକ୍ଷା କରାଯିବ ବୋଲି ସଭାପତି କହିଥିଲେ ।
ବୈଠକରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧି ଓ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ
ଦେଇଥିଲେ । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚôବ ସେଥିନିମନ୍ତେ ଯନôବାନ ହେବା ପାଇଁ ସେ ପ୍ରତିନିଧିମାନଙ୍କୁ ଆହ୍ୱାନ
କରିଥିଲେ । ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମୀକ୍ଷା ବେଳେ ଉପସ୍ଥିତ ରହି
ବିଭିନ୍ନ ଅଞ୍ଚଳର ଜନପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସମସ୍ୟାଗୁଡ଼ିକ ସଂପର୍କରେ ଆଗାମୀ ଦିନରେ ପଦେକ୍ଷପ
ନିଆଯିବା ସହ ଏସ୍‍ଇସିସି ତାଲିକାରେ ଥିବା ତ୍ରୁଟିକୁ ସୁଧାରିବାକୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି ବୋଲି ବୋଲି କହିଥିଲେ । ବୈଠକରେ ମନ୍ତ୍ରୀ
ବିଜୟଶ୍ରୀ ରାଉତରାୟ, ସାଂସଦ ଅର୍ଜୁନ ସେଠୀ, ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ବ୍ୟୋମକେଶ ରାୟ, ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲ୍ଲା
ପର୍ଯ୍ୟବେକ୍ଷକ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!