ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଅପ୍ରେଲ ୨୫ ତାରିଖରୁ ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା

summerschool

ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖ# ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅପ୍ରେଲ ୨୫ରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛିା ଆଜି ସଂପର୍କରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ସୂଚନା ଦେବା ଅବସରରେ କହିଛନ୍ତି ଯେ ଭାରତ ସରକାରଙ୍କ ପାଣିପାଗ ବିଭାଗର ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ପୂର୍ବାନୁମାନ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ୧୩ଟି ପାଣିପାଗ କେନ୍ଦ୍ରରୁ ରୌଦ୍ରତାପ ସମ୍ବନ୍ଧୀୟ ରିପୋର୍ଟ ଅନୁଯାୟୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହିତ ଆଲୋଚନା ପୂର୍ବକ ଛାତ୍ରଛାତ୍ରୀମାନଙ୍କ ହିତ ଦୃଷ୍ଟିରୁ ଛୁଟି ଘୋଷଣା କରାଯାଇଛିା ରାଜ୍ୟରେ ବର୍ତ୍ତମାନ ୪୨ ଡିଗ୍ରୀରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହେଉଛି ଏବଂ ମଇ ପହିଲା ପରେ ମଧ୍ୟ ଏହି ସ୍ଥିତି ଜାରି ରହିପାରୋ
ତେଣୁ ସବୁ ଦିଗକୁ ବିଚାର କରି ଅପ୍ରେଲ ୨୫ ତାରିଖଠାରୁ ମଇ ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇ ବିଜ୍ଞପ୍ତି ଜାରି କରାଯାଇଛିା ପରବର୍ତ୍ତୀ ସମୟରେ ଅତିରିକ୍ତ କ୍ଲାସ୍ କରାଯାଇ ଏହି ସମୟର ପାଠପଢାକୁ ଭରଣା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତିା

Share in top social networks!