ବିଜେଡି ନେତାଙ୍କ ଆକ୍ରମଣର ଶୀକାର ଛେଳି ଚରାଳୀ ମହିଳା ପାର୍ବତୀ ସାସମଲଙ୍କ ସୁରକ୍ଷା ଦାବି କଲା ବିଜେପି

- ମୋଦିଙ୍କୁ ଭୋଟ ଦେବା ଓ ମୁଖର ହୋଇ ରାଜ୍ୟ ସରକାରଙ୍କ ସମାଲୋଚନା କରିବା ଅପରାଧ କି ବୋଲି ପ୍ରଶ୍ନ କଲା ବିଜେପି
- ଗରୀବ, ମହିଳା, ଛେଳୀ ଚରାଳୀ ତଥା ଉପକୂଳ ଓଡିଶାର ବିଜେଡି ଗଡରେ ପାର୍ବତୀ ସାସମଲଙ୍କ କାହାଣୀ ରାଜ୍ୟରେ ବଦଳୁଥିବା ଜନମତକୁ ସ୍ପଷ୍ଟ କରୁଛି
- ଘଟଣା ରଷ୍ଟ୍ରୀୟ ଗଣମାଧ୍ୟମରେ ଚର୍ଚିତ ହେଲା ପରେ ମଧ୍ୟ ଡିଜି ଘଟଣା ସମ୍ପର୍କରେ ଜାଣି ନାହିଁ ବୋଲି କହିବା ଦୁର୍ଭାଗ୍ୟଜନକ
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୁଟି ପଂଚାୟତ ଅନ୍ତର୍ଗତ କାଳୀକୁଦ ଗ୍ରାମର ଛେଳି ଚରାଳୀ ଗରୀବ ମହିଳା ପାର୍ବତୀ ସାସମଲଙ୍କ ସୁରକ୍ଷା ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ।
ଶ୍ରୀମତୀ ଲେଖାଶ୍ରୀ କହିଛନ୍ତି ଯେ ଅତ୍ୟନ୍ତ ଗରୀବ, ଛେଳି ଚରାଇ ପରିବାର ଚଳାଉଥିବା ଜଣେ ସାଧାରଣ ମହିଳା ମୋଦିଙ୍କ ଉପରେ ଅତୁଟ ଭରସା ରଖିବା ଓଡିଶାରେ ବଦଳୁ ଥିବା ଜନମତର ସ୍ପଷ୍ଟ ସୂଚନା । ସଂପୃକ୍ତ ଗରୀବ ମହିଳା ବିଜେଡିର ରାଜନୈତିକ ଗଡ ଜଗତସିଂହପୁର ଜିଲ୍ଲାର ଏରସମା ନିର୍ବାଚନ ମଣ୍ଡଳୀର । ମୋଦିଙ୍କ ଉପରେ ଅତୁଟ ବିଶ୍ୱାସ ପାଇଁ ସେ ଭୁବନେଶ୍ୱରକୁ ଦାବିପତ୍ର ଧରି ଧାଇଁ ଆସିଥିଲେ । ଗରୀବ କଲ୍ୟାଣର ସଚ୍ଚା ପ୍ରତୀକ ଭାବେ ଭୀଡ ଭିତରୁ ପାର୍ବତୀଙ୍କ ହାତରୁ ଦାବି ପତ୍ର ନେଇଥିଲେ ଖୋଦ ପ୍ରଧାନମନ୍ତ୍ରୀ ।
ପଂଚାୟତ ନିର୍ବାଚନରେ ବିଜେପିକୁ ଭୋଟ ଦେଇଥିବା କାରଣରୁ ପାର୍ବତୀ ସ୍ଥାନୀୟ ବିଜେଡି ନେତାଙ୍କ ଦ୍ୱାରା ମାଡ ଖାଇଥିଲେ । ପୋଲିସରେ ଅଭିଯୋଗ କରିବାରୁ ପୋଲିସ ତ ଅଭିଯୋଗ ସ୍ୱୀକାର କଲା ନାହିଁ ସ୍ଥାନୀୟ ବିଜେଡି ନେତା ମାନେ ମୋଦିଙ୍କ ଶରଣାପନ୍ନ ହେବା ପାଇଁ କଟାକ୍ଷ କରିଥିଲେ ।
ଘଟଣା କେବଳ ଓଡିଶା ନୁହେଁ ରାଷ୍ଟ୍ରୀୟ ଗଣମାଧ୍ୟମରେ ବିତର୍କିତ ହୋଇଛି । ଘଟଣା ବିଷୟରେ ଖୋଦ ପ୍ରଧାନମନ୍ତ୍ରୀ ଅବଗତ ଅଛନ୍ତି । ଗୁରୁବାର ଦିନ ସଂପୃକ୍ତ ମହିଳାର ସୁରକ୍ଷା ପାଇଁ ପୋଲିସ ଡିଜିଙ୍କୁ ସେ ସା କ୍ଷାତ କଲା ବେଳେ ଘଟଣା ସମ୍ବନ୍ଧରେ ସେ ଜାଣି ନ ଥିବା କହିବା ଘୋର ପରିତାପର ବିଷୟ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଗଣତାନ୍ତ୍ରିକ ପ୍ରକ୍ରିୟାରେ ମୋଦିଙ୍କ ଦଳକୁ ଭୋଟ ଦେବା ଓ ମୁଖର ହୋଇ ରାଜ୍ୟ ସରକାର ଓ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ଗଣତାନ୍ତ୍ରିକ ଅଧିକାରକୁ ରାଜ୍ୟର ବିଜେଡି ସରକାର ପୋଲିସ ସହାୟତାରେ ଛଡାଇ ନେବାକୁ ଚେଷ୍ଟା କରୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଲେଖାଶ୍ରୀ କହିଛନ୍ତି ଯେ ସଂପୃକ୍ତ ମହିଳା ବିଜେଡି ଗୁଣ୍ଡାଙ୍କ ଆକ୍ରମଣର ଡରରେ ଆତଙ୍କିତ ଜୀବନ ଯାପନ କରୁଛନ୍ତି । ବିଜେପିକୁ ପଂଚାୟତ ନିର୍ବାଚନରେ ଭୋଟ ଦେବା କାରଣରୁ ମାଡ ଓ ପରେ ମୋଦିଙ୍କୁ ଦାବି ପତ୍ର ଦେବା କାରଣରୁ ସେ, ତାଙ୍କ ପରିବାର ଓ ସାହି ପଡିଶାଙ୍କ ଉପରେ ମରଣାନ୍ତକ ଆକ୍ରମଣରେ ସଂପୃକ୍ତ ବିଜେଡି ନେତା ଓ କର୍ମୀଙ୍କ ନାମ ସମ୍ବଳିତ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଶାସକ ଦଳର ପ୍ରରୋଚନାରେ ପୋଲିସ ନୀରବ ରହିବା ସାଧାରଣ ନାଗରିକର ମୌଳିକ ଅଧିକାରର ହନନ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
ଏହି ଘଟଣାରେ ସଂପୃକ୍ତ ମହିଳାକୁ ନ୍ୟାୟ ଦେବା ସହ ଶାସକ ବିଜେଡିର ଗୁଣ୍ଡାଗିରି ଓ ମରଣାନ୍ତକ ଆକ୍ରମଣ ବିରୁଦ୍ଧରେ ବିଜେପି ରାଜନୈତିକ ଜବାବ ଦେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପଦ୍ମଜା ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!