ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବ୍ୟବହିତ ପୂର୍ବରୁ ସାରା ଦେଶର ସାମ୍ବାଦିକମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବୋଧନ

ପ୍ରଧାନମନ୍ତ୍ରୀଙ୍କ ‘ଗରିବ କଲ୍ୟାଣ ଯୋଜନା’ର ପ୍ରୟୋଗଶାଳା ହେବ ଓଡ଼ିଶା

– ରାଷ୍ଟ୍ରୀୟ କାଯ୍ୟକାରିଣୀ ବୈଠକ ପରିସରକୁ କକ୍ଷ ସନ୍ଥ କବି ଭୀମ ଭୋଇଙ୍କ ନାମରେ ନାମିତ
bjpdpbjp
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଗରିବ କଲ୍ୟାଣ ଯୋଜନା’ର ପ୍ରୟୋଗଶାଳା ହେବ ଓଡ଼ିଶା । ଆଜି ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ଜାତୀୟ କାଯ୍ୟ ର୍କାରିଣୀର ଅୟମାରମ୍ଭ ପୂର୍ବରୁ ସାମ୍ବାଦିକ ମାନଙ୍କୁ ସ୍ୱାଗତ କରି ଏହା କହିଛନ୍ତି ଶ୍ରୀ ପ୍ରଧାନ । ଓଡ଼ିଶାରେ ଅଧିକାଂଶ ଲୋକ କୃଷିକ୍ଷେତ୍ରରେ ନିୟୋଜିତ । ଖଣିଜ ସଂପଦରେ ଭରପୂର ଓଡ଼ିିଶାରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ହୋଇପାରିବ । ୟୁପିଏର ୪ ରେଳ ବଜେଟ୍କୁ ଯଦି ଆକଳନ କରାଯାଏ, ତେବେ ଗୋଟିଏ ବଜେଟ୍ର ସର୍ବାଧିକ ୧ ହଜାର କୋଟି ଟଙ୍କା ମଂଜୁର ହୋଇଥିବାବେଳେ ମାତ୍ର ୩ ବର୍ଷର ଶାସନକାଳରେ ୫୨୦୦ କୋଟି ଟଙ୍କା ବଜେଟ୍ ଅନୁମୋଦିତ କରିଛନ୍ତି ମୋଦିଜୀ । ଏଥିରୁ ଓଡ଼ିଶା ପ୍ରତି ମାନନୀୟ ପ୍ରଧାନମନ୍ତ୍ରୀଙ୍କର କିଭଳି ଦାୟିତ୍ୱ ଓ ଗୁରୁତ୍ୱ ରହିଛି ତାହା ସ୍ପଷ୍ଟ ହେଉଛି । ସେହିିପରି ଚତୁର୍ଦ୍ଧଶ ଅର୍ଥ କମିଶନରେ ସର୍ବାଧିକ ଲାଭବାନ ହୋଇଛି ଓଡ଼ିଶା ବୋଲି ଦୃଢ଼ଭାବେ ଦାବି କରିଛନ୍ତି ଶ୍ରୀ ପ୍ରଧାନ । କେନ୍ଦ୍ରରୁ ୩୦୦୦ କୋଟି ଟଙ୍କାର ଗ୍ରାମାଂଚଳ ବଜେଟ୍ ଓଡ଼ିଶା ପାଇଁ ମଂଜୁର ହୋଇଛି । ମାନନୀୟ ଅଟଳ ବିହାରି ବାଜପେୟୀଙ୍କ ସମୟରେ ୧୬୦୦ କିମି ଜାତୀୟ ରାଜପଥ ନିର୍ମାଣ କରାଯାଇଥିବା ବେଳେ ମୋଦିଜୀ ଓଡ଼ିଶାରେ ୪୮୦୦ କି.ମି ଦୂରତାର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କରିବାର ନିଷ୍ପତି ନେଇଛନ୍ତି । ଖଣିଜ ସମ୍ପଦ ଅଂଚଳରୁ ପାରାଦ୍ୱୀପ ବନ୍ଦର ପର୍ଯ୍ୟନ୍ତ ଥିବା ରାଜ୍ୟ ରାଜପଥ ପରି ଦୀଘାରୁ-ଗୋପାଳପୁର ପର୍ଯ୍ୟନ୍ତ ୪୫୦ କି.ମିର ଉପକୂଳ ଅଂଚଳରେ ଜାତୀୟ ରାଜପଥର ସଂଯୋଗୀକରଣ କରି ଓଡ଼ିଶାକୁ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରୁ ଅଧିକ ଲାଭବାନ କରିବାକୁ ଯୋଜନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ୨୦୧୪ ମସିହା ସୁଦ୍ଧା ଦେଶରେ ୨୨ରୁ ୨୩ ଲକ୍ଷ ଗ୍ରାହକଙ୍କୁ ଏଲ୍ପିଜି ଗ୍ୟାସ ସଂଯୋଗ ଥିବାବେଳେ ମାତ୍ର ୩ ବର୍ଷ ମଧ୍ୟରେ ଏହି ସଂଖ୍ୟା ୪୩ ଲକ୍ଷରେ ପହଂଚିଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।
୨୦୧୪ ନିର୍ବାଚନ ଠାରୁ ୨୦୧୭ରେ ମୋଦିଜୀଙ୍କ ନେତୃତ୍ୱକୁ ଦେଶରେ ଆଶାତୀତ ଜନାଦେଶ ମିଳିଛି । ଏହିକ୍ରମରେ ଓଡ଼ିଶାରେ ହୋଇଥିବା ପଂଚାୟତ ନିର୍ବାଚନରେ ମଧ୍ୟ ଆଶାତୀତ ସଫଳତା ମିଳିଛି । ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଆହୁରି ଅଧିକ ଜନାଦେଶ ମିଳିବା ଆଶା ଉଜ୍ୱଳ ହୋଇଛି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା ଭାବେ ଓଡ଼ିଶାକୁ ମନୋନୀତ କରାଯାଇଛି । ତଦନୁସାରେ ଦଳର ଦୁଇଟି ନୀତି ସ୍ଥିରୀକୃତ ହୋଇଛି । ପ୍ରଥମତଃ ସରକାରଙ୍କ ମାଧ୍ୟମରେ ଜନ ଆଶାକୁ ପୂରଣ କରିବା ଏବଂ ଦ୍ୱିତୀୟତଃ ଏହାକୁ ପୂରଣ କରିବା ପାଇଁ ଭାରତୀୟ ଜନତା ପାର୍ଟିର ସଂଗଠନ ଶକ୍ତିକୁ ବୃଦ୍ଧି କରିବା । ଓଡ଼ିଶାରେ ଏବେ ଶାସକ ଦଳ ଉପରେ ଯଥେଷ୍ଟ ଜନ ଆକ୍ରୋଶ ଦେଖାଦେଇଛି । ସେହିପରି ଓଡିଶାରେ ମୋଦିଜୀଙ୍କ ଗ୍ରହଣୀୟତା ବଢ଼ିଛି ବୋଲି ଶ୍ରୀ ପ୍ରଧାନ ସମ୍ବାଦିକମାନଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି ।
ଦୀର୍ଘ ୨୦ ବର୍ଷ ପରେ ଓଡିଶାରେ ଅନୁÂିତ ହେବାକୁ ଥିବା ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରିସରକୁ ମହାନ ସନ୍ଥ କବି ଭୀମ ଭୋଇଙ୍କ ନାମରେ ନାମିତ କରାଯାଇଅଛି । ଏଥିସହିତ ଭାରତୀୟ ଜନତା ପାର୍ଟିର ପ୍ରଦେଶ ନେତୃମଣ୍ଡଳୀ ଏବଂ କାର୍ଯ୍ୟକର୍ତାମାନଙ୍କୁ
(ପୃÂା: ୧/୨)

ଜାତୀୟ କାର୍ଯ୍ୟକାରିଣୀକୁ ସୁଚାରୁରୂପେ ସଂପାଦନ କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଭୁବନେଶ୍ୱରରେ ଥିବା ପ୍ରାଚୀନ ଐତିହାସିକ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ୱରରେ ଉକ୍ରଳ ପ୍ରଦେଶ ଐତିହ୍ୟ, ପରମ୍ପରା ଏବଂ ଏହାର ସଂସ୍କୃତି ପାଇଁ ଦେଶ ତଥା ବିଶ୍ୱରେ ଗରିମାମୟ । ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ, ଏଠାରେ ରହିଛି ଅବିସ୍ମରଣୀୟ କାରୁକାର୍ଯ୍ୟମୟ ଐତିହ୍ୟ କୋଣାର୍କ, ପୁଣି ଆଜି ଆମେ ଯେଉଁ ମାଟିରେ ବସିଛୁ, ତାହା ହେଉଛି ମହାଦେବ ଶ୍ରୀଲିଙ୍ଗରାଜଙ୍କ ଧାମ ଓ ଆସ୍ଥାନ । ଆଜିଠାରୁ ଓଡ଼ିଶାରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ୩ ଦିନ ଧରି ଚାଲିବ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆଜି ଦିନରୁ ତମାମ ବର୍ଷ ପାଇଁ ଯେଉଁ କାର୍ଯ୍ୟକ୍ରମ ସାରା ଦେଶରେ ଚାଲିବ, ଏହି କାର୍ଯ୍ୟକ୍ରମକୁ ଦେଶବାସୀଙ୍କ ସମ୍ମୁଖରେ ରଖିବାକୁ ଏବଂ ପର୍ଯ୍ୟାୟକ୍ରମେ ଏସବୁ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଂଚାଇବାକୁ ରାଷ୍ଟ୍ରୀୟ ନେତୃବୃନ୍ଦ ଓ ପଦାଧିକାରୀ ବେଶ୍ ଉତ୍ସାହିତ ଅଛନ୍ତି । କାର୍ଯ୍ୟକାରିଣୀ ଅବସରରେ ଉପସ୍ଥିତ ସାରା ଦେଶର ଗଣମାଧ୍ୟମର ପ୍ରତିନିଧି ବନ୍ଧୁ ଓ ଭଉଣୀମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପଣ୍ଡା । ଆଗାମୀଦିନରେ ସାମ୍ବାଦିକ ମାନଙ୍କ ମାଧ୍ୟମରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ‘ସବ୍କା ସାଥ୍ ସବ୍କା ବିକାଶ’ କାର୍ଯ୍ୟକ୍ରମ ଫଳବତୀ ହେବ । ବିଶେଷକରି ଦେଶର ବିକାଶ ପାଇଁ ଓଡ଼ିଶାକୁ ପ୍ରୟୋଗଶାଳା ଭାବରେ ପରିଗଣିତ କରିଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ବିଶେଷଭାବେ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପଣ୍ଡା ।
ଭୁବନେଶ୍ୱରରେ ଚଳିତମାସ ୧୫ ଓ ୧୬ ତାରିଖ, ଦୁଇ ଦିନ ଧରି ଅନୁÂିତ ହେବାକୁଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଅବ୍ୟବହିତ ପୂର୍ବରୁ ସାରା ଦେଶରୁ ଗଣମାଧ୍ୟମର ପ୍ରତିନିଧିମାନେ ଆସି ଭୁବନେଶ୍ୱରରେ ପଂହଚି ଯାଇଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁÂିତ ହୋଇଯାଇଛି । ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରିବା ସହ ବିଜେପିର ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସମ୍ମିଳନୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମ୍ପର୍କରେ ସୂଚନା ଦେବାକୁ ଆସିଥିବା ପ୍ରଦେଶ ସଭାପତି ଶ୍ରୀ ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ବିଜେପି ରାଷ୍ଟ୍ରୀୟ ମୁଖ୍ୟ ମିଡିଆ ପ୍ରଭାରୀ ଓ ପ୍ରବକ୍ତା ଅନୀଲ ବଲୁନୀ ଏବଂ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡଃ ବିଜୟ ସୋନକର ଶାସ୍ତ୍ରୀ ପ୍ରମୁଖଙ୍କ ପରିଚୟ ପ୍ରଦାନ କରିଥିଲେ ।

Share in top social networks!
Powered By Indic IME