ଲାଲ ବତୀ ପ୍ରତ୍ୟାହାର ନିଷ୍ପତିରେ ତଥାଗତଙ୍କ କଟାକ୍ଷ ଟ୍ୱିଟ ମାମଲା

ନବୀନଙ୍କ ସ୍ୱାଗତ ବେଳେ ତଥାଗତ କଟାକ୍ଷ କରି ନବୀନଙ୍କୁ ପ୍ରକାରାନ୍ତରରେ ସମାଲୋଚନା କରିଛନ୍ତି: ଲେଖାଶ୍ରୀ ସାମନ୍ତ ସିଂହାର
• ଲାଲବତୀ ସହ ସୁରକ୍ଷା ପ୍ରତ୍ୟାହାର ଦାବି କରି ନବୀନଙ୍କ ଉପରକୁ ଅଣ୍ଡା- ଟମାଟୋ ମାଡ ପାଇଁ ଆଗ୍ରହୀ ତଥାଗତ

ଭୁବନେଶ୍ୱର, ତା.୨୧/୦୪ : କେନ୍ଦ୍ର ସରକାର ଦ୍ୱାରା ଲାଲବତୀ ପ୍ରତ୍ୟାହାର ପାଇଁ କ୍ୟାବିନେଟ ନିଷ୍ପତିକୁ ବିଜେଡି ସାଂସଦ ତଥାଗତ ସତପଥୀଙ୍କ କଟାକ୍ଷ ତାଙ୍କ ଦଳର ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତକୁ ପ୍ରକାରାନ୍ତରେ ସମାଲୋଚନା କରିଛନ୍ତି ବୋଲି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଗଣମାଧ୍ୟମକୁ କହିଛନ୍ତି । ତଥାଗତ ସତପଥୀଙ୍କ ଏହି ଦାୟିତ୍ୱହୀନ ମନ୍ତବ୍ୟ ଲାଲବତୀ ପ୍ରତ୍ୟାହାର ମାମଲାରେ ତାଙ୍କର ନିମ୍ନ ମାନସିକତାକୁ ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି ।
ଲାଲବତୀ ସହ ଭିଆଇପି ମାନଙ୍କ ଠାରୁ ସୁରକ୍ଷା ପ୍ରତ୍ୟାହାର କରି ନେବାର ମନ୍ତବ୍ୟ ରଖି ତାଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଅଣ୍ଡା ଟମୋଟୋ ବର୍ଷା ପାଇଁ ସେ ସୁଯୋଗ ସୃଷ୍ଟି କରିବାକୁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଭାରତର ସବୁ ସାଧାରଣ ଜନତା ଜଣେ ଜଣେ ଭିଆଇପି ଓ ଦେଶରେ ଭିଆଇପି ସଂସ୍କୃତିକୁ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହା ସାଂକେତିକ ପଦକ୍ଷେପ ବୋଲି ଲେଖାଶ୍ରୀ କହିଛନ୍ତି ।

Share in top social networks!