ନ୍ୟୁ ଇଣ୍ଡିଆରେ ଦେଶର ସମସ୍ତ ଜନସାଧାରଣ ଭିଆଇପି – ଧର୍ମେନ୍ଦ୍ର ପ୍ରଧାନ; ମନ୍ତ୍ରୀ ହେବା ପରେ ସେ କେବେ ଲାଲ ବତୀ ବ୍ୟବହାର କରି ନ ଥିଲେ

11096464_815659821850932_1163955029585530541_n
ନ୍ୟୁ ଇଣ୍ଡିଆରେ ଦେଶର ସମସ୍ତ ଜନସାଧାରଣ ଭିଆଇପି ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଦେଶରେ କେହି ନାଲି ବତୀ ବ୍ୟବହାର କରି ପାରିବେ ନାହିଁ ବୋଲି ମୋଦି ସରକାରଙ୍କର କ୍ୟାବିନେଟ ନିଷ୍ପତି ପରେ ଏହି ନିର୍ଣୟକୁ ସେ ଦୃଢତାର ସହିତ ସମର୍ଥନ କରୁଥିବା ମନ୍ତବ୍ୟ ଦେବା ସମୟରେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ ମସିହାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ ଯୋଗ ଦେବା ଦିନରୁ ସେ କେବେ ତାଙ୍କ ଗାଡିରେ ଲାଲ ବତୀର ବ୍ୟବହାର କରି ନାହାନ୍ତି । ଦେଶରେ ଭିଆଇପି ସଂସ୍କୃତି ଶେଷ କରିବା ପାଇଁ ମୋଦି ସରକାରଙ୍କର ଏହା ସାଙ୍କେତିକ ନିର୍ଣୟ ବୋଲି ସେ କହିଛନ୍ତି ।

ମୋଦି ସରକାର ଗରୀବ କଲ୍ୟାଣ ପାଇଁ ସମର୍ପିତ । ନରେନ୍ଦ୍ର ମୋଦି ନିଜେ ନିଜକୁ ପ୍ରଧାନମନ୍ତ୍ରୀ ନୁହେଁ ଦେଶର ପ୍ରଧାନ ସେବକ ଭାବେ ନିଜକୁ ଦେଶ ସାମନାରେ ପ୍ରସ୍ତୁତ କରିଛନ୍ତି । ଜନ ପ୍ରତିନିଧି ଭିଆଇପି ନୁହେଁ ସେ ଜନ ସେବକ ଲାଲବତୀ ପ୍ରତ୍ୟାହାର ନିଷ୍ପତି ମୋଦି ସରକାରଙ୍କର ଏହି ମତକୁ ଆହୁରି ସ୍ପଷ୍ଟ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!