ଓଡ଼ିଶାକୁ ବେଳାଭୂମି ଓ ଉପକୂଳ ପର୍ଯ୍ୟଟନରେ ପ୍ରଥମ ରନର୍ସ ଅପ୍ ପର୍ଯ୍ୟଟନ ମନ୍ତ୍ରୀ ଗ୍ରହଣକଲେ ପୁରସ୍କାର

indiatoday
ଦିଲ୍ଲୀଠାରେ ଆୟୋଜିତ “ଇଣ୍ଡିଆ ଟୁଡେ’ ଗ୍ରୁପ୍ ପକ୍ଷରୁ ଜାତୀୟସ୍ତରୀୟ ପର୍ଯ୍ୟଟନ ସମାରୋହରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ମହେଶ ଶର୍ମାଙ୍କଠାରୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଓଡ଼ିଶା ପାଇଁ ପୁରସ୍କାର ଗ୍ରହଣ କରିଛନ୍ତିା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶର୍ମା ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ଅନୁକୂଳ ବାତାବରଣ ରହିଛି ବୋଲି ପ୍ରକାଶ କରିଥ#ଲୋ ଗତକାଲି ଦିଲ୍ଲୀର ଶୀତଲ ହୋଟେଲ୍ରେ ଅନୁଷ୍ଠିତ ଏହି ସମାରୋହରେ ଓଡ଼ିଶାକୁ ବେଳାଭୂମି ଓ ଉପକୂଳ ପର୍ଯ୍ୟଟନ ପର୍ଯ୍ୟାୟରେ ପ୍ରଥମ ରନର୍ସ ଅପ୍ ପୁରସ୍କାର ମିଳିଛିା
ଓଡ଼ିଶାର ଗୋପାଳପୁରକୁ ବେଳାଭୂମି ଓ ଉପକୂଳ ପର୍ଯ୍ୟାୟରେ ପ୍ରଥମ ରନର୍ସ ଅପ୍ ପୁରସ୍କାର ମିଳିଛିା “ଇଣ୍ଡିଆ ଟୁଡେ’ ଗ୍ରୁପ୍ ଦେଶରେ ପ୍ରଥମ ଥର ପାଇଁ ପର୍ଯ୍ୟଟନ ଉପରେ ଏକ ସର୍ବଭାରତୀୟ ମନୋନୟନ ପ୍ରକ୍ରିୟା ଆରମ୍ଭ କରିଥ#ଲେ ଓ ଏହି କ୍ରମରେ ସର୍ବାଧ#କ ଭୋଟ ପାଇ ଓଡ଼ିଶା ପୁରସ୍କୃତ
ହୋଇଛିା ସମାରୋହରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ ଅତ୍ୟନ୍ତ ଆକର୍ଷଣୀୟା ରାଜ୍ୟ ସରକାର ନୂତନ ପର୍ଯ୍ୟଟନ ନୀତି ପ୍ରଣୟନ କରି ଏହି କ୍ଷେତ୍ରରେ ବିକାଶ ନିମନ୍ତେ ବିଶେଷ ଗୁରୁତ୍ୱ ଦେଇଛନ୍ତିା ଏହା ବ୍ୟତୀତ ରାଜ୍ୟରେ ଆଦିବାସୀ ପର୍ଯ୍ୟଟନ, ବୌଦ୍ଧ ପର୍ଯ୍ୟଟନ, ଗ୍ରାମୀଣ ପର୍ଯ୍ୟଟନ ଓ ତୀର୍ଥଯାତ୍ରା ପର୍ଯ୍ୟଟନ ନିମନ୍ତେ ବ୍ୟାପକ ସୁଯୋଗ ରହିଛି ବୋଲି ପ୍ରକାଶ କରି ଖୁବ୍ ନିକଟରେ ଭୁବନେଶ୍ୱର-ମାଲେସିଆ ବିମାନ ଯୋଗାଯୋଗ ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟନ ବିକାଶରେ ଯଥେଷ୍ଟ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଥ#ଲୋ
ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ତି୍ରଭେନ୍ଦ୍ର ସିଂହ ରାଓ୍ୱତ୍, ହରିଆନା ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ସମେତ ଅରୁଣାଚଳ ପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥ#ଲୋ ସେହିପରି ଓଡ଼ିଶାର ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଆରତୀ ଆହୁଜାଙ୍କ ସମେତ ପଶ୍ଚିମବଙ୍ଗ ଓ ଉତ୍ତରାଖଣ୍ଡର ପର୍ଯ୍ୟଟନ ବିଭାଗ ଶାସନସଚିବ ଏବଂ “ଇଣ୍ଡିଆ ଟୁଡେ’ର ଗ୍ରୁପ୍ ଏଡିଟର ରାଜ ଚେଙ୍ଗାªା ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥ#ଲୋ

Share in top social networks!