ଓଡ଼ିଶା ପର୍ବ- ଜାଗରୁକ କରାଇବ ଓଡ଼ିଆ ସାଂସ୍କୃତିକ ଗନ୍ତାଘର

odishaparvaଜାତୀୟ ରାଜଧାନୀ ଅଂଚଳ(ଏନ୍ସିଆର୍)ର ଅଧିବାସୀ ଚଳିତ ମାସରେ ଇଣ୍ଡିଆ ଗେଟ୍ ଲନ୍ରେ ଓଡ଼ିଆ ସଂସ୍କୃତିର ହୃଦୟଭରା ଅବଲୋକନ ପାଇଁ ଅନନ୍ୟ ସୁବିଧା ପାଇବେ । ‘ଓଡ଼ିଆ ସମାଜ’ ଦ୍ୱାରା ଏପ୍ରିିଲ ୨୯ରୁ ମେ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୩ ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାର ଇତିହାସ, କଳା, ସଂସ୍କୃତି, ପରମ୍ପରା, ବିବିଧ ନୃତ୍ୟ, ଓଡ଼ିଆ ବ୍ୟଞ୍ଜନ ଆଦି ନାନାବିଧ ବୈଶିଷ୍ଟ୍ୟ ଅନନ୍ୟ ରୂପରେ ପ୍ରଦର୍ଶିତ ହେବ । ସବୁ କ୍ଷେତ୍ରରେ ଅଦମ୍ୟ ଓଡ଼ିଶାର ଏହା ଏକ ଆକର୍ଷଣୀୟ ଝଲକ ହେବ ।

ଏହି ଉପକ୍ରମର ଲକ୍ଷ୍ୟ ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଇ ଅବସରପ୍ରାପ୍ତ ଆଇଆରଏସ୍ ଅଫିସର ତଥା ‘ଓଡ଼ିଆ ସମାଜ’ର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ‘ଦେଶବ୍ୟାପୀ ବିଭିନ୍ନ ପା୍ରନ୍ତରୁ ଏଠାକୁ ଆସୁଥିବା ଦର୍ଶକମାନେ ପାରମ୍ପରିକ ଭାବେ ଜାତୀୟତାବୋଧ ସଂସ୍କୃତି ଏବଂ ବିଶ୍ୱ ଭାତୃତ୍ୱରେ ପରିଚିତ ହୋଇଥିବାରୁ ହୁଏତ ପ୍ରାଚୀନ ସଭ୍ୟତାର ସ୍ମୃତି ବହନ କରୁଥିବା ଓଡ଼ିଶା ଏବଂ ଅଦମ୍ୟ ଓଡ଼ିଆ ପ୍ରାଣ ବିଷୟରେ ଜାଣି ନଥିବେ ଅଥବା କମ୍ ଜାଣିଥିବେ । ଏହି ଜାତୀୟ ଦର୍ଶକଙ୍କ ସମ୍ମୁଖରେ ଓଡ଼ିଶାର ବହୁମୁଖି ବିବିଧତା ସହିତ ଓଡ଼ିଆ ସଂସ୍କୃତି ସହ ପରିଚିତ କରାଇବାରେ ଏଭଳି ଏକ ପ୍ରୟାସ ହେବ ପ୍ରଥମ ତଥା ଅନନ୍ୟ ପ୍ରଦର୍ଶନ ।’

ଜଗନ୍ନାଥ ଧାମର ତିନୋଟି ରଙ୍ଗୀନ ରଥର ପ୍ରତିରୂପ ଓଡ଼ିଆ ସଂସ୍କୃତିର ନିବାସକୁ ଦର୍ଶକମାନଙ୍କୁ ସ୍ୱାଗତ କରିବ । ଓଡ଼ିଶାର ଅଦମ୍ୟ ପ୍ରାଣରେ ସଂଚରିତ ହେଉଥିବା ଶକ୍ତିର ପ୍ରଦର୍ଶନ ‘ଆତ୍ମ ଶକ୍ତି’ ଏହି ପ୍ରାଚୀନ ସଭ୍ୟତାର ଗରିମାମୟ ଇତିହାସ ସମ୍ପର୍କରେ ଦର୍ଶକଙ୍କୁ ମାର୍ଗଦର୍ଶନ କରାଇବ । ପ୍ରଦର୍ଶନ ଓ ବ୍ୟାଖ୍ୟା ସହିତ ଏହି ମେଳା ଦର୍ଶକଙ୍କୁ ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ଏହି ପ୍ରାଚୀନ ସଭ୍ୟତାର ଗତିଶୀଳତା ବିଷୟରେ ଜାଣିବାରେ ସହାୟକ ହେବ । ଏହି ମାଟିର ରାଜା ଖାରବେଳ ପୂର୍ବଭାରତ ସମେତ ମଧ୍ୟ ଭାରତର ବୃହତ୍ ଭାଗ ଅକ୍ତିଆର କରିବା ସହ ଗଙ୍ଗାରୁ ଗୋଦାବରୀ ଯାଏ ସାମ୍ରାଜ୍ୟ ବିସ୍ତାର କରି ଶକ୍ତିଶାଳୀ କଳିଙ୍ଗ ସାମ୍ରାଜ୍ୟ ସ୍ଥାପନ କରି ଶ୍ରେÂତ୍ୱ ହାସଲ କରିବା ସହ ଓଡ଼ିଶାର ନାନାଦି ଉପଲବ୍ଧô ବିଷୟରେ ଏହା ସୂଚନା ଦେବ । ପ୍ରାଚୀନ କାଳରେ ରୋମ୍ ସାମ୍ରାଜ୍ୟ, ସିଲୋନ୍, ଚୀନ, ବର୍ମା, ସୁବର୍ଣ୍ଣ ଦ୍ୱୀପ ଭାବେ ଜଣାଶୁଣା ଇଣ୍ଡୋନେସିଆର ଦ୍ୱୀପ- ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସହ ଦରିଆପାରି ସୁସମ୍ପର୍କ ସ୍ଥାପନ କରିଥିବା ଓଡ଼ିଶାର ଗୌରବମୟ ବାଣିଜି୍ୟକ ଇତିହାସ ସମ୍ପର୍କରେ ଏହା ଅବଗତ କରାଇବ ।

ସିପାହୀ ବିଦ୍ରୋହର ବହୁ ପୂର୍ବରୁ ଏ ମାଟିର ଯୋଦ୍ଧା ପାଇକ ବୀରମାନେ ସ୍ୱାଧୀନତା ହାସଲ ପାଇଁ ବ୍ରିଟିଶ୍ ବିରୋଧରେ ପ୍ରଥମ ଯୁଦ୍ଧ ଘୋଷଣା କରିବା ଏବଂ ୧୮ ଥର ଆକ୍ରମଣ ଓ ଯୁଦ୍ଧ ସତ୍ତେ୍ୱ ଜଗନ୍ନାଥ ସଂସ୍କୃତିର ପୁନଃ ଉତ୍ଥାନ ଓଡ଼ିଶାର ବୈଶିଷ୍ଟ୍ୟ ।

ଅନୁସୂଚୀ ଏବଂ ପ୍ରଦର୍ଶନୀ ମଧ୍ୟ ଓଡ଼ିଶାର ପୁନଃ ଜାଗରଣ ଏବଂ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଏକାଠି କରି ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ବିବରଣୀ ପ୍ରଦାନ କରିବ । ଜାତୀୟତାବୋଧରେ କୌଣସି ପ୍ରକାର ସାଲିସ ନକରି ଓଡ଼ିଶା ଓଡ଼ିଆ ଭାଷାଭାଷୀ ଅଂଚଳର ଏକତ୍ରିକରଣରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ପାଇଁ ଲଢେ଼ଇ କରିଥିଲା । ଓଡ଼ିଶା ସମ୍ପର୍କରେ ବ୍ୟାଖ୍ୟା ଦର୍ଶକଙ୍କୁ ଓଡ଼ିଶାରେ ଗଚ୍ଛିତ ଅମୂଲ୍ୟ ଖଣିଜ ସମ୍ପଦ, ଜୀବଜନ୍ତୁ ଓ ବୃକ୍ଷରାଜିଠୁ ଆରମ୍ଭ କରି ଆଧୁନିକ ଯୁଗର ବୃହତ୍ ଶିଳ୍ପ, ତୈଳ ବିଶୋଧନାଗାର ଏବଂ ଭିତ୍ତିଭୂମି ଆଧାରରେ ନବନିର୍ମିତ ଓଡ଼ିଶା ପ୍ରଦେଶ ବିଷୟରେ ଅବଗତ କରାଇବ ।
ଉଦୟଗିରି ଗୁମ୍ଫାର ଏକ ସାଂକେତିକ ପ୍ରତିକୃତି ପ୍ରଦର୍ଶନୀ ସ୍ଥଳୀରେ ସ୍ଥାପନ କରାଯିବ । ଆକର୍ଷଣୀୟ ମଲ୍ଟି ପ୍ରୋଜେକ୍ଟର – ପ୍ରୋଜେକ୍ସନ ମ୍ୟାପିଙ୍ଗ୍ ଫିଲ୍ମ – ଓଡ଼ିଶା ସମ୍ପର୍କରେ ଏକ ଶବ୍ଦ ଏବଂ ଆଲୋକମାଳା ଉପସ୍ଥାପନା ଏବଂ ଏହାର ଅନନ୍ୟ ଆକର୍ଷଣକୁ ଏହା ଅଧିକ ଚିତ୍ରପଟ୍ଟ ଯୋଗାଇବ । ପ୍ରଚ୍ଛଦପଟ୍ଟ ସାଜସଜ୍ଜା ସହିତ ୬୦ ଫୁଟ୍ ମଂଚରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ପ୍ରଦର୍ଶିତ ହେବ ।

ଭୂମିରେ କ୍ଷୁଦ୍ର ପୋଡ଼ିୟମ ମାଧ୍ୟମରେ ଓଡ଼ିଶାର ବିଲୁପ୍ତପ୍ରାୟ ତଥା ପାରମ୍ପରିକ ଲୋକକଳା ପ୍ରଦର୍ଶିତ ହେବ । ଲୋକକଳା ପ୍ରଦର୍ଶନ କରୁଥିବା କଳାକାର ଦର୍ଶକଙ୍କ ଗହଣରେ ରହି ପରିସରକୁ ଆହୁରି ରୋମାଂଚକର କରିବେ ।

ଉତ୍ସବରେ ହସ୍ତତନ୍ତ ଏବଂ ହସ୍ତ ଶିଳ୍ପ ବିଭାଗ ‘ହସ୍ତ ଶିଳ୍ପ ହାଟ’ ଓଡ଼ିଶାର ଲୋକପ୍ରିୟ କଳାକୃତି, ସ୍ଥାପତ୍ୟ ଏବଂ ବୟନ ଶିଳ୍ପର ଗନ୍ତାଘର ହେବ । ଏହି ହାଟର ସବୁଠୁ ଶ୍ରେÂ ବିଭାଗ ହେବ ପଟ୍ଟଚିତ୍ର ଆଙ୍କିବା, ଶଙ୍ଖ ଶାମୁକା ଶିଳ୍ପ, ପଥର ଶିଳ୍ପ, ବୟନ ଶିଳ୍ପ, ପଥର କାମ, ସମ୍ବଲପୁରୀ ଶାଢ଼ୀ ବୁଣା ଆଦି ପ୍ରବୀଣ ଶିଳ୍ପୀ ଓ ବୁଣାକାରଙ୍କ ଦ୍ୱାରା ପ୍ରତ୍ୟକ୍ଷ ପ୍ରଦର୍ଶନ ।

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ପ୍ରଦର୍ଶନ ‘ଓଡ଼ିଶା ପର୍ବ’ର ମୁଖ୍ୟ ଆକର୍ଷଣ ହେବ । ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଏକ ବାଲୁକା କଳା କର୍ମଶାଳା ଆୟୋଜିତ ହେବ ଯାହା ଦ୍ୱାରା ଜାତୀୟ ରାଜଧାନୀରେ ଥିବା ଉଦ୍ଧୀୟମାନ ପ୍ରତିଭାମାନେ ଏହି ବିଶ୍ୱ ସ୍ତରୀୟ କଳା ସମ୍ପର୍କରେ ଶିକ୍ଷାଲାଭ କରିପାରିବେ ।

‘ଓଡ଼ିଶା ପର୍ବ’ ରେ ଏସବୁକୁ ବଳିଯିବ ଖାନା ଖଜାନ । ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ତଥା ପାଟିରୁ ଲାଳ ଗଡାଇବା ଭଳି ଜଲଖିଆ, ବିଶ୍ୱ ପ୍ରସିଦ୍ଧ ଓଡ଼ିଆ ମିଠା ଏବଂ ନିରାମିଷ ତଥା ଆମିଷ ଖାଦ୍ୟ ସମେତ ବିଭିନ୍ନ ପ୍ରକାରର ସାମୁଦ୍ରିକ ଖାଦ୍ୟ ମଧ୍ୟ ଉପଲବ୍ଧ ହେବ । ବିବିଧ ସଂସ୍କୃତିର ସମନ୍ୱୟ ଥିବା ଜାତୀୟ ରାଜଧାନୀରେ ଏସବୁ ମଧ୍ୟରୁ ଅନେକ ପ୍ରକାର ଖାଦ୍ୟ ଚମକପ୍ରଦ ହେବ ।

ଭାରତ ସରକାରଙ୍କ ପ୍ରତିରକ୍ଷା, ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲୀ ୨୯ ଏପ୍ରିଲ ୨୦୧୭ରେ ‘ଓଡ଼ିଶା ପର୍ବ’ ଉସôବକୁ ଉଦ୍ଘାଟନ କରିବେ । ଅନ୍ୟମାନଙ୍କ ମଧ୍ୟରେ ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ଶ୍ରୀ ଦୀପକ ମିଶ୍ର ଓ କେନ୍ଦ୍ର ପେଟ୍ରୋଲିମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । କେନ୍ଦ୍ର ଗୃହ ନିର୍ମାଣ ଓ ଗ୍ରାମାଂଚଳ ଦାରିଦ୍ର୍ୟ ଦୂରୀକରଣ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଭେଙ୍କିଆ ନାଇଡୁ ୩୦ ଏପ୍ରିଲ ୨୦୧୭ରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ଝାଡ଼ଖଣ୍ଡର ମାନନୀୟା ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୧୭ ମେ ୧ ତାରିଖରେ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ କୌଣସି ଏଣ୍ଟ୍ରି ଫି’ ଦେବାକୁ ପଡ଼ିବ ନାହିଁ ଏବଂ ଏହା ସମସ୍ତଙ୍କ ପାଇଁ ମୁକ୍ତ ରହିବ ।

Share in top social networks!