ଓମାନରେ ଫସିଥିବା ଖୋର୍ଧା ଜିଲ୍ଲାର ଓଡିଆ ଯୁବକଙ୍କୁ ତୁରନ୍ତ ସ୍ୱଦେଶ ଫେରାଇ ଆଣିବାକୁ ସୁଷମା ସ୍ୱରାଜଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ

12308625_922985534451693_8657389227352542536_n
• ଖବର କାଗଜରୁ ଜାଣିବା ପରେ ସୁଷମା ସ୍ୱରାଜଙ୍କୁ ଲେଖିଲେ ଚିଠି
• ଓଡିଆ ଯୁବକଙ୍କୁ ସେମାନଙ୍କର କାମର ଉଚିତ ପ୍ରାପ୍ୟ ପାଇବା ପାଇଁ ପଦକ୍ଷେପ ନେବାକୁ କଲେ ଅନୁରୋଧ
ଓମାନରେ ଫସି ରହିଥିବା ପାଂଚ ଜଣ ଓଡିଆଙ୍କୁ ମୁକ୍ତ କରି ଭାରତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଖୋର୍ଧା ଜିଲ୍ଲାର ବାଲୁଗାଁ ଓ କୃଷ୍ଣପ୍ରସାଦ ଅଂଚଳର ପାଂଚ ଜଣ ଯୁବକ ଦିଲ୍ଲୀପ ସାହୁ, ପପୁ
ସିଂହ, ମାନସ ନାୟକ, ଶରତ ପଲେଇ ପ୍ରଭୃତି କାମ ପାଇଁ ଓମାନ ଯାଇ ଦୁର୍ଦଶାର ସମ୍ମୁଖୀନ ହୋଇଥିବା
ଖବର କାଗଜରୁ ସେ ଜାଣିବାକୁ ପାଇଥିଲେ ।
ଶ୍ରୀ ପ୍ରଧାନ ଶ୍ରୀମତୀ ସ୍ୱରାଜଙ୍କୁ ତାଙ୍କର ପତ୍ରରେ କହିଛନ୍ତି ଯେ ଏହି ଓଡିଆ ଯୁବକ ମାନେ ଅନୀଲ ସ୍ୱାଇଁ ନାମକ ଏକ
ବ୍ୟକ୍ତିକୁ ବିଦେଶରେ ଚାକିରୀ ପାଇଁ ୭୦ ହଜାର ଟଙ୍କା ଲେଖା ଦେଇ ଥିଲେ । ପ୍ରଥମେ ସେମାନଙ୍କୁ କେରଳ ନିଆ
ଯାଇ ପ୍ଲାନେଟ କନସଲ୍ଟନାସି ଠାରେ ପଂଜୀକୃତ କରା ଯିବା ପରେ ଓମାନକୁ ପଠା ଯାଇଥିଲା ।
ଓମାନ ଠାରେ ସେମାନଙ୍କୁ ଅମାନବୀୟ ପରିସ୍ଥିତିରେ କାମ କରିବାକୁ ବାଧ୍ୟ କରା ଯାଇଥିଲା । ଦୁଇ ମାସ ପରେ
ଦରମା ମାଗିବାରୁ ସେମାନଙ୍କୁ ପଠାଇଥିବା ଏଜେନ୍ସିକୁ ଦିଆ ଯାଇଥିବା କହିବା ସହ ସେମାନଙ୍କୁ ମାଡ ମରା
ଯାଇଥିଲା ଓ ସେମାନଙ୍କୁ ବନ୍ଦୀ ଅବସ୍ଥାରେ ରଖା ଯାଇଥିଲା । ସେମାନେ ସେମାନଙ୍କ ପରିବାର ବର୍ଗକୁ ଏ
ସମ୍ପର୍କରେ ଜଣାଇବା ପରେ ସେମାନେ ସ୍ଥାନୀୟ ପ୍ରଶାସନକୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ଏ
ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯିବାର ସୂଚନା ପରିବାର ପାଖରେ ନ ଥିବା ଖବର କାଗଜରେ ପ୍ରକାଶିତ
ହୋଇଛି ।
ଶ୍ରୀମତୀ ସ୍ୱରାଜ ଏହି ମାମଲାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଏହି ଓଡିଆ ଯୁବକ ମାନଙ୍କୁ ତୁରନ୍ତ ସ୍ୱଦେଶ
ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି । ଏହି ଗରୀବ ଓଡିଆ ପିଲା ମାନେ ଯେପରି ସେମାନଙ୍କର ଉଚିତ
ପ୍ରାପ୍ୟ ଫେରି ପାଇବେ ସେ ନେଇ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଥିବା ପ୍ରକାଶ କରିଛନ୍ତି ।

Share in top social networks!