ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ସ୍ତରୀୟ ଶ୍ରମିକ ସଂଗଠନ “ବିଜୁ ଶ୍ରମିକ ସାମ୍ମୁଖ୍ୟ” ଗଠିତ

ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ସ୍ତରୀୟ ଶ୍ରମିକ ସଂଗଠନ ଗଠିତ ହୋଇଛି । ଗତକାଲି (ଗୁରୁବାର) ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ‘ବିଜୁ ଶ୍ରମିକ ସାମ୍ମୁଖ୍ୟ’ ନାମରେ ଏହି ଶ୍ରମିକ ସଂଗଠନ ଗଠିତ ହୋଇଛି । ଓଡ଼ିଶାରେ ବିଜୁ ଜନତା ଦଳ ଗଠନ ହେବାର ୧୮ବର୍ଷ ପରେ ପ୍ରଥମଥର ପାଇଁ ଅନ୍ୟାନ୍ୟ ଗଣ ସଂଗଠନ ଯଥା ଛାତ୍ର, ଯୁବ, ମହିଳା ପରି ଏହି ଶ୍ରମିକ ସଂଗଠନ ରାଜ୍ୟର ଦେଢ଼ କୋଟି ଶ୍ରମଜୀବୀଙ୍କ କଲ୍ୟାଣ ଓ
ସାମାଜିକ ସୁରକ୍ଷା ପାଇଁ କାର୍ଯ୍ୟ କରିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଦେଶରେ ଆମ ରାଜ୍ୟ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଏକ ଆଗୁଆ ରାଜ୍ୟ ଭାବେ ପ୍ରତିପାଦିତ ହୋଇପାରିଛି । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆଜି ସୁଦ୍ଧା ୧୮ଲକ୍ଷ ୬୦ ହଜାର ପରିବାରଙ୍କୁ ପଞ୍ଜିକୃତ କରି ସବୁପ୍ରକାର ସହାୟତା ଯୋଗାଇ ଦେଇଆସୁଛି । ଅସଂଗଠିତ ଶ୍ରମିକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି କ୍ରମେ ଖୁବ୍‍ଶୀଘ୍ର ପଞ୍ଜିକୃତ କରିବା ପାଇଁ ପଦକ୍ଷେପ ନିଆଯାଇଛି । କିଛି ସଂଗଠନ ଓ ବ୍ୟକ୍ତି ବିଶେଷ ଶ୍ରମିକମାନଙ୍କୁ ସହାୟତା ଦେବା ନାମରେ ଯେଉଁ ଶୋଷଣ
କରୁଛନ୍ତି ତାହାକୁ ଅବସାନ କରିବା ସଂଗେ ସଂଗେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଏହି ସଂଗଠନ
କାଅର୍୍ୟ କରିବ ।

ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟର ସବୁ ପ୍ରକାରର ସଂଗଠିତ ଓ ଅସଂଗଠିତ, ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ କରିବ ।
ବିଶେଷକରି ଅସଂଗଠିତ ଶ୍ରମିକ, ଘରୋଇ ଭାବେ କାର୍ଯ୍ୟ କରୁଥିବା ଶ୍ରମିକ, ପରିବହନରେ କାର୍ଯ୍ୟରତ ସବୁ ପ୍ରକାରର ଶ୍ରମିକ, ରାସ୍ତା ପାଶ୍ୱର୍
ଦୋକାନୀ ଓ ଠେଲା ବିକାଳି, ଦୋକାନ ବଜାରରେ କାର୍ଯ୍ୟରତ ଶ୍ରମିକ, ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଶ୍ରମିକ, ସିକୁ୍ୟରିଟି ଗାର୍ଡ,
ମାଲ୍‍ ଗୋଦାମଗୁଡିକରେ କାର୍ଯ୍ୟରତ ଶ୍ରମିକ, ରିକ୍ସା ଓ ଟ୍ରଲି ଚାଳକ, ଟେଲରିଂ କାର୍ଯ୍ୟରେ ନିଯୁକ୍ତ ଶ୍ରମିକ ଓ ବିଭିନ୍ନ ସ୍କିମ୍‍ରେ କାର୍ଯ୍ୟରତ
ଶ୍ରମିକ ଯଥା:- ଅଙ୍ଗନାବାଡ଼ି, ଆଶା, ପାଚିକା, ମିଶନ ଶକ୍ତିରେ କାର୍ଯ୍ୟରତ ଶ୍ରମିକମାନଙ୍କ ସଂଗଠିତ କରିବା ସଂଗେ ସଂଗେ ସେମାନଙ୍କ
ସବୁ ପ୍ରକାର ସୁରକ୍ଷା ପାଇଁ ଏହି ସଂଗଠନ କାର୍ଯ୍ୟ କରିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ଏକ ସାମ୍ବାଦିକ
ସମ୍ମିଳନୀରେ ଦଳର ବରିÂ ପ୍ରବକ୍ତା ତଥା ଉପସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ସାଧାରଣ ସଂପାଦକ ଶ୍ରୀ ଦେବାଶିଷ ସାମନ୍ତରାୟ
ପ୍ରକାଶ କରିଛନ୍ତି ।
ଏହି ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ରୂପେ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂ, କାର୍ଯ୍ୟକାରୀ ସଭାପତି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଓ
ସାଧାରଣ ସଂପାଦକ ଭାବେ ଶ୍ରୀ ସୁବାସ ସିଂହ ମନୋନୀତ ହୋଇଛନ୍ତି । ଉପ-ସଭାପତି ଭାବେ ଲଳିତ ମୋହନ ନାୟକ, ପଞ୍ଚାନନ
ସେନାପତି, ବୈଦ୍ୟନାଥ ଦାସ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଗୋକୁଳ ମେହେର, ଅନୁପ ସାଏ, ଅମୃତ ଦାଶ, ଦିଲ୍ଲୀପ
କୁମାର କର, ସଂପାଦକ ଭାବେ ରାଜେନ୍ଦ୍ର ଦାଶ, ସୁରେନ୍ଦ୍ର କୁମାର ସ୍ୱାଇଁ, ସଂଯୁକ୍ତା ମହଲ, ଯୁଗଳ କିଶୋର ନାୟକ, ପ୍ରଦୀପ୍ତ ମିଶ୍ର, ପ୍ରଦୀପ୍ତ
କୁମାର ନାୟକ, କେଦାର ବିଶ୍ୱାଳ, ହେମନ୍ତ ନାଏକ, ପ୍ରଶାନ୍ତ ସେଠୀ, ଗୋଲକ ଚନ୍ଦ୍ର ନାୟକ, ଅରୁଣ କୁମାର ସ୍ୱାଇଁ ପ୍ରମୁଖ ରହିଥିବା
ବେଳେ କୋଷାଧ୍ୟକ୍ଷ ଭାବେ ତ୍ରୈଲୋକ ବିହାରୀ ପଟ୍ଟନାୟକ ରହିଛନ୍ତି । ଉପଦେଷ୍ଟା ମଣ୍ଡଳୀରେ ବିଧାୟକ ସର୍ବଶ୍ରୀ ଦେବାଶିଷ ସାମନ୍ତରାୟ,
ସମୀର ଦାଶ, ସୁଶାନ୍ତ କୁମାର ବେହେରା, ବ୍ରଜକିଶୋର ପ୍ରଧାନ, ପୂର୍ବତନ ବିଧାୟକ ସାରଦା ନାୟକ ପ୍ରମୁଖ ଏହି କମିଟିରେ ରହିଛନ୍ତି ।

Share in top social networks!