ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଯୁବ କଂଗ୍ରେସର ଏତଲା

ଗତ ତା ୧୫.୪.୨୦୧୭ ରିଖ ଓ ତା ୧୬.୪.୨୦୧୭ ରିଖ ଦୁଇ ଦିନ ଧରି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୋତ୍ସାହନ ଦ୍ୱାରା ଓଡିଶା ରାଜଭବନ ରହଣି ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ଦିନ ରାଜ୍ୟ ବିଜେପିର ଚୟନକ୍ରମେ କେତେକ ସ୍ୱାଧିନତା ସଂଗ୍ରାମୀ ଓ ବୀର ସହିଦ୍ମାନଙ୍କୁ ସମ୍ମାନୀତ କରିଥିଲେ । ସଠିକ୍ ଚିହ୍ନଟ ବିନା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଯାଚିତ ପକ୍ଷପାତିତା ତଥା ଦଳୀୟ ଉତ୍ସୁକତାକୁ ରାଜ୍ୟର ଉପାନ୍ତ ଜୟପୁର ଅଞ୍ଚଳରେ ବୃଦ୍ଧି କରିବା ଉଦେ୍ଧଶ୍ୟରେ ନାଲ୍କୋ ଦ୍ୱାରା କେତେକ ସାଧାରଣ ଜନତାଙ୍କୁ ସ୍ୱାଧିନତା ସଂଗ୍ରାମୀ ପରିବାର ଆଖ୍ୟା ଦେଇ ଭୁବନେଶ୍ୱର ରାଜଭବନ ଅଣାଯାଇଥିଲା ।

ସ୍ୱାଧିନତା ସଂଗ୍ରାମୀଙ୍କ ଚିହ୍ନ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କର ସୁରକ୍ଷା ଓ ବିକାଶ ପାଇଁ ଦାୟିତ୍ୱରେ ଥିବା ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ଅଗୋଚରରେ କେବଳ ଦଳୀୟ ପ୍ରଚାର ଉଦେ୍ଧଶ୍ୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ କେତେକ ଅଣସ୍ୱାଧିନତା ସଂଗ୍ରାମୀଙ୍କ ପରିବାରକୁ ସ୍ୱାଧିନତା ସଂଗ୍ରାମୀଙ୍କ ଦାୟଦ ଭାବେ ଚିହ୍ନଟ କରି ରାଜ୍ୟ ତଥା ଜୟପୁର ଅଞ୍ଚଳର ପ୍ରକୃତ ସଂଗ୍ରାମୀ ପରିବାରକୁ ପ୍ରତାରିତ ଓ ଲଜ୍ଜିତ କରିଛନ୍ତି । ଆଦିବାସୀ ଅଧୁ୍ୟଷିତ କୋରାପୁଟ ଓ ଜୟପୁର ଅଞ୍ଚଳରେ ବିଜେପି ନେତାମାନେ ଶସ୍ତା ଲୋକପ୍ରିୟତା ହାସଲ ଉଦେ୍ଧଶ୍ୟରେ ଏହି ମିଛ ସ୍ୱାଧିନତା ସଂଗ୍ରାମୀ ଚୟନ ପ୍ରକି୍ରୟା ଆପଣେଇଛନ୍ତି ।

ଏପରିକି ଏହିସବୁ ସାଧାରଣ ଜନତାଙ୍କ ପରିବାର ସଦସ୍ୟକୁ ଭୁବନେଶ୍ୱର ରାଜଭବନ ଯାଏ ଗାଡିକରି ଆଣିଥିବା ସଂସ୍ଥାମାନେ ସଂପୃକ୍ତ ସମ୍ବର୍ଦ୍ଧିତ ଲୋକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଗ୍ରାମରେ ପହଞ୍ଚାଇ ନାହାନ୍ତି । ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡା ଏହି ସମୟରେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଛନ୍ତି ଏବଂ ବାବୁଲାଙ୍କ ସ୍ତ୍ରୀ ଲକି ଓ ଦୁଇଟି ଛୋଟ ପୁଅ ଭୋକ ଉପାସରେ ସମୟ କାଟୁଛନ୍ତି । ସେମାନଙ୍କ ଜୀବନ ଏବେ ବିପନ୍ନ ହୋଇଛି । ଏହି ନିରୀହ ତଥା ସାଧାରଣ ପରିବାର ସଦସ୍ୟମାନଙ୍କୁ ଉଦେ୍ଧଶ୍ୟମୂଳକ ଭାବେ ପୁରସ୍କାର ଦେବା ବାହାନାରେ ବିପଦ ମୁହଁକୁ ଠେଲି ଦେଇଥିବା ବିଜେପି ନେତା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଦୃଢ ଆଇନ୍ଗତ କାର୍ଯ୍ୟାନୁÂାନ ଦାବି କରି ଓଡିଶା ପ୍ରଦେଶ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀମାନେ କ୍ୟାପିଟାଲ ଥାନାରେ ଏତଲା ଦାୟର କରିଛନ୍ତି ।

ସରକାରଙ୍କ ବିନା ଗୋଚରରେ ବିଜେପିର ରାଜନୈତିକ ଉନ୍ନତି ପାଇଁ ରାଜଭବନ ଓ ପ୍ରଧାନମନ୍ତ୍ରୀଙ୍କୁ ବ୍ୟବହାର କରାଯାଇ ଦେଶର ସମ୍ବିଧାନ ପ୍ରତି ଉପହାସ କରାଯାଇଛି । ଦେଶର ଜଣେ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତା ତଥା ସାଧାରଣ ନାଗରିକର ସୁରକ୍ଷା ଓ ବିଧି ଦ୍ୱାରା ନ୍ୟାୟ ପ୍ରତିÂା ପାଇଁ ଶପଥ ନେଇଥିବା ଶ୍ରୀ ପ୍ରଧାନ ତାଙ୍କର ଏତାଦୃଶ କାର୍ଯ୍ୟ ପାଇଁ ସାଧାରଣରେ ଅବିଶ୍ୱସନୀୟତା ସୃଷ୍ଟି କରି ସାମ୍ବିଧାନିକ ପଦକୁ ଅମର୍ଯ୍ୟାଦା କରିଥିବା ଅଖିଳ ଭାରତ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଅଭିଯୋଗ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ସ୍ମୃତିରଞ୍ଜନ ଲେଙ୍କା, ସେକ୍ ଅମିର ମହମ୍ମଦ, ୟାସିର ନୱାଜ୍, ରାଜୀବ ପଟ୍ଟନାୟକ, ସଂକୁନା କହଁର, ଦେବାଶିଷ ମହାପାତ୍ର, ରଞ୍ଜିତ୍ ପାତ୍ର, ବିରଞ୍ଚô ବାରିକ, ସ୍ୱାଗତ କର, ବଳରାମ ନାୟକ, ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!