ଦେବଭୂମିର ଓଡିଆ ଭାଷା ବିଶେଷାଙ୍କ ଉନ୍ମୋଚିତ

debabhumi ସାମ୍ପ୍ରତିକ ଓଡ଼ିଆ ଜନଜୀବନରେ ନିଜ ମାତୃଭାଷାର ମହତ୍ତ୍ୱ ଅବମୂଲ୍ୟାୟନ ପଥରେ ତଳକୁ ତଳ ଖସି ଯାଉଥିବା ସମଗ୍ର ଓଡିଶା ଭୂଖଣ୍ଡ ତଥା ଅବଶିଷ୍ଟ ଭୂଭାଗରେ ବାସ କରୁଥିବା ପ୍ରତ୍ୟକ ଓଡିଆଙ୍କ ପାଇଁ ଏକ ଚିନ୍ତା ଜନକ ବିଷୟ ହୋଇ ଉଭା ହୋଇଛି । ଏହା ଲକ୍ଷ୍ୟକରି ବିଶ୍ୱ ସମ୍ବାଦ କେନ୍ଦ୍ରର ଓଡ଼ଶା ଶାଖା ଏ ଦିଗରେ ଯେଉଁ ପ୍ରାଣମୟ ପ୍ରଚେଷ୍ଟାର ଅୟମାରମ୍ଭ କରିଛି, ତହିଁର ଫଳଶ୍ରୁତି ହେଉଛି ଏହି ସଂକଳନ ‘ଦେବଭୂମି’ । ଏଥିରେ ସନ୍ନିବେଶିତ ସମସ୍ତ ଲେଖା ଓଡ଼ିଶାର କେଇଜଣ ବିଜ୍ଞ ଲେଖକ, ଆଲୋଚକ ତଥା ବିଶ୍ଲେଷକ ମାନଙ୍କ ସାରସ୍ୱତ ଚେତନାର ଏକ ପ୍ରଗଳ୍ଭ ପ୍ରବାହ । ଓଡ଼ିଆ ଭାଷାର ମହତ୍ତ୍ୱ ପ୍ରତିପାଦନ କରିବା ଦିଗରେ ଏଇ ପ୍ରବାହ ଭବିଷ୍ୟତରେ ଏକ ଦାୟିତ୍ୱନିÂ ଭୂମିକା ନିର୍ବାହ କରିବ ବୋଲି ଦେବଭୂମିର ଉନ୍ମୋଚନ ଉତ୍ସବରେ ବକ୍ତାମାନେ ପ୍ରକାଶ କରିଛନ୍ତି ।
ବିଶ୍ୱସମ୍ବାଦ କେନ୍ଦ୍ର, ଓଡ଼ିଶା ପକ୍ଷରୁ ପ୍ରକାଶିତ ‘ଦେବଭୂମି’ ସ୍ମରଣିକା ‘ଓଡିଆ ଭାଷା’ ବିଶେଷାଙ୍କ ରବିବାର ଦିନ ଉନ୍ମୋଚିତ ହୋଇ ଯାଇଛି । ଅନୁÂାନର ସଭାପତି ଅଧ୍ୟାପକ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ଉନ୍ମୋଚନ ଉତ୍ସବରେ ଓଡିଆ ଭାଷା ପ୍ରତିÂାନର ପୂର୍ବତନ ନିଦେ୍ର୍ଧଶକ ଡ. ପ୍ରଫୁଲ କୁମାର ରଥ ମୁଖ୍ୟ ଅତିଥି, ବରିÂ ସ୍ତମ୍ଭଲେଖକ ତଥା ସାମ୍ବାଦିକ ଶ୍ରୀ ସୌମେନ୍ଦ୍ର କୁମାର ଜେନା ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିବା ବେଳେ ସଂଗଠନର ସଂପାଦକ ଶ୍ରୀ ସୁମନ୍ତ କୁମାର ପଣ୍ଡା ଅତିଥି ପରିଚୟ ଏବଂ ଶ୍ରୀ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
‘ଦେବଭୂମି’ ସ୍ମରଣିକା ‘ଓଡିଆ ଭାଷା’ ବିଶେଷାଙ୍କରେ ଡକ୍ଟର ହରିହର କାନୁନଗୋଙ୍କ ପ୍ରାଚୀନ ଓଡ଼ିଆ ଭାଷାର ଉକ୍ରର୍ଷତା, ଡ. ସୁବ୍ରତ କୁମାର ପୃଷ୍ଟିଙ୍କ ଓଡିଆ ଭାଷା: ପ୍ରାଚୀନତା ଓ ଆଧୁନିକତା, ଡକ୍ଟର ହରପ୍ରସାଦ ମିଶ୍ରଙ୍କ ଓଡିଆ ଭାଷାର ବ୍ୟାକରଣ, ଡ. ପ୍ରଫୁଲ୍ଲ କୁମାର ରଥଙ୍କ ସରକାର ଓ ଭାଷା ସୁରକ୍ଷା ,ଇଂ. ନିରାକାର ମହାଳିକଙ୍କ ଓଡ଼ିଆ ଭାଷାର ଜୈତ୍ର ଯାତ୍ରା, ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଓଡ଼ିଶାର ଆଦିବାସୀ ଭାଷା ଓ ସାହିତ୍ୟ , ବୈଷ୍ଣବ ଚରଣ ପରିଡ଼ାଙ୍କ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଗଣ ତଦାରଖି ଅଭିଯାନ , ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ମାତୃଭାଷାର ପ୍ରୟୋଜନୀୟତା,ଅଧ୍ୟାପକ ନିରଞ୍ଜନ ପାଢୀଙ୍କ ଆଉ ଏକ ଆନେ୍ଦାଳନ ଲୋଡା, ଡକ୍ଟର ନଟବର ଶତପଥୀଙ୍କ ଓଡିଆ ଭାଷା : ବିବର୍ତ୍ତନ ଓ ବିକାଶର ସନ୍ଧାନ, ଡକ୍ଟର ବସନ୍ତ କୁମାର ପଣ୍ଡାଙ୍କ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡିଆ ଭାଷାର ବର୍ତ୍ତମାନ ଓ ଭବିଷ୍ୟତ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକଙ୍କ ଭାଷା ହେଉ ସରଳ, ନିର୍ମଳ, ସୋ÷÷ମେନ୍ଦ୍ର ଜେନାଙ୍କ ଓଡିଆ ଭାଷାର ବ୍ୟବହାର: ସମସ୍ୟା ଓ ସମ୍ଭାବନା, ସନ୍ତୋଷ ତ୍ରିପାଠୀଙ୍କ ଓଡିଆ ଭାଷାର ମୌଳିକ ଓ ସ୍ୱତନ୍ତ୍ର ଶାସ୍ତ୍ରୀୟ ଲକ୍ଷଣ, ବୈଷ୍ଣବ ଚରଣ ମହାନ୍ତିଙ୍କ ପ୍ରାଥମିକ ଶିକ୍ଷାରେ ଓଡ଼ିଆ ଭାଷାର ଗୁରୁତ୍ୱ, ଅସିତ ମହାନ୍ତିଙ୍କ ଗଣମାଧ୍ୟମର ବଦଳୁଥିବା ଭାଷା, ଗଜାନନ ମିଶ୍ରଙ୍କ ଆମ ଅଦାଲତ ଓ ଆମ ଭାଷା, ଡକ୍ଟର ସଦାନନ୍ଦ ନାୟକଙ୍କ ଓଡିଆା ଭାଷା: ଭିତ୍ତି ଓ ଭବିଷ୍ୟତ ଆଦି ଲେଖା ସ୍ଥାନିତ ହୋଇଛି ।

Share in top social networks!