ଲୋକଙ୍କ ସୁଖଦୁଃଖ ଓ ବିକାଶରେ ଭାଗିଦାର ହୁଅ; ଅଷ୍ଟମ ଦିବସରେ ଗଞ୍ଜାମ ଓ ଗଜପତି ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଜିଲ୍ଲାୱାରୀ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
ସିଧାସଳଖ ଆଲୋଚନାର ଆଜି ଥିଲା ଅଷ୍ଟମ ଦିବସ । ଏହି ଅବସରରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନେ ବିଜୁ ଜନତା ଦଳ
କାର୍ଯ୍ୟାଳୟକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ସମୁଦାୟ ୬୯ଟି ଜିଲ୍ଲା ପରିଷଦ
ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ୬୪ଟିରେ, ୨୨ ବ୍ଲକ ମଧ୍ୟରୁ ୨୧ରେ ଅଧ୍ୟକ୍ଷ ଓ ୨୧ରେ ଉପାଧ୍ୟକ୍ଷ ବିଜୁ ଜନତା ଦଳର ସମର୍ଥôତ ପ୍ରାର୍ଥୀ/ପ୍ରାର୍ଥୀନୀମାନେ
ବିଜୟୀଲାଭ କରି ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବାରୁ ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ ଏବଂ ଗଜପତି ଜିଲ୍ଲାରେ ସଂଗଠନକୁ ଅଧିକ
ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ । ।
ବିଶେଷକରି ଗଜପତି ଜିଲ୍ଲାର କାଶୀନଗର ସମିତି ସଭ୍ୟ ଦର୍ପୁ ରାଜେଶ କୁମାର ୨୮୨୮ ଭୋଟ, କେ. ସୀତାପୁର ସରପଞ୍ଚ ୟୁରାନୀ ଶବର ୨୬୧୬
ଭୋଟ୍‍, ଜିଲ୍ଲା ପରିଷଦ ସଭ୍ୟ ଦର୍ପୁ ଭାଗ୍ୟଲକ୍ଷ୍ମୀ ୫୦୦୪ ଭୋଟ, ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର କଳାବାଡ଼ ସରପଞ୍ଚ ସଂଯୁକ୍ତା ପ୍ରଧାନ ୪୫୭୭ ଭୋଟ, ଆସ୍କା
ବ୍ଲକ ସମିତି ସଭ୍ୟା ମଞ୍ଜୁଳା ସେଠି ୨୬୬୦ ଭୋଟ ଓ ଚିକିଟି ବ୍ଲକ ଅଧୀନ ଜିଲ୍ଲା ପରିଷଦ ସଭ୍ୟ ଆସି ଗୁନାମ୍ମା ୧୭୦୬୦ ଭୋଟରେ ବିଜୟୀ ହୋଇଥିବାରୁ
ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ସମୀକ୍ଷା ବୈଠକରେ ଉଭୟ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିଙ୍କ ମୁଖ୍ୟତଃ ଅଭିଯୋଗ ଥିଲା ତୃଣମୂଳ ସ୍ତରରେ
ସଂଗଠନକୁ ସୁଦୃଢ଼ କରିବ, ସରକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି କିପରି
ହୋଇପାରିବ ।
ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା ମମତା ଭୋଳ, ଜିଲ୍ଲା ପରିଷଦ ସଭ୍ୟ ଅମିତ କୁମାର ନାୟକ, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ମୋହନା ବ୍ଲକ ଅଧ୍ୟକ୍ଷା
ସୁକି ଶବର ପ୍ରମୁଖ ତାଙ୍କ ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଗୁମ୍ମା ଓ କାଶ୍ମୀନଗର ବ୍ଳକ ଅଧ୍ୟକ୍ଷ
ଦ୍ୱୟ କହିଥିଲେ ଯେ ତାଙ୍କ ଅଞ୍ଚଳରେ ଜଙ୍ଗଲ ଜମି ବଣ୍ଟନରେ ଅବ୍ୟବସ୍ଥା, ସାଂସଦ ପାଣ୍ଠି ମିଳିବାରେ ଅସୁବିଧା ଓ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ
ଏହାର ସ୍ଥାୟୀ ସମାଧାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଛାତ୍ରପୁର ବ୍ଲକ ଅଧ୍ୟକ୍ଷ ଧନୁର୍ଜୟ ରେଡ୍ଡି ତାଙ୍କ ଅଞ୍ଚଳର ସମୁଦ୍ର ଉପକୂଳିଆ
ଅଞ୍ଚଳ ହୋଇଥିବାରୁ ସେଠାରେ ଅଧିକ ଜେଟି, ମାଛଧରା ପୋତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଥିଲେ । ଆର. ଉଦୟଗିରିରେ +୩ କଲେଜ୍‍
ଖୋଲିବା ଦାବି, ହରିଶ୍ଚନ୍ଦ୍ର ଯୋଜନାରେ ଅଧିକ ଟଙ୍କାର ବରାଦ, ଶୀତଳ ଭଣ୍ଡାର ନିର୍ମାଣ, ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କାକୁ ବୃଦ୍ଧି, ଫାଇଲିନ୍‍ ଅର୍ଥ ମିଳିବାରେ
ବିଳମ୍ବ ଆଦି ସମସ୍ୟା ଉପରେ ପଞ୍ଚାୟତ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀ ଏହା ଶୁଣିବା ପରେ ସମସ୍ୟାଗୁଡିକୁ ଖୁବ୍‍ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିନିଧିମାନଙ୍କୁ ବିଶ୍ୱାସ ଓ ଆଶ୍ୱାସନା ଦେବା ସହ ରାଜ୍ୟ ସରକାରଙ୍କ
ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚôବ ତାହାକୁ ସୁନିଶ୍ଚିତ କରିବା ପଞ୍ଚାୟତ ପ୍ରତିନିଧିମାନଙ୍କର ମୂଳ
ଦାୟିତ୍ୱ ବୋଲି କହିଥିଲେ । ନିଜ ନିଜ ଅଞ୍ଚଳର ଲୋକଙ୍କ ସୁଖଦୁଃଖ ଓ ବିକାଶରେ ଭାଗିଦାର ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ
ଦେଇଥିଲେ । ପରବର୍ତ୍ତୀ ସମୀକ୍ଷା ବୈଠକ ୬ମାସ ପରେ ଅନୁÂିତ ହେବ ଏବଂ ସେଥିରେ ଏ ଭିତରେ ଦଳ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁÂାନର
ସମୀକ୍ଷା କରାଯିବ ବୋଲି ସଭାପତି କହିଥିଲେ ।
ବୈଠକରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧି ଓ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ
ଦେଇଥିଲେ । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚôବ ସେଥିନିମନ୍ତେ ଯନôବାନ ହେବା ପାଇଁ ସେ ପ୍ରତିନିଧିମାନଙ୍କୁ ଆହ୍ୱାନ
କରିଥିଲେ । ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମୀକ୍ଷା ବେଳେ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳର
ଜନପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସମସ୍ୟାଗୁଡ଼ିକ ସଂପର୍କରେ ଆଗାମୀ ଦିନରେ ପଦେକ୍ଷପ ନିଆଯିବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ,
ବିଧାୟିକା ଭି. ସୁଜ୍ଞାନୀ କୁମାରୀ ଦେଓ, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସେଠୀ, ଦେବରାଜ ମହାନ୍ତି,
ପ୍ରିୟାଂଶୁ ପ୍ରଧାନ, ବିଧାୟିକା ନନ୍ଦିନୀ ଦେବୀ, ବାସନ୍ତୀ ମଲ୍ଳିକ, ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ରାମଚନ୍ଦ୍ର ପଣ୍ଡା, ନାରାୟଣ ରାଓ, ଗଜପତି ଜିଲ୍ଲା
ବିଜେଡି ସଭାପତି ପ୍ରଦୀପ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!