ଓଡ଼ିଶାରେ ୨୫ ଘଂଟା ରହିବେ ପ୍ରଧାନମନ୍ତ୍ରୀ; ପାରମ୍ପରିକ ନୃତ୍ୟସଙ୍ଗୀତ ଓ ଜୟଧ୍ୱନିରେ ମୋଦିଜୀଙ୍କୁ ଲକ୍ଷାଧିକ ଓଡ଼ିଶାବାସୀଙ୍କ ଉଚ୍ଛସିତ ଅଭିନନ୍ଦନ

-ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ଓଡ଼ିଶାରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
-ଓଡିଶାର ପାରମ୍ପରିକ ଘଂଟଘଂଟା, ମୃଦଙ୍ଗ, ଢୋଲ, ମର୍ଦ୍ଧଳ ବାଦନ, ଓଡ଼ିଶୀ, ସମ୍ବଲପୁରୀ, ଛଦଣ୍ଡନାଚ, ଘୁମୁରା ନୃତ୍ୟ ପରିବେଷଣ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ
-ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ
- ଓଡିଶାର ବରପୁତ୍ର ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ପ୍ରଧାନମନ୍ତ୍ରୀ
- ମୋଦିଜୀ…ଜୟ ହୋ ! ବିମାନ ବନ୍ଦରରୁ ରାଜଭବନ ଏବଂ ରାଜ ଭବନରୁ ଜନତା ମଇଦାନ ପର୍ଯ୍ୟନ୍ତ ଲକ୍ଷାଧିକ ମୋଦିପ୍ରେମୀଙ୍କ ଉଚ୍ଛସିତ ଓ ଉଲ୍ଲସିତ ଅଭିନନ୍ଦନ
- ଗାଡ଼ିରୁ ଓହ୍ଲାଇ କଡ଼ା ସୁରକ୍ଷା ବଳୟ ଭିତରୁ ବାହାରି ପ୍ରିୟ ଦେଖଣାହାରୀଙ୍କ ସହ କରମର୍ଦ୍ଧନ କଲେ ଆଦରଣୀୟ ପ୍ରଧାନମନ୍ତ୍ରୀ ।
modiadvani ଭାରତମାତା କି ଜୟ…! ମୋଦିଜୀ…ଜିନ୍ଦାବାଦ୍ ! ବିମାନ ବନ୍ଦରରୁ ରାଜଭବନ ଏବଂ ରାଜ ଭବନରୁ ଜନତା ମଇଦାନ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଉଚ୍ଛସିତ ଓ ଉଲ୍ଲସିତ ଅଭିନନ୍ଦନରେ ମୁଖରିତ ହେଉଥିଲା ସାରା ଭୁବନେଶ୍ୱର ସହର । ମୋଦି…ମୋଦି…ନାରାରେ ପ୍ରକମ୍ପିତ ହୋଇଥିଲା ତମାମ ରାଜଧାନୀ । ଓଡ଼ିଶାର ପାରମ୍ପରିକ ଘଂଟଘଂଟା, ମୃଦଙ୍ଗ, ଢୋଲ, ମର୍ଦ୍ଧଳ ବାଦନ, ଓଡ଼ିଶୀ, ସମ୍ବଲପୁରୀ, ଛଉ, ଦଣ୍ଡନାଚ, ଘୁମୁରା ନୃତ୍ୟ ପରିବେଷଣ ଏବଂ ସହସ୍ରାଧିକ ମହିଳାମାନଙ୍କ ପବିତ୍ର ହୁଳହୁଳି ଧ୍ୱନିରେ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଓଡ଼ିଶାବାସୀ । କୁନି କୁନି ଆଦିବାସୀ ପିଲାମାନଙ୍କଠାରୁ ଫୁଲ ତୋଡ଼ା ଗ୍ରହଣ କରିବା ସହ ଉଲ୍ଲାସର ସହ ସେମାନଙ୍କ ବାର୍ତାଳାପ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ସହରର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କୁ ପଦ୍ମଫୁଲରେ ସ୍ୱାଗତ କରାଯିବା ସହ ମୋଦିଜୀଙ୍କ ଉପରେ ଅବାରିତ ଫୁଲ ବର୍ଷା ହୋଇଥିଲା ।
ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ରାଜ୍ୟର ବହୁ ବରିÂ ନେତା ଓ ପଦାଧିକାରୀ ପ୍ରମୁଖ ଆତିଥ୍ୟ ପ୍ରଦାନ କରିଥିଲେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ । ବିମାନ ବନ୍ଦରରୁ ରାଜଭବନ ଆସିବା ବାଟରେ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ ସମ୍ବର୍ଦ୍ଧନା ମଂଚରେ ଓଡିଶାର ବରପୁତ୍ର ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ।
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜହଂସ’ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ଦିନ ୩.୨୩ ମିନିଟ୍ରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏସପିଜି ଓ ସ୍ୱତନ୍ତ୍ର କମାଣ୍ଡୋ ଫୋର୍ସଙ୍କ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିମାନ ବନ୍ଦରରୁ ରାଜଭବନରେ ପହଂଚିଥିଲେ ମୋଦିଜୀ । ରାଜଭବନରୁ ୪.୩୦ ମିନିଟ୍ରେ ଜନତା ମଇଦାନକୁ ବାହାରିଥିଲେ ମାନନୀୟ ପ୍ରଧାନମନ୍ତ୍ରୀ । ଆଦରଣୀୟ ମୋଦିଜୀଙ୍କୁ ଦେଖିବା ପାଇଁ ସାରା ସହରରେ ଲାଗି ଯାଇଥିଲା ହଜାର ହଜାର ଲୋକଙ୍କ ଗହଳି । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ପାଖରୁ ଦେଖିବା ପାଇଁ ଉଦୁଉଦିଆ ଖରାକୁ ଭୃକ୍ଷେପ ନ କରି ଆବାଳ ବୃଦ୍ଧ ବନିତା, ସବୁବର୍ଗ ଓ ସବୁ ବୟସର ଲୋକ ଲକ୍ଷାଧିକ ସଂଖ୍ୟାରେ ରୁଣ୍ଡ ହୋଇଥିଲେ ରାସ୍ତାର ଦୁଇପାଶ୍ୱର୍ରେ । ଏତେ ଲୋକଙ୍କ ଉଚ୍ଛସିତ ଅଭିନନ୍ଦନ ମୋଦିଜୀଙ୍କୁ ବିମୁଗ୍ଧ ଓ ଅଭିଭୂତ କରିଥିଲା । ଏମିତି ହେଲା ଯେ ଜୟଦେବ ବିହାର ଫ୍ଲାଏ ଓଭର ତଳେ ପ୍ରଧାନମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ କଡ଼ା ସୁରକ୍ଷା ବଳୟ ଭିତରୁ ସିଧାସଳଖ ପ୍ରିୟ ଦେଖଣାହାରୀଙ୍କ ପାଖକୁ ଚାଲି ଆସିଥିଲେ । ଅନୂ୍ୟନ ୨୦୦ ମିଟର ପର୍ଯ୍ୟନ୍ତ ଚାଲି ଚାଲି ମୋଦିଜୀ ସାଧାରଣ ଜନତାଙ୍କ ସହ କରମର୍ଦ୍ଧନ କରିଥିଲେ ।
ଭୁବନେଶ୍ୱରରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଭୁବନେଶ୍ୱରରେ ପାଂଚ ଥାକିଆ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଧାନମନ୍ତ୍ରୀ ଅନୂ୍ୟନ ୨୫ ଘଂଟା ରହିବେ । ଦେଶ ସ୍ୱାଧୀନତା ପାଇବାଠାରୁ ଏକାବେଳେ ଏତେ ସମୟ ଧରି ଦେଶର ପ୍ରଧାନମନ୍ତ୍ରୀ ଓଡ଼ିଶାରେ ରହିବା ହେଉଛି ପ୍ରଥମ ଘଟଣା । ସେହିପରି ଆଜି ପ୍ରଧାନମନ୍ତ୍ରୀଙ୍କୁ ଅତି ନିକଟରୁ ଦେଖିବା ପାଇଁ ଉଦୁଉଦିଆ ଖରାରେ ଲକ୍ଷାଧିକ ଜନତାଙ୍କ ବ୍ୟଗ୍ରତା ଦେଖି ମାନନୀୟ ମୋଦିଜୀଙ୍କୁ ମଧ୍ୟ ବିସ୍ମିତ କରିଥିଲା । ଜାତୀୟ କାର୍ଯ୍ୟକାରିଣୀ ସହ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ୨୫ ଘଂଟାର ଅବସ୍ଥାନ ଓଡ଼ିଶାବାସୀଙ୍କୁ ଆନନ୍ଦିତ କରିଛି ।

Share in top social networks!