ବିଜେଡି ଛାମୁଆ ସଂଗଠନରେ ବ୍ୟାପକ ପରିବର୍ତ୍ତନ; ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳ ପୁନର୍ଗଠିତ

ଆଜି ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ସହ ନୂଆ ପୀଢ଼ିର ଯୁବ ଓ ଛାତ୍ରଙ୍କୁ ଦଳରେ ସାମିଲ କରିବା ପାଇଁ ବିଜୁ ଯୁବ ଓ ଛାତ୍ର ସଂଗଠନରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି । ବିଜୁ ଯୁବ ଜନତା ଦଳକୁ ସଠିକ୍‍ ମାର୍ଗରେ ପରିଚାଳନା କରିବା ଉଦେ୍ଧଶ୍ୟରେ ଚାରିଜଣ ଯୁବ ବିଧାୟକ ସର୍ବଶ୍ରୀ ବ୍ୟୋମକେଶ ରାୟ, ପ୍ରଣବ କୁମାର ବଳବନ୍ତରାୟ, ଅନୁଭବ ପଟ୍ଟନାୟକ ଓ ମାନସ ମାଡକାମୀଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରିଥିବା ବେଳେ ରାଜ୍ୟ ସଭାପତି ଭାବେ ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ଭାବେ ସଂଜୀତ ମହାନ୍ତି ଓ ମହାସଚିବ ଭାବେ ଶିଶିର ପରିଜାଙ୍କୁ ମନୋନୀତ କରିଛନ୍ତି ।

ସେହିଭଳି ବିଜୁ ଛାତ୍ର ଜନତା ଦଳକୁ ସଠିକ୍‍ ମାର୍ଗରେ ପରିଚାଳନା କରିବା ପାଇଁ ଉପଦେଷ୍ଟା ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ଚିନ୍ମୟ ସାହୁଙ୍କୁ ମନୋନୀତ କରାଯାଇଥିବା ବେଳେ ରାଜ୍ୟ ସଭାପତି ଭାବେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ସଭାପତି ରାଣା ପ୍ରତାପ ପାତ୍ର, କାର୍ଯ୍ୟକାରୀ ସଭାପତି
ଭାବେ ଦେବୀ ରଞ୍ଜନ ତ୍ରିପାଠୀ, ମହାସଚିବ ଭାବେ ହରିଶଙ୍କର ରାଉତ, ଉପ-ସଭାପତି ଭାବେ ଧନଞ୍ଜୟ ରାଓ, ଅବିନାଶ ପଟେଲ, ରାଜେଶ ସ୍ୱାଇଁ, ଭେଲ୍‍ମନ୍‍ ନାୟାର, ଇପ୍‍ସିତ ସାହୁ, ସ୍ଥିତପ୍ରଜ୍ଞ ଦାସ, ସଂପାଦକ ଭାବେ ଅବଦୁଲ ହବିବ୍‍, ଗୌରୀପ୍ରଭା ଶତପଥୀ, ୱାଇ. ଶିବ କୁମାର, ପ୍ରିନ୍ସ ରାକେଶ ନାୟକ, ଯୁବଶ୍ରୀ ମହାନ୍ତି, ଶିଶିର
ଫିର୍‍ଦୋଷ, ମେଘା କାନୁନ୍‍ଗୋ, ସୁଶ୍ରୀ ଅଙ୍କିତା, ଦୀପକ ସାହୁ, ସାଂଗଠନିକ ସଂପାଦକ ଭାବେ ଅପର୍ଣ୍ଣା ଦାଶ, ଅମରଜିତ୍‍ ସିଂହ, ମନୋଜ ପଶ୍ଚିମ କବାଟ, ଅମରେନ୍ଦ୍ର ଧଳ, ରାଜୀବ ଲୋଚନ ଦାସ, ସନ୍ତୋଷ ମହାପାତ୍ର, ଜୋନ୍‍ ସଭାପତି ଯଥା ସମ୍ବଲପୁର ଜୋନ୍‍ ପାଇଁ ବୈକୁଣ୍ଠ ନାୟକ, ବ୍ରହ୍ମପୁର ଜୋନ୍‍ ପାଇଁ ପ୍ରଶାନ୍ତ ପଣ୍ଡା,
ବାଲେଶ୍ୱର ଜୋନ୍‍ ପାଇଁ ତାପସ ପାଣିଗ୍ରାହୀ, କଟକ ଜୋନ୍‍ ପାଇଁ ସ୍ମୃତିରଞ୍ଜନ ଦାସ ଓ ଭୁବନେଶ୍ୱର ଜୋନ୍‍ ପାଇଁ ଅଜିତ ବେହେରାଙ୍କୁ ମନୋନୀତ କରାଯାଇଛି ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ଓ ବିଜୁ ଯୁବ ଜନତା ଦଳ
ପୂର୍ବତନ ରାଜ୍ୟ ସଭାପତି ସଂଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତି ।