ଅଗ୍ନିବିପନ୍ନଙ୍କୁ ରେଡକ୍ରସ ପକ୍ଷରୁ ରିଲିଫ ବଣ୍ଟନ ।

redcrossଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଅଗ୍ନିବିପନ୍ନ ପରିବାରଙ୍କୁ ରିଲିଫ ଯୋଗାଇ ଦିଆଯାଇଛି ।

ଇତି ମଧ୍ୟରେ କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ତହସିଲର ଚାଶବାରବାଟି, କୁରଂଜା ଗ୍ରାମ ଏବଂ ବଡମ୍ବା ତହସିଲର କାଦୁଆପଡା ଓ ଖୁଣ୍ଟକଟା ଗ୍ରାମର ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ୪୭ଟି ଅଗ୍ନିବିପନ୍ନ ପରିବାରଙ୍କୁ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।

ପ୍ରତ୍ୟେକ ପରିବାରକୁ ଶାଢୀ, ଧୋତି, ତଉଲିଆ, ମଶାରୀ, ବିଛଣା ଚଦର, ଷ୍ଟୋଭ୍, ରୋଷେଇସାମଗ୍ରୀ, ଜରିକେନ୍, ପ୍ଲାଷ୍ଟିକ୍ ବାଲ୍ଟି, କମ୍ବଳ, ହାଇଜେନ୍ କିଟ୍ ଏବଂ ତାରପୋଲିନ ଆଦି ଯୋଗାଇ ଦିଆଯାଇଅଛିା

ଏହି ସମସ୍ତ କାର୍ଯ୍ୟକ୍ରମ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଜ୍ଞାନବ୍ରତ ମହାନ୍ତି ଓ ଯୁଗ୍ମ ସଚିବ ତଥା ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼ଃ କଳ୍ପନା ଦାସ୍ଙ୍କ ତତ୍ତ୍ୱାବଧାନରେ ଅନୁÂିତ ହୋଇଯାଇଛି । ତାଙ୍କୁ ବିପର୍ଯ୍ୟୟ ପରିଚାଳନା ସଂଯୋଜକ ବିଜୟ କୁମାର ମାହାପାତ୍ର ସହାୟତା କରିଥିଲେ ।

Share in top social networks!
Powered By Indic IME