ବିଜେଡି ବିଧାୟକ ମନୋହର ରାନ୍ଧାରୀଙ୍କ ସରକାରୀ ଚାକିରିଆ ପତ୍ନୀ ଓ ଠିକାଦାର ବାପା ମନରେଗା ହିତାଧିକାରୀ ଭାବେ ଅର୍ଥ ନେବା ଗରୀବ ଓଡିଆଙ୍କ ହକ୍ର ହଡପ : ବିଜେପି

• ରାନ୍ଧାରୀ ପରିବାରର ଉଦାହରଣ ଦୁର୍ନୀତି ସାଗର ବେଳାଭୂମିର ଗରଡାଏ ବାଲି
• ରାନ୍ଧାରୀଙ୍କ େ ଯାଜନା ବୋର୍ଡ ଅଧ୍ୟକ୍ଷ ଓ ବିଧାୟକ ପଦରୁ ବହିଷ୍କାର ଦାବି
• ସରକାରୀ ଚାକିରୀରେ ଥିବା ପତ୍ନୀ ଉର୍ମିଳା ରାନ୍ଧାରୀଙ୍କୁ ଚାକିରୀରୁ ବହିଷ୍କାର ଓ ଗିରଫ କରାଯାଉ
• ଗରୀବଙ୍କ ହକ୍ ହଡପକାରୀଙ୍କ ବିରୁଦ୍ଧରେ ଆନେ୍ଦାଳନ ଆରମ୍ଭ
ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଗରୀବଙ୍କ ହକ୍କୁ ହଡପ କରି ଦଳୀୟ ଆଧାରରେ ବିଜେଡି ନେତା, ବିଧାୟକ ଓ ମନ୍ତ୍ରୀ ଓ ତାଙ୍କର ସହଯୋଗୀ ମାନଙ୍କୁ ଯୋଗାଇ ଦେବାର ସବୁଠୁ ଜ୍ୱଳନ୍ତ ପ୍ରମାଣର ପର୍ଦାଫାସ ହୋଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବିଜେଡିର ନବରଙ୍ଗପୁର ବିଧାୟକ ମନୋହର ରାନ୍ଧାରୀଙ୍କ ଧର୍ମ ପତ୍ନୀ ଉର୍ମିଳା ରାନ୍ଧାରୀ ଓ ତାଙ୍କ ବାପା ଡମ୍ବରୁ ରାନ୍ଧାରୀ ରାଜ୍ୟର ଗରୀବଙ୍କ ପାଇଁ ଉଦ୍ଧିଷ୍ଟ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ବେଲାଜୁକ ଭାବରେ କାମ କରିବାର ମିଛ ପ୍ରମାଣ ଆଧାରରେ ଟଙ୍କା ହଡପ କରିଛନ୍ତି । ଉର୍ମିଳା ରାନ୍ଧାରୀ କେବଳ ବିଧାୟକ ମନୋହର ରାନ୍ଧାରୀଙ୍କ ପତ୍ନୀ ନୁହନ୍ତି । ସେ ଓଡିଶା ସରକାରଙ୍କର ଯୋଗାଣ ବିଭାଗର ଅଧିକାରୀ ଭାବେ କୋରାପୁଟ ଠାରେ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଭାବରେ କାର୍ଯ୍ୟରତ । ତାଙ୍କ ବାପା ଜଣେ ସ୍ଥାନୀୟ ଜଣାଶୁଣା ଠିକାଦାର ।
ଦେଶର ଗରୀବ ମାନଙ୍କ ପାଇଁ ଉଦ୍ଧିଷ୍ଟ ମନରେଗାର ଅର୍ଥ ଜଣେ ସରକାରୀ କର୍ମଚାରୀ ଓ ବିଧାୟକ ତଥା ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ପତ୍ନୀ ହଡପ କରିବା ଓ ଏହି ବିଧାୟକଙ୍କ ଆୟକର ଦେଉଥିବା ଠିକାଦାର ପିତା ହଡପ କରିବା ଏ ଦେଶର ମନରେଗା ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ଖୋଲାଖୋଲି ଉଲ୍ଲଂଘନ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମନରେଗା ଦେଶର ଗରୀବ ଲୋକଙ୍କୁ ସ୍ଥାନାନ୍ତର ରୋକି ରୋଜଗାର ପ୍ରଦାନ କରି ନିଜ ସ୍ଥାନରେ ରଖିବାକୁ କେନ୍ଦ୍ର ସରକାରଙ୍କର ଏକ ବଡ ଯୋଜନା । ବିଧାୟକ ରାନ୍ଧାରୀଙ୍କ ପରିବାରର ମନୋହର ରାନ୍ଧାରୀଙ୍କ ସମେତ ତାଙ୍କ ପରିବାରର ପତ୍ନୀ, ବାପାଙ୍କ ସମେତ ଜବ କାର୍ଡ ରହିଛି ।
ଗରୀବଙ୍କ ପାଇଁ ଉଦ୍ଧିଷ୍ଟ ଅର୍ଥକୁ ହଡପ କରୁଥିବା ଜନ ପ୍ରତିନିଧିଙ୍କ ବିରୁଦ୍ଧରେ ସଂଗୀନ ତଥ୍ୟ ଓ ପ୍ରମାଣ ଉପଲବ୍ଧ ହେଲା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ ନିଦ୍ରାରେ ନ ଶୋଇ ଗରୀବଙ୍କ ଲୋକଙ୍କ ପ୍ରଶ୍ନର ଉତର ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ସାଧାରଣ ନୈତିକତା ଥିଲେ ବିଧାୟକ ନିଜେ ଇସ୍ତଫା ଦିଅନ୍ତୁ ଅଥବା ମୁଖ୍ୟମନ୍ତ୍ରୀ ତାଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଓ ଦଳୀୟ ବିଧାୟକ ପଦରୁ ଇସ୍ତଫା ଦେବାକୁ ନିର୍ଦେଶ ଦେଇ ନିଜର ସ୍ୱଚ୍ଛତାର ପରିଚୟ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାନ୍ଧାରୀଙ୍କ ପରିବାର ଓଡିଶାର ମହାଦୁର୍ନୀତିର ବେଳାଭୂମିରୁ ବାଲି ଗରଡାଏ ମାତ୍ର । ନବୀନ ପଟ୍ଟନାୟକଙ୍କ ସରକାର ସାଧାରଣ ଗରୀବ ଓଡିଆ ଲୋକଙ୍କୁ ସେମାନଙ୍କର ନ୍ୟାଯ୍ୟ ହକ୍ରୁ ବଂଚିତ କରି ଦଳୀୟ ଆଧାରରେ ନେତା, ବିଧାୟକ ମନ୍ତ୍ରୀଙ୍କ ପାଖ ଲୋକଙ୍କୁ ବେନିୟମ ଭାବେ ସରକାରୀ ଅର୍ଥକୁ ପ୍ରଦାନ କରୁଛନ୍ତି ।
ଓଡିଶାରେ ଗରୀବ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ତାଲିକାରେ କଟକର ମେୟର ହିଁ ଥିଲେ ସବୁଠାରୁ ଯୋଗ୍ୟତମ ହିତାଧିକାରୀ । ମନରେଗାରେ ସରକାରୀ ଚାକିରୀ କରିଥିବା ବିଧାୟକଙ୍କ ପତ୍ନୀ ମଧ୍ୟ ଯୋଗ୍ୟତମ ହିତାଧିକାରୀ । ଓଡିଆଙ୍କ ହକ୍ର ଲଢେଇ ଲଢିବା ପାଇଁ ଓଡିଆ ଲୋକ ମାନେ ଆଗେଇ ଆସି ନବୀନ ପଟ୍ଟନାୟକ ଓ ବିଜେଡିର ହରି ଲୂଟର ଆହୁରି ଅନେକ କଳାକାରନାମାର ପର୍ଦାଫାସ କରି ଭଦ୍ରମୁଖା ତଳେ ଥିବା ଦୁର୍ନୀତିଗ୍ରସ୍ତ ଚେହେରା ଉପରୁ ମୁଖା ଖୋଲିଦେବାକୁ ଶ୍ରୀ ହରିଚନ୍ଦନ ଆହ୍ୱାନ କରିଛନ୍ତି

Share in top social networks!