ଓଡିଆଭାଷାରେ ସରକାରି କାର୍ଯ୍ୟପାଇଁ ପ୍ରଶାସନିକ ନଥି ପ୍ରଦାନ

ଓଡିଶାରେ ଓଡିଆରେ ଶାସନ ବ୍ୟବସ୍ଥା ପ୍ରଚଳନପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ବିଶିଷ୍ଟ ଭାଷାବିତ ତଥା ବିଶାଖପାଟଣା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସଚିବାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଥମ ଓଡିଆ ଭାଷା ସପ୍ତାହ ପାଳନର ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ପ୍ରସ୍ତୁତ ସରକାରୀ ନଥି ପ୍ରଦାନ କରି ଅନୁÂାନର ଅଧ୍ୟକ୍ଷ ଡକ୍ଟର ପଟ୍ଟନାୟକ କହିଥିଲେ ଯେ, ଓଡିଆରେ ନଥି ଲେଖିବା ବହୁତ ସହଜ ଓ ଏଥିପାଇଁ ବହୁ ସହଜ ଶବ୍ଦାବଳୀ ଓଡିଆଭାଷାରେ ରହିଛି ।

ପ୍ରଶାସନିକ କାର୍ଯ୍ୟରେ ଦୈନନ୍ଦିନ ବ୍ୟବହୃତ ଶବ୍ଦର ତାଲିକା କରି ନମୂନା ଭାବରେ ଉକ୍ତ ନଥିରେ ମୁଦ୍ରିତ ରହିଛି । ଏହା ସାହାଯ୍ୟରେ ଅଧିକାରୀଗଣ ଓଡିଆରେ ନିଜର ମତାମତ ଓ ଟିପ୍ପଣୀ ଓଡିଆରେ ଲେଖିପାରିବେ । ଏଥିସହିତ ଓଡିଆରେ ଶିକ୍ଷା ଓ ଗବେଷଣାପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଓଡିଆବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରିୟ କ୍ଲାସିକାଲ ଓଡିଆ ସଂସ୍ଥା ପ୍ରତିÂାପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ । ଏହି ସଭାରେ ମୁଖ୍ୟ ଅତିଥି ସରକାରୀ ଭାଷା ସହଚର ପୁସ୍ତକ ଉନ୍ମୋଚନ କରି କହିଛନ୍ତି, ପ୍ରଶାସନିକ ବ୍ୟବସ୍ଥା ହେଉଛି ଏକ କଳ, ଅଧିକାରୀ ହେଉଛି ଏହାର ସଂଚାଳକ । କଳର ସଠିକ ଚାଳନାପାଇଁ ସରକାରୀ ଦସ୍ତାବିଜ୍ ଏବଂ ନଥିପତ୍ରରେ ଲେଖିବାପାଇଁ ସଂକ୍ଷିପ୍ତ, ସରଳ ଏବଂ ଉପଯୁକ୍ତ ଭାବ-ବୋଧକ ଶବ୍ଦାବଳୀର ସଂକଳନ ଓ ଲେଖିବାପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକ ଅଛି । ବର୍ତ୍ତମାନ ସେହି ଅଭାବକୁ ପୂରଣ କରିବାପାଇଁ ସମସ୍ତ ପ୍ରକାରର ଉଦ୍ୟମ ହେଉଛି । ଯାହାର ଏକ ଅଂଶ ହେଉଛି ସରକାରୀ ଭାଷା ସହଚର ପୁସ୍ତକର ପରିମାର୍ଜିତ ଓ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ କରିବା ଏବଂ ଓଡିÿଶା ସଚିବାଳୟ ସ୍ୱୟଂଚାଳିତ କାର୍ଯ୍ୟ ପ୍ରବାହ ପ୍ରକ୍ରିୟାରେ ଓଡିଆଭାଷାକୁ ସଂଯୁକ୍ତ କରିବା । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ମୀନା କହିଲେ ଓଡ଼ିଶା ସରକାରଙ୍କ ୨ଟି ବିଭାଗ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ କାର୍ଯ୍ୟ ଓଡିଆରେ ହେଉଛି । ଏବେ ଆମେ ସାଧାରଣ ପ୍ରଶାସନ ବିଭାଗର ସମସ୍ତ କାମ ଓଡିଆରେ କରିବାକୁ ଯାଉଛୁ ।

ଓଡିÿଶା ସଚିବାଳୟ ସ୍ୱୟଂଚାଳିତ କାର୍ଯ୍ୟ ପ୍ରବାହ ପ୍ରକ୍ରିୟା(ଙଝଡଇଝ)ରେ ଓଡିଆଭାଷା ସଂଯୁକ୍ତ ହେବାପରେ ଆପେଆପେ ସବୁ ବିଭାଗର କାର୍ଯ୍ୟ ଓଡିଆରେ ହୋଇଯିବ । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସହଯୋଗରେ ଓଡିଶା ସରକାରୀ ଆଧୁନିକୀକରଣ ଉଦ୍ଯୋଗ କେନ୍ଦ୍ର ପ୍ରକାଶ କରିଥିବା “ସରକାରୀ ଭାଷା ସହଚର” ପୁସ୍ତକ ପ୍ରଚଳିତ ପ୍ରଶାସନିକ ଇଂରାଜୀ ଅଭିବ୍ୟକ୍ତିକୁ ଓଡ଼ିଆ ଭାଷାନ୍ତର କରାଯାଇଥିବାରୁ ଓଡିଆରେ ସରକାରି କାମ କରିବା ସହଜ ହେବ ବୋଲି ସେ ମତ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଆର ବାଳକ୍ରିଷ୍ଣନ ଓଡିଶା ସରକାରୀ ଆଧୁନିକୀକରଣ ଉଦ୍ଯୋଗ କେନ୍ଦ୍ରର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଓଡିଆରେ କାର୍ଯ୍ୟ କରିବାପାଇଁ ଉପସ୍ଥିତ ସଚିବ, ତଥା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ସଚିବ ଶ୍ରୀ ଯୁକ୍ତ ଗଣେଶ୍ୱର ପାତ୍ର ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିବାବେଳେ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ନନ୍ଦକିଶୋର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର ଏହି ଉନ୍ମୋଚନ ସଭାରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବ, ବରିÂ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ । ସଭା ଶେଷରେ ରାଜ୍ୟର ପ୍ରଥମ ଭାଷା ସପ୍ତାହ ପାଳନ ଅବସରରେ ଅନୁÂିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ସଫଳ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Share in top social networks!