ବିଜୁବାବୁଙ୍କ ଉତ୍ସାହ ଓ ଦୂରଦୃଷ୍ଟିକୁ ନେଇ ଓଡ଼ିଶାର ବିକାଶ ପାଇଁ ଏ ଜାତିର ଉଦ୍ୟମ ହେଉଛି ତାଙ୍କ ପ୍ରତି ଶ୍ରେÂ ଶ୍ରଦ୍ଧାଞ୍ଜଳି: ନବୀନ ପଟ୍ଟନାୟକ

bjdbiju
ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୦ତମ ଶ୍ରାଦ୍ଧ ଦିବସ ଆଜି ଅପରାହ୍ଣରେ ଭୁବନେଶ୍ୱରସ୍ଥିତ
ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳନ
ହୋଇଯାଇଛି । ପ୍ରଥମେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପରେ
ସର୍ବଧର୍ମ ପ୍ରାର୍ଥନା ସଭାରେ ଗୀତା, ବାଇବେଲ୍‍, କୋରାନ୍‍ ଓ ଗୁରୁବାଣୀ ପାଠ କରାଯାଇଥିଲା । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ
ଜୀବନର ଶେଷ ପର୍ଯ୍ୟନ୍ତ ବିଜୁବାବୁ ଥିଲେ ଓଡ଼ିଆ ଜାତିର ମୁରବି । ସବୁ ଓଡ଼ିଆଙ୍କ ପାଇଁ ସେ ଥିଲେ ଆଶା ଓ ଭରସାର କେନ୍ଦ୍ର । ଓଡ଼ିଶାର ବିକାଶ ପାଇଁ
ତାଙ୍କର ଉଦ୍ୟମ ସବୁ ଓଡ଼ିଆଙ୍କୁ ପ୍ରେରଣା ଦେଇଆସିଛି । ତାଙ୍କ ସମୟରେ ସେ ସର୍ବଦା ଆଗରେ ରୁହନ୍ତି । ଆଗାମୀ ପିଢ଼ି ପାଇଁ ସେ ପ୍ରେରଣାର ଉତ୍ସ ଥିଲେ ।
ବିଜୁବାବୁଙ୍କ ଆଦର୍ଶରେ ଆମେ ଓଡ଼ିଶାବାସୀଙ୍କ ସେବା କରିଆସୁଛୁ । ଆମର ବିକାଶର ଏଜେଣ୍ଡା ଏକ ସର୍ବାଦୃତ ଏଜେଣ୍ଡା । ଆମର ବିକାଶ ଯାତ୍ରାରେ
ମା’ମାନେ ସବୁଠାରୁ ଆଗରେ ରହିଛନ୍ତି । ଗରିବ ଲୋକର ଖାଦ୍ୟ ସୁରକ୍ଷା, ମହିଳାମାନଙ୍କର ସଶକ୍ତିକରଣ, ଚାଷୀ କଲ୍ୟାଣ, ଭିନ୍ନକ୍ଷମ କଲ୍ୟାଣ, ଶ୍ରମିକ
କଲ୍ୟାଣ, ଦଳିତ ଓ ଆଦିବାସୀମାନଙ୍କର ଅଧିକାରର ସୁରକ୍ଷା ଆଦି କାର୍ଯ୍ୟକ୍ରମ ଦ୍ୱାରା ସବୁ ବର୍ଗର ଲୋକ ଆମ ସର୍ବାଦୃତ ଏଜେଣ୍ଡାର ସୁଫଳ ପାଇପାରୁଛନ୍ତି ।
ଜନକଲ୍ୟାଣ ଉନ୍ନତିରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଏକ ଆଦର୍ଶ ।
ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ଏକ ଆଗୁଆ ରାଜ୍ୟ । ଓଡ଼ିଶାର ବିକାଶର ହାର ଅନେକ ବର୍ଷ ଧରି ଜାତୀୟ ହାର ଠାରୁ ଅଧିକ ରହିଛି । ଅର୍ଥନୀତି,
ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଓଡ଼ିଶାର ଆଖିଦୃଶିଆ ଉନ୍ନତି ହୋଇଛି । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ବିଶ୍ୱର ମଡେଲ ହୋଇପାରିଛି ।
କୃଷି କ୍ଷେତ୍ରରେ ଆମର ଉପôାଦନ ଓ ଉପôାଦକତା ଦୁଇ ଗୁଣରୁ ଅଧିକ ହୋଇପାରିଛି । ଚାଷୀମାନଙ୍କର ରୋଜଗାର ମଧ୍ୟ ଦୁଇଗୁଣ ହୋଇପାରିଛି । ଆଗାମୀ
୫ବର୍ଷରେ ଚାଷୀମାନଙ୍କ ରୋଜଗାରକୁ ଆହୁରି ଦୁଇଗୁଣ କରିବାର ଲକ୍ଷ୍ୟ ରହିଛି । ୧୯୯୯ର ମହାବାତ୍ୟାରେ ଛାରଖାର ହୋଇଯାଇଥିବା ଭୁବନେଶ୍ୱର
ଆଜି ସ୍ମାର୍ଟସିଟି ପ୍ରୋଜେକ୍ଟରେ ନମ୍ବର ୱାନ୍‍ ହୋଇପାରିଛି । ଆଜି ଭୁବନେଶ୍ୱର ଇଣ୍ଟରନ୍ୟାସନାଲ୍‍ ସ୍ପୋର୍ଟିଂ ମ୍ୟାପ୍‍ରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ
କରିପାରିଛି ।
ବିକାଶର ସବୁ କ୍ଷେତ୍ରରେ ଆମେ ଲୋକଙ୍କ ସହଯୋଗରେ ସଫଳତା ହାସଲ କରୁଛୁ ଓ କରିଚାଲିବୁ । ସମସ୍ତଙ୍କୁ ସାଥୀରେ ନେଇ ଆମେ ଚାଲୁଛୁ ।
ବିଜୁବାବୁ ଓଡ଼ିଶାର ଜନସାଧାରଣଙ୍କ ହୃଦୟରେ ଅଛନ୍ତି । ଏ ମାଟି, ପାଣି ଓ ପବନରେ ଅଛନ୍ତି ଓ ଓଡ଼ିଶାର ବିକାଶ ଓ ସ୍ୱାଭିମାନ ପାଇଁ ସଂଗ୍ରାମରେ ଆମକୁ
ମାର୍ଗ ଦେଖାଇ ଚାଲିଛନ୍ତି । ତାଙ୍କର ଉତ୍ସାହ ଓ ଦୂରଦୃଷ୍ଟିକୁ ନେଇ ଓଡ଼ିଶାର ବିକାଶ ପାଇଁ ଏ ଜାତିର ଉଦ୍ୟମ ହେଉଛି ତାଙ୍କ ପ୍ରତି ଆମର ଶ୍ରେÂ ଶ୍ରଦ୍ଧାଞ୍ଜଳି ।
ଭୁବନେଶ୍ୱର ସାଂଗଠନିକ ଜିଲ୍ଳା ପକ୍ଷରୁ ଆୟୋଜିତ ଏହି ଶ୍ରାଦ୍ଧ ସଭାରେ ବରିÂ ଉପସଭାପତି ତଥା ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ
ପାଟ୍ଟଶାଣୀ, ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିଧାୟିକା ପ୍ରମିଳା ମଲ୍ଳିକ, ବିଧାୟକ ବିଜୟ ମହାନ୍ତି,
ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ବିଧାୟକ ପ୍ରଭାତ
ବିଶ୍ୱାଳ, ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତା ସଭାପତି ରାଣା ପ୍ରତାପ ପାତ୍ର, ସଂଖ୍ୟାଲଘୁ ସେଲ୍‍ର
ଆବାହକ ମୁନ୍ନା ଖାଁ, ଭୁବନେଶ୍ୱର ସଭାପତି ବାବୁଲି ମିଶ୍ର, ବାବୁ ସିଂହ, ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଡେପୁଟି ମେୟର
କେ. ଶାନ୍ତି, ଭୁବନେଶ୍ୱର ମହିଳା ବିଜେଡି ସଭାନେତ୍ରୀ ଭାରତୀ ସିଂହ, ଛାତ୍ର ବିଜେଡି ଭୁବନେଶ୍ୱର ଜୋନ୍‍ ସଭାପତି ଅଜିତ ବେହେରା ପ୍ରମୁଖ ମଞ୍ଚାସୀନ
ହୋଇଥିଲେ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଯୁବ ବିଜେଡି ପକ୍ଷରୁ ଏକ ବାଇକ୍‍ ଶୋଭାଯାତ୍ରା ରାମ ମନ୍ଦିର ଛକରୁ ବାହାରି
ପାର୍ଟି ଅଫିସ୍‍ରେ ପହଞ୍ଚôଥିଲା । ସେହିପରି ଛାତ୍ର ବିଜେଡି ପକ୍ଷରୁ ଏକ ବାଇକ୍‍ ରାଲି ସହିଦ ନଗର ଦୁର୍ଗାପୂଜା ପଡ଼ିଆରୁ ଆରମ୍ଭ ହୋଇ ପାର୍ଟି ଅଫିସ୍‍ରେ
ପହଞ୍ଚôଥିଲା । ଭୁବନେଶ୍ୱରର ୩ ନିର୍ବାଚନ ମଣ୍ଡଳୀ ଏକାମ୍ର, ମଧ୍ୟ ଓ ଉତ୍ତରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ
ବହୁ କର୍ମୀ ଓ ଶୁଭେଚ୍ଛୁ ଶୋଭାଯାତ୍ରାରେ ଆସି ପାର୍ଟି ଅଫିସ୍‍ରେ ସମବେତ ହୋଇଥିଲେ । ବିଜୁ ଜନତା ଦଳ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରର ରାଜରାସ୍ତା
“ବିଜୁ ପଟ୍ଟନାୟକ ଅମର ରହେ” ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା । ସହରକୁ ଦଳ ପକ୍ଷରୁ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ହୋର୍ଡିଂରେ ସୁସଜ୍ଜିତ
କରାଯାଇଥିଲା । ଏହି ଶ୍ରାଦ୍ଧାସଭାରେ ୧୦ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ, ଦଳୀୟ କର୍ମୀ ଓ ଶୁଭେଚ୍ଛୁଙ୍କ ସମାଗମ ହୋଇଥିଲା ।

Share in top social networks!