ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରଦେଶ ମହିଳା କଂଗ୍ରେସର ବିକ୍ଷୋଭ

ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ପ୍ରଦେଶ ମହିଳା କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନେ ଏକ ପ୍ରତିବାଦ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ନିଷ୍ପତ୍ତି ପ୍ରତିବାଦରେ ବିକ୍ଷୋଭ କରିଥିଲେ ।
ମହିଳାମାନଙ୍କୁ ସମ୍ମାନ ଦେବାପାଇଁ ସ୍ୱର ଉତ୍ତୋଳନ କରୁଥିବା ମୋଦି ବାସ୍ତବରେ ତାଙ୍କର
ସହଧର୍ମିଣୀ ଯଶୋଦା ବେନ୍ଙ୍କ ଠିକଣା ହଜାଇ ଦେଇଛନ୍ତି । ନିଜ ସ୍ତ୍ରୀକୁ ଅସମ୍ମାନ କରୁଥିବା ପ୍ରଧାନମନ୍ତ୍ରୀ ଦେଶର ମହିଳାଙ୍କୁ ସମ୍ମାନଦେବା ସମ୍ପର୍କରେ କାହାଣୀ ଗପୁଛନ୍ତି । ସାଧାରଣଲୋକ ବୁଝୁଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଯଶୋଦା ବେନ୍ଙ୍କୁ ସ୍ତ୍ରୀର ମାନ୍ୟତା ଦେବାକୁ ପସନ୍ଦ କରୁନାହାଁନ୍ତି ।
ବିଜେପି ଦଳର ନେତା ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡକାଟ ସମ୍ପର୍କରେ ମନ୍ତବ୍ୟ ଦେଇ ବିଜେପି ଦଳର ମହିଳାମାନଙ୍କ ପ୍ରତି ଥିବା ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ମୋଦୀ ସରକାର ଗାଈକୁ ଯେତିକି ସମ୍ମାନ ଦେଉଛି ମହିଳାଙ୍କୁ ସେତିକି ଅପମାନ ଦେଉଛନ୍ତି ।
ଦେଶରେ ବର୍ତ୍ତମାନ ଆଇନର ଶାସନ ବଦଳରେ ଆର.ଏସ.ଏସ. ର ଶାସନ •ଲିଛି । ଯାହାଫଳରେ ଦେଶର ସାର୍ବଭୌମ ପ୍ରତି ବିପଦ ସୃଷ୍ଟି ହୋଇଛି । ବିଜେପି ସରକାର ଦେଶକୁ ମଧ୍ୟଯୁଗୀୟ ବ୍ୟବସ୍ଥା ଭିତରକୁ ଠେଲି ଦେବାକୁ ଚକ୍ରାନ୍ତ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉପସଭାପତି ରତ୍ନମଣୀ ଉଲାକା, ଅଖିଳ ଭାରତୀୟ ମହିଳା କଂଗ୍ରେସର ସମ୍ପାଦିକା ସୋନାଲି ସାହୁ, ଆରତୀ ସ୍ୱାଇଁ, ଉର୍ବଶୀ ମିଶ୍ର, କୁନି ହରିଚନ୍ଦନ, ପଦ୍ମାବତୀ ଆ•ର୍ଯ୍ୟ, ଅନିତା ଭତ୍ରା, ମୁନି ଥାପା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Share in top social networks!