ଓଡିଶାର ସାଧାରଣ ଲୋକ ମାନଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମ୍ମତିର ମାତ୍ରା ସାରା ଦେଶରେ ସର୍ବାଧିକ – ଧର୍ମେନ୍ଦ୍ର ପ୍ରଧାନ

- ୨୦୧୯ରେ ବଡ ପରିବର୍ତନ ପାଇଁ ଓଡିଆ ଲୋକ ମାନସିକ ସ୍ତରରେ ପ୍ରସ୍ତୁତ ହେଲେଣି
- ମୋଦିଙ୍କ ପ୍ରତି ଆସ୍ଥା, ଗରୀବ କଲ୍ୟାଣ ଯୋଜନା ପ୍ରତି ଓଡିଆ ଲୋକଙ୍କ ଦୃଢ ସମର୍ଥନକୁ ଆଗାମୀ
ଦିନରେ ଭୋଟରେ ପରିବର୍ତନ କରିବା ପାଇଁ ଆହ୍ୱାନ
- ମୋଦି ସରକାରଙ୍କ ଓଡିଶା ପାଇଁ ପ୍ରଚୁର ବ୍ୟୟବରାଦ ଆଗରେ ବିଶେଷ ରାଜ୍ୟ ମାନ୍ୟତା ଦାବି
ଅପ୍ରାସଙ୍ଗିକ

17952903_1335725836510992_170581548686979212_n
ଓଡିଶାର ସାଧାରଣ ଲୋକ ମାନଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମ୍ମତିର ମାତ୍ରା ସାରା ଦେଶରେ ସର୍ବାଧିକ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି । ଗତ ପଂଚାୟତ ନିର୍ବାଚନରେ ବିଜେପିର ଉତମ ପ୍ରଦର୍ଶନ ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱରରେ ସ୍ୱତଃସ୍ପୁର୍ତ ଜନ ସମୁଦ୍ର ଦଳ ସପକ୍ଷରେ ଏକ ଭଲ ବାତାବରଣ ସୃଷ୍ଟି
କରିଛି । ମୋଦିଙ୍କ ପ୍ରତି ଆସ୍ଥା, ଗରୀବ କଲ୍ୟାଣ ଯୋଜନା ପ୍ରତି ଓଡିଆ ଲୋକଙ୍କ ଦୃଢ ସମର୍ଥନକୁ ଆଗାମୀ ଦିନରେ ଭୋଟରେ ପରିବର୍ତନ କରିବା ପାଇଁ ଦଳର ସାଧାରଣ କାର୍ଯ୍ୟକର୍ତା ପ୍ରବଳ ପରିଶ୍ରମ ସହିତ କାମ କରିବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ସାଧାରଣ ଜନତା ରାଜ୍ୟରେ ବଡ ପରିବର୍ତନ ପାଇଁ ମନ ବଳାଉଥିବା ପଂଚାୟତ ନିର୍ବାଚନର ଫଳ ସ୍ପଷ୍ଟ କରିଛି । ରାଜ୍ୟର ସବୁଠୁ ବଡ ଆଦିବାସୀ ଜିଲ୍ଲା ରାଜ୍ୟ କାର୍ଯକାରିଣୀ ଅନୁÂିତ ମୟୁରଭଂଜ ନୁହେଁ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା ଓ କଟକ ପରି ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ
ମିଳିବା ସହ ଭୋଟ ହାରରେ ମଧ୍ୟ ଆଶାତୀତ ବୃଦ୍ଧି ହୋଇଛି ।

ଶ୍ରୀ ପ୍ରଧାନ କଟକ ଜିଲ୍ଲାର ବଡମ୍ବା – ନରସିଂହପୁର ନିର୍ବାଚନ ମଣ୍ଡଳୀରେ ଗତ ପଂଚାୟତ ନିର୍ବାଚନରେ ପ୍ରଚାର କରିବାକୁ ଯିବା ସମୟରେ ସେଠାରେ ଜନତାଙ୍କ ମଧ୍ୟରେ ପରିବର୍ତନର ଉନ୍ମାଦନାକୁ ଦେଖିଥିଲେ । ଯଦି ଦୀର୍ଘ ଦିନରୁ ରାଜ୍ୟ ସରକାର ଓ ଶାସକ ଦଳକୁ ଚଳାଇ ଥିବା ପ୍ରମୁଖ ନେତାଙ୍କ ଅଂଚଳର ସ୍ଥିତି ଏପରି ରହିଛି ସାରା ରାଜ୍ୟ ପରିବର୍ତନ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେଲାଣି ଏହା ବୁଝିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ଗରୀବ କଲ୍ୟାଣ ଯୋଜନା ଗରୀବ ମହିଳାଙ୍କ ପାଖରେ ଗ୍ୟାସ ପହଂଚାଇବା ହେଉ ଅଥବା ପାଇଖାନା ମୋଦି ତାଙ୍କ ଯୋଜନାରେ ଗରୀବଙ୍କୁ ହିଁ ପ୍ରାଧାନ୍ୟ ଦେଇଛନ୍ତି ଓ ଏହା ଓଡିଶାରେ ଜନ ସମର୍ଥନ ଓ
ଭୋଟରେ ୨୦୧୯ରେ ପରିବର୍ତନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କର ଓଡିଶା ପାଇଁ ବିଶେଷ ରାଜ୍ୟ ପାହ୍ୟା ଦାବି ଉଠାଇବା ପ୍ରସଙ୍ଗକୁ ଉଲ୍ଲେଖ କରି ଗତ ୧୭ ବର୍ଷ ହେଲା ଉଠାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ପ୍ରସଙ୍ଗ ମୋଦି ସରକାରରେ ଅପ୍ରାସଙ୍ଗିକ ହୋଇ ଯାଇଛି ବୋଲି କହିଛନ୍ତି ।

ରେଳବାଇ ବିକାଶ ପାଇଁ ଓଡିଶାକୁ ବର୍ଷକୁ ହଜାରେ କୋଟି ଆସୁ ନ ଥିଲା ବେଳେ ଏବେ ଗତ ବର୍ଷ ପାଂଚ ହଜାର କୋଟିରୁ ଅଧିକ ଆସିଛି । ଗରୀବଙ୍କୁ ପକ୍କା ଘର ପାଇଁ କେଇ ଶହ କୋଟି ଆସୁଥିବା ବେଳେ ଏବେ ୩ ହଜାର କୋଟିରୁ ଅଧିକ ଆସୁଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ, ସବୁ ଗାଁକୁ ବିଜୁଳି, ସବୁ ଘରେ ରୋଷେଇ ଗ୍ୟାସ, ସବୁ
ଘରେ ଶୁଦ୍ଧ ପାନୀୟ ଜଳ, ମେଡିକାଲ କଲେଜ ଓ ସ୍ୱାସ୍ଥ୍ୟ ସେବା ପାଇଁ ବିଶେଷ ଅର୍ଥ ମୋଦି ସରକାରଙ୍କର ଓଡିଶା ପାଇଁ ବିଶେଷ ପ୍ୟାକେଜ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମୋଦିଙ୍କର ବିଭିନ୍ନ ଯୋଜନା ଓ ଏହାର ସଫଳତାକୁ ଲୋକ ମାନଙ୍କ ପାଖକୁ ନେବା ସହ ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତାକୁ ଜନ ଆନେ୍ଦାଳନର ରୂପ ଦେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Share in top social networks!