ଋାଜ୍ୟ କାର୍ଯ୍ୟକାରିଣୀ ବୈଠକ: ପ୍ରଥମ ଦିନରେ ଧନ୍ୟବାଦ ଏବଂ ରାଜନୈତିକ ପ୍ରସ୍ତାବ ଗୃହୀତ

ଭାରତୀୟ ଜନତା ପାର୍ଟିର ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବାରିପଦାଠାରେ ଆଜି ଆରମ୍ଭ ହୋଇଛି । ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକାରିଣୀର ପ୍ରଥମ ଦିନରେ ୨ ଟି ପ୍ରସ୍ତାବ ଗୃହିତ ହୋଇଛି ।
ପ୍ରଥମେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସମର୍ଥନ କରିବା ପରେ ଗୃହୀତ ହୋଇଥିଲା ।
ସେହିପରି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜନୈତିକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ସମର୍ଥନ କରିବା ପରେ ଗୃହୀତ ହୋଇଥିଲା ।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୈାଦାନ ସିଂ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉପସ୍ଥିତ ଥିଲେ ।

Share in top social networks!