ଲୋକଙ୍କ ସମସ୍ୟା ସମାଧାନ କରି ବିଶ୍ୱାସଭାଜନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

bjdkeonjhar
ଜିଲ୍ଲାୱାରୀ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧାସଳଖ ଆଲୋଚନାର ଆଜି ଥିଲା ସପ୍ତମ ଦିବସ । ଏହି ଅବସରରେ କେନ୍ଦୁଝର ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସମୁଦାୟ ୩୭ଟି ଜିଲ୍ଲା ପରିଷଦ ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ୨୫ଟିରେ, ୧୩ ବ୍ଲକ ମଧ୍ୟରୁ ୭ ଅଧ୍ୟକ୍ଷ ଓ ୭ରେ ଉପାଧ୍ୟକ୍ଷ ବିଜୁ ଜନତା ଦଳର ସମର୍ଥôତ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ବିଜୟୀଲାଭ କରିଥିବାରୁ ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ । ବିଶେଷକରି ୧୨ନଂ ଜିଲ୍ଲା ପରିଷଦ ସଭ୍ୟା ଇତିଶ୍ରୀ ବେହେରା ସର୍ବାଧିକ ୨୨,୬୧୩ଭୋଟ୍‍, ସମିତି ସଭ୍ୟା ଜାମ୍ବି ମୁଣ୍ଡା ୪୨୪୦ ଭୋଟ ଓ ଅଳତି ପଞ୍ଚାୟତର ସରପଞ୍ଚ ସେବତୀଲତା ବରାଳ ୩୨୬୩ ଭୋଟରେ ବିଜୟୀ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଆଜିର ସମୀକ୍ଷା ବୈଠକରେ ପଞ୍ଚାୟତ ପ୍ରତିନିଧିଙ୍କ ମୁଖ୍ୟତଃ ଅଭିଯୋଗ ଥିଲା ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଓ ସରକାରୀ
କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ପୃଷ୍ଟି, କମଳିନୀ ପାତ୍ର, କୌଶଲ୍ୟା ନାୟକ, ସୁମିତ୍ରା ମହନ୍ତ, ବିନୟ କୁମାର ସାହୁ ପ୍ରମୁଖ ଜିଲ୍ଲାର କିଛି ଅଞ୍ଚଳରେ ତୃଣମୂଳ ସ୍ତରରେ ସଂଗଠନ ଦୁର୍ବଳ ଥିବା, ପାନୀୟ ଜଳ ସମସ୍ୟା, ବିଦୁ୍ୟତ ସମସ୍ୟା ଏବଂ ଏଲ୍‍ଆଇ ପଏଣ୍ଟ ଉପରେ ମୁଖ୍ୟମନ୍ତ୍ରୀଙ୍କ
ଦୃଷ୍ଟି ଆକର୍ଷଣ କରିଥିଲେ । ନିର୍ବାଚନ ପୂର୍ବତନ ଦିନ ବାଂଶପାଳ ବ୍ଲକ ଉପାଧ୍ୟକ୍ଷଙ୍କ ୧୦ ଚକିଆ ଗାଡ଼ି ପୋଡ଼ି ଦେଇଥିଲେ ମଧ୍ୟ ସେଥିରେ କୌଣସି କାର୍ଯ୍ୟାନୁÂାନ ଏ ପର୍ଯ୍ୟନ୍ତ ହୋଇନାହିଁ । ଜିଲ୍ଲାରେ ପ୍ରତ୍ୟେକ ଭୋଟରଙ୍କୁ ଏକ ଗୋÂୀ ପକ୍ଷରୁ ଏକ ହଜାର ଟଙ୍କାର ଭତ୍ତା ଦିଆଯିବାର ପ୍ରଲୋଭନ ଦେଖାଇ ପରୋକ୍ଷରେ ହଇରାଣ କରାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ ।

ସମିତି ସଭ୍ୟା ସତ୍ୟଭାମା ସିଂହ ତାଙ୍କ ଅଞ୍ଚଳରେ ୩୩କେଭି ସବ୍‍ସେଷ୍ଟସନ୍‍ ଗ୍ରୀଡ୍‍ ସ୍ଥାପନ କରି ବିପିଏଲ୍‍ ପରିବାରଙ୍କୁ ବିଦୁ୍ୟତ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ମମତା ନାୟକ, ହରିଚନ୍ଦନପୁର ବ୍ଲକ ଅଧ୍ୟକ୍ଷ ସୁରେଶ ଦେହୁରୀ ପ୍ରମୁଖ ତାଙ୍କ ଅଞ୍ଚଳକୁ ବିଧାୟକମାନଙ୍କ ତରଫରୁ ଯେତିକି ସାହାଯ୍ୟ ମିଳିବା କଥା ତାହା ମିଳୁନାହିଁ ଏବଂ ଏହାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ । ମୁଖ୍ୟମନ୍ତ୍ରୀ ଏହା ଶୁଣିବା ପରେ ସମସ୍ୟାଗୁଡିକୁ ଖୁବ୍‍ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିନିଧିମାନଙ୍କୁ ବିଶ୍ୱାସ ଓ ଆଶ୍ୱାସନା ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚôବ ତାହାକୁ ସୁନିଶ୍ଚିତ କରିବା ପଞ୍ଚାୟତ ପ୍ରତିନିଧିମାନଙ୍କର ମୂଳ ଦାୟିତ୍ୱ ବୋଲି କହିଥିଲେ । ନିଜ ନିଜ ଅଞ୍ଚଳର ସମସ୍ୟା ସମାଧାନ କରି ଲୋକଙ୍କ ବିଶ୍ୱାସଭାଜନ ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୀକ୍ଷା ବୈଠକ ୬ମାସ ପରେ ଅନୁÂିତ ହେବ
ଏବଂ ସେଥିରେ ଏ ଭିତରେ ଦଳ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁÂାନର ସମୀକ୍ଷା କରାଯିବ ବୋଲି ସଭାପତି କହିଥିଲେ ।

ବୈଠକରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧି ଓ ଜିଲ୍ଲାର ଜନସାଧାରଣଙ୍କୁ
ଧନ୍ୟବାଦ ଦେଇଥିଲେ । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚôବ ସେଥିନିମନ୍ତେ ଯନôବାନ ହେବା ପାଇଁ
ସେ ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ । ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ
ଡ. ଅରୁଣ କୁମାର ସାହୁ ସମୀକ୍ଷା ବେଳେ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳର ଜନପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା
ସମସ୍ୟାଗୁଡ଼ିକ ସଂପର୍କରେ ଆଗାମୀ ଦିନରେ ପଦେକ୍ଷପ ନିଆଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ବିଧାୟକ
ହୃଷିକେଶ ନାୟକ, ବେଦବ୍ୟାସ ନାୟକ, ଅଭିରାମ ନାୟକ, ମାୟାଧର ଜେନା, ଦେବାଶିଷ ସାମନ୍ତରାୟ, ମେୟର ଅନନ୍ତ ନାରାୟଣ ଜେନା,
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!