Amway India ପକ୍ଷରୁ ଟର୍ଣ୍ଣଷ୍ଟୋନ୍ ଗ୍ଲୋବାଲର ମିଳିତ ସହଯୋଗରେ ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଦୃଷ୍ଟି ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ବ୍ରେଲି ଲାଇବ୍ରେରୀ ସ୍ଥାପିତ

ଭୁବନେଶ୍ୱର, ଏପ୍ରିଲ୍ ୧୮, ୨୦୧୭: ଭାରତର ପ୍ରତ୍ୟେକ୍ଷ ବିକ୍ରି କମ୍ପାନୀ ଆମ୍ୱେ ଇଣ୍ଡିଆ ପକ୍ଷରୁ ପୂର୍ବରୁ ରାଷ୍ଟ୍ରୀୟ ଅନ୍ଧ ସଂଘ ଭାବରେ ପରିଚିତି ହାସଲ କରିଥିବା ଟର୍ଣ୍ଣଷ୍ଟୋନ୍ ଗ୍ଲୋବାଲର ମିଳିତ ସହଯୋଗରେ ଆଜି ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଦୃଷ୍ଟି ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ବ୍ରେଲି ଲାଇବ୍ରେରୀ ସ୍ଥାପନ କରାଯାଇଛି ।

ଏହି ବ୍ରେଲି ଲାଇବ୍ରେରୀର ଉଦ୍ଘାଟନ ଭୁବନେଶ୍ୱର ଅଗ୍ନିଶମ ଡିଜିପି(ଆଇପିଏସ୍) ଶ୍ରୀ ବିନୋୟ ବେହେରା ଏବଂ ଓଡ଼ିଶା ଡାଇରେକ୍ଟୋରେଟ ଅଫ୍ ସେକେଣ୍ଡାରୀ ଏଜୁକେସନ୍୍ର ଡେପୁଟି ଡାଇରେକ୍ଟର ଶ୍ରୀମତୀ ସ୍ନେହମୟୀ ସେନାପତିଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବାବେଳେ ଏହି ଅବସରରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଅଧ୍ୟକ୍ଷ ଜି.ସି ପାତ୍ରୋ, ଟର୍ଣ୍ଣଷ୍ଟୋନ୍ ଗ୍ଲୋବାଲ୍ର ସୁମିତ୍ ଦାସଗୁପ୍ତା ଏବଂ ଆମ୍ୱେ ଇଣ୍ଡିଆର ଓଡ଼ିଶା କ୍ଲଷ୍ଟର୍ ଅପରେସନ୍ ମ୍ୟାନେଜର୍ ଶ୍ରୀ ରାଣା ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ ।

ଏହି ଲାଇବ୍ରେରୀ ବିଭିନ୍ନ ପ୍ରକାର ବୁକ୍ ଏବଂ ଜର୍ଣ୍ଣାଲ୍ର ବ୍ରେଲି ଭର୍ସନ ତଥା ଏକାଡେମିକ୍ ବୁକ୍, ଫିକ୍ସନ୍, ସେଲଫ୍-ହେଲ୍ପ୍, ସାଧାରଣ ଜ୍ଞାନ ପ୍ରଭୃତିର ଆବଶ୍ୟକ ସିଡି ଉପଲବ୍ଧ କରାଇବ । ଏହାଦ୍ୱାରା ୮୫ରୁ ଅଧିକ ଦୃଷ୍ଟି ବାଧିତ ଶିର୍କ୍ଷାଥୀ ଉପକୃତ ହେବେ । ଏହି ଲାଇବ୍ରେରୀରେ କମ୍ପୁ୍ୟଟର ମହଜୁଦ୍ ରହିଛି ଯାହାକି ଶିକ୍ଷାର୍ଥୀଙ୍କୁ ୩୦ରୁ ଅଧିକ ପାଠ୍ୟକ୍ରମ ସିଡିର ଉପଯୋଗୀତା ଉପଲବ୍ଧ କରାଇବାକୁ ସକ୍ଷମ ହେବ ।

ଏହି ଅବସରରେ ଶ୍ରୀ ବିନୋୟ ବେହେରା କହିଲେ, “ ଆମ୍ୱେ ଇଣ୍ଡିଆ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ବ୍ରେଲି ଲାଇବ୍ରେରୀ ସ୍ଥାପନ କରିଥିବାରୁ ମୁଁ ଆମ୍ୱେ ଇଣ୍ଡିଆର ଏପରି ମହତ୍ କାର୍ଯ୍ୟକୁ ବେଶ୍ ପସନ୍ଦ କରିବା ସହିତ ପ୍ରଶଂସା କରୁଛି । ଏହି କ୍ରମରେ ଅନ୍ୟ ସଂସ୍ଥା ଗୁଡିକ ମଧ୍ୟ ଉତ୍ସାହିତ ହୋଇ ଆଗେଇଆସି ଦୃଷ୍ଟି ବାଧିତ ଶିକ୍ଷାର୍ଥୀଙ୍କ ବିକାଶ ପାଇଁ ପଦକ୍ଷେପ ନେବା ସହିତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଁ ଆହ୍ୱାନ ଜଣାଉଛି । ଏଭଳି ମିଳିତ ଉଦ୍ୟମ ଦ୍ୱାରା ଶାରିରୀକ ଅକ୍ଷମଙ୍କ ବିକାଶ ସଠିକ ଦିଗରେ ସମ୍ପନ୍ନ ହୋଇପାରିବ ।”

ଏହି ଅନନ୍ୟ ପ୍ରୟାସ ସମ୍ପର୍କରେ ବର୍ଣ୍ଣନା କରି ଆମ୍ୱେ ଇଣ୍ଡିଆର ନର୍ଥ ଏବଂ ଇଷ୍ଟ ସିନିୟର ଭାଇସ୍ପ୍ରେସିଡେଣ୍ଟ୍ ଜି.ଏସ୍ ଚିମ୍ମା କହିଛନ୍ତି ଯେ, “ ଆମ୍ଭେ ନିରନ୍ତର ଦୃଷ୍ଟି ବାଧିତଙ୍କ କଲ୍ୟାଣ ପାଇଁ କାର୍ଯ୍ୟଧାରା ଜାରି ରଖିଛୁ । ଆମ୍ଭର ବିଶ୍ୱାସ ଯେ, ଶିକ୍ଷା ଏବଂ ଜ୍ଞାନ ଶାରିରୀକ ଅକ୍ଷମଙ୍କ ଭବିଷ୍ୟତ ବିକାଶ କ୍ଷେତ୍ରରେ ବାଧକ ହେବ ନାହିଁ । ବ୍ରେଲି ଲାଇବ୍ରେରୀ ଆମ୍ଭର ଏହି ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ । ଦେଶବ୍ୟାପି ୩୧ଟି ବ୍ରେଲି ଲାଇବ୍ରେରୀର ଶୁଭାରମ୍ଭ ପାଇଁ ଆମ୍ଭେ ଯୋଜନା ପ୍ରସ୍ତୁତ କରିଛୁ । ଏହି ମର୍ମରେ ଆମ୍ଭେ ଟର୍ଣ୍ଣଷ୍ଟୋନ୍ ଗ୍ଳୋବାଲ୍ର ମିଳିତ ସହାୟତାରେ ଦେଶର ପୂର୍ବାଞ୍ଚଳରେ ବ୍ରେଲି ଲାଇବ୍ରେରୀ ସ୍ଥାପନ କରୁଥିବାରୁ ବେଶ୍ ଆନନ୍ଦିତ ।”
ଏହି ଅବସରରେ ଟର୍ଣ୍ଣଷ୍ଟୋନ୍ ଗ୍ଳୋବାଲ୍ର ସେକ୍ରେଟାରୀ ଡଃ.କାଞ୍ଚନ ଗବା କହିଛନ୍ତି ଯେ, “ ଭୁବନେଶ୍ୱରର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଆମ୍ୱେ ଇଣ୍ଡିଆ ସହଯୋଗରେ ଆମ୍ଭେ ବ୍ରେଲି ଲାଇବ୍ରେରୀ ଉଦ୍ଘାଟିତ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ । ବିଭିନ୍ନ ଦୃଷ୍ଟିହୀନ ବିଦ୍ୟାଳୟ ଏବଂ ସଂସ୍ଥାରେ ଏହିପରି ଲାଇବ୍ରେରୀ ଦୃଷ୍ଟି ବାଧିତଙ୍କ ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି । ବ୍ରେଲି ଲାଇବ୍ରେରୀ ସହାୟତାରେ ଦୃଷ୍ଟିହୀନ ଶିକ୍ଷାର୍ଥୀ ନିଜର ଜ୍ଞାନର ପରିସୀମା ବୃଦ୍ଧି କରିବା ସହିତ ଦକ୍ଷତା ବିକାଶ କ୍ଷେତ୍ରରେ ଆବଶ୍ୟକ ସହାୟତା ଉପଲବ୍ଧ କରିଥାନ୍ତି । ଟର୍ଣ୍ଣଷ୍ଟୋନ୍ ଗ୍ଲୋବାଲ୍ ପକ୍ଷରୁ ମୁଁ ବ୍ୟକ୍ତିଗତ ଭାବରେ ଆମ୍ୱେ ଇଣ୍ଡିଆ ତଥା ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ବାଧିତଙ୍କ ପାଇଁ ଏପରି ଏକ ଲାଇବ୍ରେରୀ ସ୍ଥାପନ କରିଥିବାରୁ ଧନ୍ୟବାଦ ପ୍ରଦାନ କରୁଛି । ଆମ୍ଭେ ଦୃଷ୍ଟି ବାଧିତଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମକୁ ଚୂଡାନ୍ତ ରୂପ ଦେବାରେ ଆମ୍ଭେ ଆବଶ୍ୟକ ସହାୟତା ପ୍ରଦାନ ଜାରି ରଖିବୁ ।”
ଆମ୍ୱେ ପକ୍ଷରୁ ଜାତୀୟସ୍ତରୀୟ ପ୍ରକଳ୍ପ ଅନ୍ତର୍ଗତ ଦୃଷ୍ଟିବାଧିତଙ୍କ ପାଇଁ ବିଭିନ୍ନ ପ୍ରୟାସ ଉପରେ କାର୍ଯ୍ୟ ଜାରି ରହିବା ସହିତ ଆବଶ୍ୟକ ସହାୟତା ଉପଲବ୍ଧ କରାଯାଇଥାଏ ।

ଆମ୍ୱେ ପକ୍ଷରୁ ୧୨ଟି ରାଜ୍ୟରେ ୮୫,୦୦୦ରୁ ଅଧିକ ଦୃଷ୍ଟିହୀନ ଶିକ୍ଷାର୍ଥୀଙ୍କୁ ସହାୟତା ପ୍ରଦାନ ସହିତ ବ୍ରେଲି ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି ।

ଆମ୍ୱେ ପକ୍ଷରୁ ୨୦୦୮ ମସିହା ଠାରୁ ଦୃଷ୍ଟିହୀନଙ୍କୁ ଆବଶ୍ୟକ କମ୍ପୁ୍ୟଟର ତାଲିମ୍ ଯୋଗାଇ ଦିଆଯାଉଛି । ଏହି ମର୍ମରେ ଦେଶବ୍ୟାପି ୧୫ଟି କମ୍ପୁ୍ୟଟର କେନ୍ଦ୍ର ସ୍ଥାପନ କରାଯାଇଛି । ଆମ୍ୱେ ସମର୍ଥିତ କମ୍ପୁ୍ୟଟର କେନ୍ଦ୍ର ମାଧ୍ୟମରେ ୧୦୦୦ଜଣ ଦୃଷ୍ଟି ବାଧିତ ବ୍ୟକ୍ତି ବିଶେଷଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି ।

ଆମ୍ୱେ ପକ୍ଷରୁ ଇନେ୍ଦାର ଏବଂ ମଦୁରାଈରେ ୨ଟି ଅଡ଼ିଓ ଲାଇବ୍ରେରୀ ସ୍ଥାପନ କରାଯାଇଥିବାବେଳ କୋଲକତାରେ ଏକ ଟ୍ରାଭେଲ୍ ଏବଂ ଟୁରିଜିମ୍ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ସେହିପରି ମଦୁରାଈରେ ଏକ ବିପିଓ ସ୍ଥାପିତ ହୋଇଛି । ବେଙ୍ଗାଲୁର୍ରେ ଗୋଟିଏ ବ୍ରେଲି ଲାଇବ୍ରେରୀ ସ୍ଥାପିତ ହୋଇଛି । ଚଣ୍ଡିଗଡ଼, ରାୟପୁର ଏବଂ ଗୌହ୍ୱାଟିରେ ଦୃଷ୍ଟି ହୀନଙ୍କ ପାଇଁ ମୁ୍ୟଜିକ୍ ଏକାଡେମୀ ସ୍ଥାପନ କରାଯାଇଛି ।

ଆମ୍ୱେ ପକ୍ଷରୁ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଓପନ ସ୍କୁଲିଂ(ଏନଆଇଓଏସ୍)ରେ ଦ୍ୱାଦଶ ଶ୍ରେଣୀରେ ଡିଜିଟାଇଜିଂ କ୍ଲାସ୍ରେ ଆବଶ୍ୟକ ଏଜୁକେନାଲ୍ ମ୍ୟାଟେରିଆଲ୍ ଯୋଗାଇ ଦିଆଯାଉଛି । ସେହିପରି ଦିଲ୍ଲୀ ୟୁନିଭରସିଟି, ମୁମ୍ବାଇ ୟୁନିଭରସିଟି ଏବଂ ହାଇଦ୍ରାବାଦ୍/ଇଏଫ୍ଏଲୟୁ ୟୁନିଭରସିଟିରେ କେତେକ ଗ୍ରାଜୁଏସନ୍ ଏବଂ ପୋଷ୍ଟଗ୍ରାଜୁଏସନ୍ ପାଠ୍ୟକ୍ରମରେ ଆବଶ୍ୟକ ଏଜୁକେସନାଲ୍ ମ୍ୟାଟେରିଆଲ୍ ଯୋଗାଇ ଦିଆଯାଉଛି । ଯାହାଦ୍ୱାରା ସ୍ୱତନ୍ତ୍ର ଭାବରେ ଦେଶବ୍ୟାପି ଅନେକ ଦୃଷ୍ଟିହୀନ ଶିକ୍ଷାର୍ଥୀ ଉପକୃତ ହୋଇପାରୁଛନ୍ତି ।
ଆମ୍ୱେ ଦୃଷ୍ଟିହୀନଙ୍କୁ ଶିକ୍ଷିତ କରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ମର୍ମରେ ଆମ୍ୱେ ପକ୍ଷରୁ ଆଣ୍ଡ୍ରଏଡ୍ ବେସଡ୍ ଆପ୍ଲିକେସନ୍ ‘ଆକ୍ସେସ୍ବୁଲ୍ ରିଡର୍’ର ଶୁଭାରମ୍ଭ କରାଯାଇଛି । ଏହା ଦ୍ୱାରା ଆବଶ୍ୟକୀୟ ପାଠ୍ୟକ୍ରମ ଟେକ୍ସ-ଟୁ-ସ୍ପିଚ୍ ଇଞ୍ଜିନ୍ ମାଧ୍ୟମରେ ଦୃଷ୍ଟିହୀନଙ୍କୁ ଡିଜିଟାଲ୍ ପାଠ୍ୟକ୍ରମ ସହଜରେ ଉପଲବ୍ଧ କରାଇପାରୁଛି ।

Share in top social networks!