ବିକାଶର ଶେଷ ପାହାଚରେ ଥିବା ଲୋକଙ୍କ ପାଇଁ କାମ କର; ଖୋର୍ଦ୍ଧା ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

naveenbjddଜିଲ୍ଲାୱାରୀ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧାସଳଖ ଆଲୋଚନାର ଆଜି ଥିଲା ଷÂ ଦିବସ । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସମୁଦାୟ ୩୦ଟି ଜିଲ୍ଲା ପରିଷଦ ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ୨୦ଟିରେ, ୧୦ ବ୍ଲକ ମଧ୍ୟରୁ ୧୦ ଅଧ୍ୟକ୍ଷ ଓ ୯ ବ୍ଲକରେ ଉପାଧ୍ୟକ୍ଷ ବିଜୁ ଜନତା ଦଳର ସମର୍ଥôତ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ବିଜୟୀଲାଭ କରିଥିବାରୁ ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ । ବିଶେଷକରି ୭ନଂ
ଜିଲ୍ଲା ପରିଷଦ ସଭ୍ୟା ମାଧୁରୀ ବେହେରା ସର୍ବାଧିକ ୯,୯୮୨ ଭୋଟ୍‍, ସମିତି ସଭ୍ୟା ବବିତା ଗିରି ୪୨୦୭ ଭୋଟ ଓ ଟାଙ୍ଗି ବ୍ଲକ ସରପଞ୍ଚ
ଗୋବିନ୍ଦ ଚନ୍ଦ୍ର ରାଉତରାୟ ୧୬୩୦ ଭୋଟ ବ୍ୟବଧାନରେ ବିଜୟୀ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଜିର
ସମୀକ୍ଷା ବୈଠକରେ ପଞ୍ଚାୟତ ପ୍ରତିନିଧିଙ୍କ ମୁଖ୍ୟତଃ ଅଭିଯୋଗ ଥିଲା ରଘୁନାଥପୁର ଅନ୍ତର୍ଗତ ଡମ୍ପିଂୟାର୍ଡ, ମେଗା ଏଲ୍‍ଆଇ ପଏଣ୍ଟ ଓ କୃଷିଋଣ
ଛାଡ଼କୁ ନେଇ ।

ବେଗୁନିଆ ବ୍ଲକ ଅଧ୍ୟକ୍ଷା ଜାନକୀ ସ୍ୱାଇଁ, ଉପାଧ୍ୟକ୍ଷା ତନୟା ପାଟ୍ଟଶାଣୀ, ବୋଲଗଡ଼ ବ୍ଲକ ଅଧ୍ୟକ୍ଷ ଗୋପାଳ ଚରଣ ବେହେରା ପ୍ରମୁଖ ତାଙ୍କ
ଅଞ୍ଚଳରେ ମେଗା ଏଲ୍‍ଆଇ ପଏଣ୍ଟ, ହରିଜନ ଆଦିବାସୀଙ୍କୁ ସୁବିଧାରେ ସାର୍ଟିଫିକେଟ୍‍ ଦେବା ଓ ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟଙ୍କର ସ୍ୱତନ୍ତ୍ର
ପାଣ୍ଠି ବୃଦ୍ଧି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଭୁବନେଶ୍ୱର ବ୍ଳକ ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ଭୂଆଶୁଣି ଡମ୍ପିଂୟାର୍ଡକୁ
ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜଟଣୀ ବ୍ଲକ ଉପାଧ୍ୟକ୍ଷ ତାଙ୍କ ଅଞ୍ଚଳରେ ଜଗନ୍ନାଥ ଜମିକୁ ନେଇ ଦେଖାଯାଇଥିବା
ସମସ୍ୟାର ସମାଧାନ କରିବାକୁ ପ୍ରାର୍ଥନା କରିଥିଲେ । ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଦଳାଇ ବଡ଼ପୋଖରିଆରେ ବିଜେପି କର୍ମୀମାନେ ବିଜେଡି
ସମର୍ଥକଙ୍କ ଘର ପୋଡ଼ି ଉପରେ କାର୍ଯ୍ୟାନୁÂାନ ଦାବି ପୂର୍ବକ ଏହାର ସ୍ଥାୟୀ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ମୁଖ୍ୟମନ୍ତ୍ରୀ ଏହା ଶୁଣିବା ପରେ ସମସ୍ୟାଗୁଡିକୁ ଖୁବ୍‍ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିନିଧିମାନଙ୍କୁ ବିଶ୍ୱାସ ଓ ଆଶ୍ୱାସନା ଦେବା ସହ
ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚôବ ତାହାକୁ ସୁନିଶ୍ଚିତ
କରିବା ପଞ୍ଚାୟତ ପ୍ରତିନିଧିମାନଙ୍କର ମୂଳ ଦାୟିତ୍ୱ ବୋଲି କହିଥିଲେ । ଏପରିକି ବିକାଶର ଶେଷ ପାହାଚରେ ଥିବା ଲୋକଙ୍କ ପାଇଁ କାମ
କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୀକ୍ଷା ବୈଠକ ୬ମାସ ପରେ ଅନୁÂିତ ହେବ
ଏବଂ ସେଥିରେ ଏ ଭିତରେ ଦଳ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁÂାନର ସମୀକ୍ଷା କରାଯିବ ବୋଲି ସଭାପତି କହିଥିଲେ ।
ବୈଠକରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧି ଓ ଜିଲ୍ଲାର ଜନସାଧାରଣଙ୍କୁ
ଧନ୍ୟବାଦ ଦେଇଥିଲେ । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚôବ ସେଥିନିମନ୍ତେ ଯନôବାନ ହେବା ପାଇଁ
ସେ ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ । ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
ସମୀକ୍ଷା ବେଳେ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳର ଜନପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସମସ୍ୟାଗୁଡ଼ିକ ସଂପର୍କରେ
ଆଗାମୀ ଦିନରେ ପଦେକ୍ଷପ ନିଆଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ତଥା ମୁଖପାତ୍ର ଶଶୀଭୂଷଣ
ବେହେରା, ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ଜଗଦେବ, ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଦେବାଶିଷ ସାମନ୍ତରାୟ ପ୍ରମୁଖ
ଉପସ୍ଥିତ ଥିଲେ ।

Share in top social networks!