ବାବୁଲା ହଜି ନାହାନ୍ତି, ବିଜେଡି ନେତା ଲୁଚାଇ ରଖିଛନ୍ତି, ଗଣମାଧ୍ୟମ ରିପୋର୍ଟ ସତ୍ୟ ହୋଇଥିଲେ ସାଂଘାତିକ

purohit
- ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ରବି ନନ୍ଦଙ୍କ ଟେଲିଫୋନ କଲ ରେକର୍ଡ ଜାଂଚ ଓ ଜେରା ପାଇଁ ଦାବି
- ’ କେଉଁ ଗୋଟେ ମାଝୀଙ୍କୁ’ ବିଜେପି ସମ୍ମାନିତ କରିଛି କହି ଶ୍ରୀ ପାତ୍ର ସମ୍ପୂର୍ଣ କନ୍ଧ ସମାଜ, ରାଜ୍ୟର ଆଦିବାସୀ ତଥା ସମ୍ପୂର୍ଣ ଓଡିଶାବାସୀଙ୍କ ଘୋର ଅପମାନ କରିଛନ୍ତି
- ୧୭ ବର୍ଷର ବିଜେଡି ଶାସନ ପରେ ଓଡିଶାର ମହାନ ସଂଗ୍ରାମୀଙ୍କୁ ସମ୍ମାନ ଦେବା ପାଇଁ କିଏ ମନା କରିଥିଲା ?
- ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡିଶାର କୌଣସି ବି ବୀର ପୁରୁଷ ବିଷୟ କାହିଁକି ପାଠ୍ୟପୁସ୍ତକରେ ସ୍ଥାନ ଦିଆ ଯାଇ ନାହିଁ ?
- ବିଜେଡି ମିଛ ଓଡିଆ ସ୍ୱାଭିମାନର କଥା କହୁଛି
- ମୋଦିଙ୍କ ଓଡିଆ ବୀରଙ୍କୁ ସମ୍ମାନକୁ ବିଜେଡି ବିତର୍କିତ କରିଛି
- ଏହି ବିତର୍କକୁ ତାର୍କିକ ପରିଣତି ପର୍ଯ୍ୟନ୍ତ ନେବା ପାଇଁ ବିଜେପି ଆହ୍ୱାନ କରୁଛି
- ପ୍ରତ୍ୟେକ ବୀରଙ୍କ ଇତିହାସ ଓ ଆଜିର ସେମାନଙ୍କର ପୀଢୀ କିଏ ଓଡିଆ ଲୋକଙ୍କ ଆଗରେ ସ୍ପଷ୍ଟ କରୁ ସରକାର
ଭୁବନେଶ୍ୱର, ୨୪/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ସ୍ୱାଧୀନତା ସଂଗ୍ରାମର ବୀର ମାନଙ୍କୁ ସମ୍ମାନିତ କରି ଓଡିଶାବାସୀଙ୍କ ସ୍ୱାଭିମାନ ଓ ଆତ୍ମ ପରିଚୟକୁ ସାରା ଦେଶ ସାମନାରେ ଉପସ୍ଥାପିତ କରିଥିବା ବେଳେ ବିଜେଡି ଅସହିଷ୍ଣୁ ହୋଇ ଶହୀଦ ପରିବାର ଓ ଓଡିଆ ଜାତିର ଅପମାନ କରୁଛି ବୋଲି ବିଜେପି ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଶ୍ରୀ ପୁରୋହିତ ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କ ନିଖୋଜ ମାମଲା ଏକ ସ୍ପର୍ଶକାତର ପ୍ରସଙ୍ଗ ଓ ଏହା ଏକ ଦୁଃଖଦ ଘଟଣା ବୋଲି କହିଛନ୍ତି । ମାତ୍ର ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ବାବୁଲା ହଜି ନାହାନ୍ତି ବିଜେଡି ନେତା ମାନେ ତାଙ୍କୁ ଲୁଚାଇ ରଖିଥିବାର ଖବର ପ୍ରକାଶିତ ହୋଇଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ଏହା ସାଂଘାତିକ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ଗଣମାଧ୍ୟମର ତଥ୍ୟକୁ ଆଧାର କରି ପୋଲିସ କାହିଁକି ତ୍ୱରିତ ପଦକ୍ଷେପ ନେଇ ସନେ୍ଦହ ଘେରରେ ଥିବା ବିଜେଡି ନେତାଙ୍କ ଘର ଓ ବିଭିନ୍ନ ଆଡ୍ଡାକୁ ଖାନତଲାସ କରିବା ସହ ପଚରା ଉଚୁରା କରି ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପାଖରେ ବିଭିନ୍ନ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ପ୍ରଣବ ପ୍ରକାଶ ଦାସ ଓ ବିଜେଡିର ବରିÂ ନେତା ରବି ନାରାୟଣ ନନ୍ଦ ବାବୁଲା ପଣ୍ଡାଙ୍କୁ ଲୁଚାଇ ରଖିବାର ସୂତ୍ରଧର ସାଜିଛନ୍ତି । ଏହି ଉଭୟ ନେତାଙ୍କର ମୋବାଇଲ ଫୋନ ଜବତ କରି କଲ ରେକର୍ଡ ଜାଂଚ କରା ଗଲେ ବାବୁଲା ପଣ୍ଡାଙ୍କର ପତା ମିଳିବାର ସମ୍ପୂର୍ଣ ସମ୍ବାବନା ରହିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

୧୬ ଜଣ ସମ୍ମାନିତ ଦାୟାଦଙ୍କ ମଧ୍ୟରୁ ତିନି ସଂଗ୍ରାମୀଙ୍କ ଦାୟାଦଙ୍କ ଉପରେ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନ ଉଠାଇବା ଶହୀଦ ପରିବାରକୁ ଅପମାନ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ରେଣ୍ଡୋ ମାଝୀଙ୍କ ଦାୟାଦ ଭାବରେ ’ କେଉଁ ଗୋଟେ ମାଝୀଙ୍କୁ’ ବିଜେପି ସମ୍ମାନିତ କରିଛି କହି ଶ୍ରୀ ପାତ୍ର ସମ୍ପୂର୍ଣ କନ୍ଧ ସମାଜ, ରାଜ୍ୟର ଆଦିବାସୀ ତଥା ସମ୍ପୂର୍ଣ ଓଡିଶାବାସୀଙ୍କ ଘୋର ଅପମାନ କରିଛନ୍ତି । ଏଥି ପାଇଁ ଶ୍ରୀ ପାତ୍ର ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଯେଉଁ ମାନେ ନିଜକୁ ନବୀନ ପଟ୍ଟନାୟକଙ୍କ ଚାକର ବାକର, ବୋଲକରା କହି ଗର୍ବ ଅନୁଭବ କରନ୍ତି ସେମାନେ ଓଡିଆ ସ୍ୱାଭିମାନର ପ୍ରତୀକଙ୍କୁ ଏଭଳି ଅପମାନଦାୟକ ମତ ଦେବା କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶହୀଦ ରେଣ୍ଡୋ ମାଝୀ ହୁଅନ୍ତୁ, ଚକରା ଓ ଦୋରା ବିଷୋଇ ହୁଅନ୍ତୁ ଅଥବା ଭାରତର ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁ ସମସ୍ତେ ପ୍ରାତସ୍ମରଣୀୟ । ପ୍ରଧାନମନ୍ତ୍ରୀ ଏହି ମହାପୁରୁଷ ମାନଙ୍କ ସ୍ମୃତିଚାରଣ କରିଛନ୍ତି । ମାତ୍ର ବିଜେଡି ଅସହିଷ୍ଣୁ ହୋଇ ମିଛ ବିବାଦ ଉଠାଇ ଶହୀଦ ମାନଙ୍କୁ ଅପମାନିତ କରୁଛି । ୧୭ ବର୍ଷର ବିଜେଡି ଶାସନ ପରେ ଓଡିଶାର ମହାନ ସଂଗ୍ରାମୀଙ୍କୁ ସମ୍ମାନ ଦେବା ପାଇଁ କିଏ ମନା କରିଥିଲା ? ସେମାନଙ୍କ ପ୍ରକୃତ ଦାୟାଦ କିଏ ସେମାନଙ୍କୁ ଚିହ୍ନଟ କରି ସମ୍ମାନିତ କରିବାକୁ କାହିଁକି ବିଜେଡି ୧୭ ବର୍ଷହେଲା କୁଣ୍ଠିତ ?
ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡିଶାର କୌଣସି ବି ବୀର ପୁରୁଷ ବିଷୟ କାହିଁକି ପାଠ୍ୟପୁସ୍ତକରେ ସ୍ଥାନ ଦିଆ ଯାଇ ନାହିଁ ? ବିଜେଡି ମିଛ ଓଡିଆ ସ୍ୱାଭିମାନର କଥା କହୁଛି । ଆମର ଉତର ପୀଢୀ ପାଖକୁ ଆମର ଇତିହାସର ଗୌରବକୁ ପହଂଚାଇ ନ ଦେବା ପାଇଁ ୧୭ ବର୍ଷରେ ବିଜେଡି କାହିଁକି ଷଡଯନ୍ତ୍ର କରିଛି ? ଏହାର ଉତର ସ୍ୱାଭିମାନୀ ଓଡିଆଙ୍କୁ ଦରକାର ।
ମୋଦିଙ୍କ ଓଡିଆ ବୀରଙ୍କୁ ସମ୍ମାନକୁ ବିଜେଡି ବିତର୍କିତ କରିଛି । କିନ୍ତୁ ଏହି ବିତର୍କକୁ ତାର୍କିକ ପରିଣତି ପର୍ଯ୍ୟନ୍ତ ନେବା ପାଇଁ ବିଜେପି ଆହ୍ୱାନ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପ୍ରତ୍ୟେକ ବୀରଙ୍କ ଇତିହାସ ଓ ଆଜିର ସେମାନଙ୍କର ପୀଢୀ କିଏ ଓଡିଆ ଲୋକଙ୍କ ଆଗରେ ସ୍ପଷ୍ଟ କରାଯାଉ । ଇତିହାସକୁ ପୁଣି ଉଜ୍ଜିବୀତ କରାଯାଉ ଓ ଆଉ ସଠିକ ବଂଶଧର କିଏ ତଥ୍ୟ ଆଧାରରେ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଳ ଉପସ୍ଥିତ ଥିଲେ ।

Share in top social networks!