ବିଜେପିକୁ ସମର୍ଥନ ଯୋଗୁଁ ବିଜେଡି ଅସହିଷ୍ଣୁ

ବିଜେଡି ଗରିବ ଲୋକଙ୍କୁ ନିର୍ଯ୍ୟାତନା ଦେବା ବନ୍ଦ କରନ୍ତୁ : ବିଜେପି
bjpkendrapada
ବିଜେପିକୁ ସମର୍ଥନ ଯୋଗୁଁ ବିଜେଡି ଓଡ଼ିଶାବାସୀଙ୍କ ଉପରେ ଅସହିଷ୍ଣୁ ହୋଇ ପଡ଼ିଛି । ପଂଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଦେଇ ମୋଦିଜୀଙ୍କ ନେତୃତ୍ୱକୁ ଭଲ ପାଉଥିବା ଗାଁ ଗହଳିରେ ରହୁଥିବା ଲୋକଙ୍କ ଉପରେ ଶାସକ ବିଜେଡିର ନେତା ଏବଂ କର୍ମୀମାନେ ଅତ୍ୟାଚାର କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି ।
କିଛିଦିନ ତଳେ ଜଗତସିଂହପୁର ଜିଲ୍ଲା ଏରସମା ଅଂଚଳର କୁଞ୍ଜକୁଟି ପଂଚାୟତର କାଳିକୁଦ ଗାଁରେ ଘଟିଥିଲା ଏକ ଅଭାବନୀୟ ଅତ୍ୟାଚାର ଘଟଣା । ଛେଳି ପାଳନ କରି ପେଟ ପୋଷୁଥିବା କାଳିକୁଦ ଗାଁର ଗରିବ ମା’ ପାର୍ବତୀ ସାସମଲଙ୍କ ଉପରେ ବିଜେଡି ଗୁଣ୍ଡାମାନେ ଟଣା ଓଟରା କରି ଗଡେ଼ଇ ତଡେ଼ଇ ମାଡ଼ ମାରିଥିଲେ । ମା’ ପାର୍ବତୀ ପୋଲିସ ପ୍ରଶାସନ ପାଖରେ ପହଂଚି ଯେତେ ଗୁହାରି କଲେ, କେହି ତାଙ୍କ କଥା ଶୁଣିଲେ ନାହିଁ । ପାର୍ବତୀଙ୍କୁ ଏତେ ବାଧିଲା ଯେ ସେ ନିଜ ଗାଁରେ ଗରିବ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି କହିବାକୁ ସାହସ ଜୁଟାଇଲେ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସିଥିଲେ । ଗାଁ ଲୋକଙ୍କ ସହାୟତାରେ ନିର୍ଯ୍ୟାତିତା ମା’ ପାର୍ବତୀ ପହଂଚିଥିଲେ ଭୁବନେଶ୍ୱରରେ । ରାସ୍ତା ଉପରେ ମୋଦିଜୀ ଯାଉଥିବା ବେଳେ ତାଙ୍କୁ ଦେଖା କରି ପାର୍ବତୀ ଗାଁ ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବା କଥା ଏକ ଚିଠି ମାଧ୍ୟମରେ ଫେରାଦ ହୋଇଥିଲେ । ଏକଥା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ କାଳିକୁଦ ଗାଁରେ ପଶି ସରପଂଚଙ୍କ ଉପସ୍ଥିତିରେ ବିଜେଡି ଗୁଣ୍ଡାମାନେ ପାର୍ବତୀ ସାସମଲଙ୍କ ଉପରେ ଆକ୍ରମଣ କରିଛନ୍ତି । କେବଳ ପାର୍ବତୀଙ୍କୁ ନୁହେଁ, ବିଜେଡି ଗୁଣ୍ଡାମାନଙ୍କ ଆକ୍ରମଣରେ ଗ୍ରାମବାସୀ ନିରଞ୍ଜନ ସ୍ୱାଇଁଙ୍କ ପିଠିର ହାଡ଼ ଭାଙ୍ଗି ଯାଇଛି । ଏହାବ୍ୟତୀତ ଦୁଃଖୀଶ୍ୟାମ ସାସମଲ ଏବଂ ମହିଳା ପିନୁ ସ୍ୱାଇଁଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସେମାନେ । ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଭଲ ପାଉଥିବା ନିରୀହ ଗ୍ରାମବାସୀଙ୍କୁ ବିଜେଡିର ଗୁଣ୍ଡା ନେତା ଏବଂ କର୍ମୀଙ୍କ ଆକ୍ରୋଶ ଓ ଆକ୍ରମଣରୁ ରକ୍ଷା କରିବା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଶ୍ରୀ ଶର୍ମା ରାଜ୍ୟ ସରକାରଙ୍କ ପାଖରେ ଦାବୀ ଜଣାଇଛନ୍ତି ।
ଏହି ଘଟଣା ଘଟିବା ପରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ମୁଖପାତ୍ର ସଜ୍ଜନ ଶର୍ମା ଓ ଦିଲୀପ୍ ମହାନ୍ତି ପ୍ରମୁଖ ଜଗତସିଂହପୁର ଜିଲ୍ଲା ଏରସମା କୁଞ୍ଜକୁଟି ପଂଚାୟତର କାଳିକୁଦ ଗାଁକୁ ଯାଇ ସେଠାକାର ଅତ୍ୟାଚାରିତ ଗରିବ ଲୋକଙ୍କୁ ସାକ୍ଷାତ୍ କରି ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ହୋଇଥିଲେ । ସେମାନଙ୍କୁ ସୁରକ୍ଷା ଦିଆଯାଉ ବୋଲି ସରକାରଙ୍କୁ ଜଣାଇବା ସତ୍ୱେ ରାଜ୍ୟ ସରକାର ବର୍ତମାନ ସୁଦ୍ଧା କୈାଣସି ପଦକ୍ଷେପ ନେଇ ନାହାନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।
ଘଟଣା ସଂପର୍କରେ ଆହୁରି ବିସ୍ତୃତ ଭାବେ ଉଲ୍ଲେଖ କରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ଛେଳି ଗଛ ଖାଇଯିବା କଥା ଗୋଟିଏ ବାହାନା, ପଂଚାୟତ ନିର୍ବାଚନରେ କାଳିକୁଦ ଗାଁ ଲୋକେ ବିଜେପିକୁ ଭୋଟ୍ ଦେଇଛନ୍ତି କହି ବିଜେଡି ନେତା ଓ ସମର୍ଥକମାନେ ସେମାନଙ୍କ ଉପରେ ରାଗ ଶୁଝାଉଛନ୍ତି । ଆକ୍ରମଣ ଓ ଅତ୍ୟାଚାରର ଶିକାର
(ପୃÂା: ୧/୨)

ହେଉଥିବା ଲୋକମାନେ ପୋଲିସ ପାଖରେ ଅଭିଯୋଗ କରୁଥିଲେ ମଧ୍ୟ ପୋଲିସ ପ୍ରଶାସନ କେହି ଶୁଣୁନାହାଁନ୍ତି । ଏବେ ନିର୍ବାଚିତ ହୋଇଥିବା କୁଞ୍ଜକୁଟି ପଂଚାୟତର ବିଜେଡି ସରପଂଚଙ୍କ ଶ୍ୱଶୁର ବିଷ୍ଣୁଚରଣ ସ୍ୱାଇଁ ଏବଂ ପଂଚାୟତ ସମିତିର ସଭ୍ୟାଙ୍କ ଦିଅର ଗଗନ ପାଳ ଯାଇ ଗାଁ ଲୋକଙ୍କୁ ଧମକ ଦେଉଛନ୍ତି । କହୁଛନ୍ତି, ତୁମେ ଆମକୁ ଭୋଟ୍ ଦେଇନାହଁ ତୁମକୁ କିଛି ସୁବିଧା ଦିଆଯିବନାହିଁ । ଉପକୂଳ ଅଂଚଳରେ ଥିବା କାଳିକୁଦ ଗାଁ ଏବେ ବି ଦୁର୍ଗମ ଏବଂ ସରକାରୀ ଅବହେଳାର ଶିକାର ହୋଇ ରହିଛି ।
ଘଟଣାରେ ଶିକାର ହୋଇଥିବା ନିର୍ଯ୍ୟାତିତା ମା’ ପାର୍ବତୀ କହିଛନ୍ତି, ଆମ ଗାଁରେ ଗୋଟେ ସରକାରୀ ପଡ଼ିଆ ଅଛି, ସେଠି ଆମ ଚଉଦ ପୁରୁଷ ଚଳିଆସୁଛି । ମହାବାତ୍ୟାରେ ରିଲିଫ ଖାଇ ସେଇ ଜଙ୍ଗଲରେ ଆମେ ରହୁଥିଲୁ । ସେଇଠି ଛେଳି ଚରାଉ । ଜଙ୍ଗଲ ଭିତରେ କୁଡ଼ିଆ ଘରଟିଏ ଅଛି । ମୁଁ କାଜୁ ଜଙ୍ଗଲରେ ଛେଳି ବାନ୍ଧି ଘରକୁ ଆସିଥିଲି । ଦୁଇଟି ଛେଳି କୌଣସି କାରଣରୁ ଫିଟି ଯାଇଥିଲେ । ମୁଁ ସେଠାରେ ପହଂଚିବା ମାତ୍ରେ କୁଡ଼ିଆ ଭିତରୁ ୫ଜଣ ଯୁବକ ବାହାରି ଆସି ମୋତେ ଗାଳି ଦେଲେ । ମୋ ଚୁଟି ଟାଣି ଟଣା ଓଟରା କରି ନିସ୍ତୁକ ମାଡ଼ ମାରିଲେ । ମୁଁ ଚହଳ ପକାଇବାରୁ ଗାଁ ଲୋକ ଆସି ପହଂଚିଥିଲେ । ସେମାନେ ବି ଗୁଣ୍ଡାମାନଙ୍କ ଆକ୍ରମଣର ଶିକାର ହେଲେ । ଏତିକିରେ ସରିଲା ନାହିଁ, ଆମେ ଯେମିତି ପୋଲିସ ପାଖକୁ ଗଲୁ, ସରପଂଚ ଆସି କହିଲେ, ଆମକୁ ଭୋଟ୍ ଦେଇନାହଁ, ଆମେ ସମସ୍ତଙ୍କୁ ବାଡେ଼ଇ ପିଟି ଓଡ଼ିଶାରୁ ତଡ଼ିଦେବୁ । ମୁଁ ଯେଉଁଠିକି ଗଲି, ମୁଁ ନ୍ୟାୟ ପାଇଲି ନାହିଁ । ସାହସ ବାନ୍ଧି ମୁଁ ବହୁତ ଆଶା ନେଇ ଭୁବନେଶ୍ୱରରେ ପହଂଚିଲି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଚିଠି ଦେଲି । ଆମ ଗରିବ ଲୋକମାନଙ୍କ ଉପରେ ବିଜେଡିବାଲା ଅତ୍ୟାଚାର କରୁଛନ୍ତି ବୋଲି ସେଇ ଚିଠିରେ ଲେଖଛି । ଏହା ଜାଣିବା ପରେ ମୁଁ ଗାଁରେ ପହଂଚିବା ମାତ୍ରେ ପୁଣି ସେମାନେ ମୋ ଉପରେ ଏବଂ ଗାଁର ଆଉ କିଛି ଗରିବ ଲୋକଙ୍କ ଉପରେ ଆକ୍ରମଣ କରିଥିବାର ଶ୍ରୀମତୀ ପାର୍ବତୀ ସାସମଲ୍ କୋହଭରା କଣ୍ଠରେ କହିଛନ୍ତି ।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଘୁନନ୍ଦନ ଦାସ, ଜଗତସିଂହପୁର ଜିଲ୍ଲା ଉପସଭାପତି ନିର୍ଲିପ୍ତ ଜେନା ଓ ଜିଲ୍ଲା ସମ୍ପାଦକ ଅକ୍ଷୟ ସ୍ୱାଇଁ, ସଞ୍ଜୟ ଦାସ ଏବଂ ସର୍ବେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ କାଳିକୁଦ ଗାଁର ନିର୍ଯ୍ୟାତିତା ମା’ ପାର୍ବତୀ ସାସମଲଙ୍କ ସହ ବିଜେଡି ଗୁଣ୍ଡାମାନଙ୍କ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Share in top social networks!