ଅସୁସ୍ଥ ବାବୁଲା ପଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କଲା ବିଜେପି ; ଶାସକ ଦଳ ଓ ପୋଲିସ ଡିଜିଙ୍କ ସଲାସୁତୁରାରେ ବିଜେପି

ରାଜନୈତିକ ଆକ୍ରମଣ ଶାସକ ଦଳ ପାଇଁ ବୁମେରାଂ ହୋଇଛି
• ମୁଖ୍ୟମନ୍ତ୍ରୀ ବାବୁଲାଙ୍କୁ ଠାବ କରିବାକୁ ପୋଲିସକୁ ନିର୍ଦେଶ ଦେଇଥିବା ବେଳେ ସେ ଜଣ ଅପରାଧିକ ପୃÂଭୂମିର ବ୍ୟକ୍ତି କହି ପୋଲିସ ଡିଜି କି ସନେ୍ଦଶ ଦେବାକୁ ଚାହିଁଥିଲେ ?
• ୫୦ ହଜାର ଟଙ୍କା ପରିବାରକୁ ଦେଇଥିବା ରବି ନନ୍ଦଙ୍କୁ ବାବୁଲା ହଜିବା ଘଟଣାରେ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ କାହିଁକି ?
• ଉଭୟ ରବି ନନ୍ଦ ଓ ପ୍ରଣବ ପ୍ରକାଶ ଦାସଙ୍କ କଲ ରେକର୍ଡ ଜାଂଚ ଓ ଉଭୟଙ୍କୁ ଜେରା କରିବାରେ ପୋଲିସ କାହିଁକି ପଛଘୁଂଚା ଦେଉଛି ?
ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଅସୁସ୍ଥ ନାତି ବାବୁଲା ପଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ବାବୁଲା ପଣ୍ଡାଙ୍କ ନିଖୋଜ ଓ ପରେ ଭୁବନେଶ୍ୱରରୁ ଉଦ୍ଧାର ସମ୍ପର୍କରେ ପୋଲିସର ଦାବି ପରେ ସମ୍ପୂର୍ଣ ଘଟଣାରେ ସରକାରୀ ଦଳ ଓ ପୋଲିସ ଡିଜି ସ୍ତରରେ ସଲାସୁତୁରା ହୋଇ ବିଜେପିକୁ ରାଜନୈତିକ ଭାବେ ଆକ୍ରମଣ କରିବା ପାଇଁ ପୋଲିସ ଯେଉଁ କ୍ଷେତ୍ର ପ୍ରସ୍ତୁତ କରିଥିଲା, ଏହା ଶାସକ ଦଳ ପାଇଁ ବୁମେରାଂ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିଖୋଜ ଥିବା ବାବୁଲା ପଣ୍ଡାଙ୍କୁ ଉଦ୍ଧାର କରିବାକୁ ନିର୍ଦେଶ ଦେଇଥିଲେ । ବାବୁଲା ପଣ୍ଡାଙ୍କ ଫୋନ ଅନେକ ସମୟରେ କାମ କରୁଥିଲା ବା ଆଉ ଜଣେ ମହିଳାଙ୍କୁ ଡାଇଭର୍ଟ ହେଉଥିଲା । ପୋଲିସ ବାବୁଲା ପଣ୍ଡାଙ୍କୁ ଠାବ କରିବାରେ କୌଣସି ଅସୁବିଧା ନ ଥିଲା । ମାତ୍ର ବାବୁଲାଙ୍କୁ ଠାବ କରିବା ପରିବର୍ତେ ଡିଜି କେବି ସିଂହ ସେ ଜଣେ ଅପରାଧିକ ପୃÂଭୂମିର ବ୍ୟକ୍ତି କହି କି ସନେ୍ଦଶ ଦେବା ପାଇଁ ଚାହୁଁଥିଲେ ପ୍ରଶ୍ନ କରି ଖୋଦ ଡିଜି ତାଙ୍କର ସାମ୍ବିଧାନିକ ଦାୟିତ୍ୱ ନୁହେଁ ଶାସକ ଦଳର ରାଜନୈତିକ ମୋହରା ଭାବେ କାମ କରୁଥିଲେ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ବାବୁଲା ପଣ୍ଡା ଠାବ ହେବା ପରେ ତାଙ୍କର ଏତେ ଦିନ କେଉଁଠି ଥିଲେ, କିପରି ଥିଲେ ତାହାର ତଦନ୍ତ କରାଯିବ ବୋଲି ପୋଲିସ କହିଛି । ମାତ୍ର ବାବୁଲା ପଣ୍ଡାଙ୍କ ଘରେ ବରିÂ ବିଜେଡି ନେତା ରବି ନନ୍ଦ ୫୦ ହଜାର ଟଙ୍କା ପହଂଚାଇବା ପରିବାର ବକ୍ତବ୍ୟ ପରିପ୍ରେକ୍ଷୀରେ ଶ୍ରୀ ନନ୍ଦଙ୍କୁ ତଦନ୍ତ ପରିସରଭୁକ୍ତ ପୋଲିସ କାହିଁକି କରି ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଏହା ସହ ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ବାବୁଲା ପଣ୍ଡାଙ୍କୁ ଲୁଚାଇବାରେ ମୁଖ୍ୟ ଭୂମିକା ନେଇଥିବା ଅଭିଯୋଗ ହୋଇଛି । ଉଭୟଙ୍କ କଲ ରେକର୍ଡ ଜାଂଚ ଓ ଉଭୟଙ୍କୁ ଜେରା କରିବାରେ ପୋଲିସ କାହିଁକି ପଛଘୁଂଚା ଦେଉଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
୧୭ ବର୍ଷର ବିଜେଡି ଶାସନରେ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଦେଇ ନାହିଁ ବିଜେଡି । ମୋଦି ଆସି ସଂଗ୍ରାମୀଙ୍କୁ ସମ୍ମାନିତ କଲା ବେଳେ ବିଜେଡି ଅସହିଷ୍ଣୁ ହୋଇ ବିଜେପିକୁ ବଦନାମ କରିବା ପାଇଁ କରିଥିବା ଷଡଯନ୍ତ୍ର ଶାସକ ଦଳ ପାଇଁ ମହଂଗା ପଡିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ସଂପାଦକ ଦିଲୀପ ମଲ୍ଲିକ, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପଦ୍ମଜା ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!