ପାଇକ ବିଦୋ୍ରହ ଥିଲା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ

ଦିଲ୍ଲୀରେ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ସମସ୍ତ ପ୍ରାମାଣିକ ତଥ୍ୟ ଉପସ୍ଥାପନା କରାଯିବ : ସଂସ୍କୃତି ସଚ୍ଚିବ
ଭୁବନେଶ୍ୱର : ଓଡିଶାର ପାଇକ ମାନଙ୍କର ବୀରତ୍ୱ ଭାରତ ଇତିହାସରେ ବିରଳ । ଇଂରେଜମାନଙ୍କ ବିରୋଧରେ ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଥିଲା । ୧୮୦୪ ରୁ ୧୮୨୭ ମଧ୍ୟରେ ଘଟିଥିବା ଏହି ବିଦ୍ରୋହ ଭାରତବର୍ଷରେ ପ୍ରଥମ ସ୍ୱାଧୀନତା ଆନେ୍ଦାଳନ ଭାବେ ଖୋର୍ଦ୍ଧାଗଡ ଠାରେ ପାଇକ ବିଦ୍ରୋହ ନାମରେ ମୁଣ୍ଡ ଟେକିଥିଲା ।ଏହି ବିଦ୍ରୋହରେ ପାଇକ ସଂଗ୍ରାମୀମାନେ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରି ଅନେକ ନିର୍ଯ୍ୟାତନା ପାଇବା ସହିତ କେତେକ ମୃତୁ୍ୟ ଦଣ୍ଡ ପାଇଥିବା ବିଷୟ ଇତିହାସରେ ବର୍ଣ୍ଣନା କରାଯାଇଛି । ହେଲେ ଇତିହାସକୁ ଠିକ୍ ଭାବେ ଲେଖିବାରେ ଆମେ ବିଫଳ ହେବାରୁ ଆଜି ପାଇକ ବିଦ୍ରୋହ ସମସ୍ତଙ୍କ ଅଜ୍ଞାତରେ ରହିଯାଇଛି । କାରଣ ଯାହା ବିହୋଇଥାଉ ନା କାହିଁକି ଭାରତ ଶାସନ କରୁଥିବା ବ୍ରିଟିଶ୍ ମାନଙ୍କୁ ହଟାଇବା ପାଇଁ ଅଭିପ୍ରେତ ଏହି ବ୍ରିଟିଶ୍ ବିରୋଧୀ ସଂଗ୍ରାମର ପଟାନ୍ତର ନାହିଁ । ଏହି ବିଦ୍ରୋହଟି ଭାରତର ଅନ୍ୟ ରାଜ୍ୟ ଅପେକ୍ଷା ସବୁଠାରୁ ଅଧିକ ସମୟ ଧରି ଚାଲିଥିଲା । ଏହି ବିଦ୍ରୋହରେ ପାଇକ ମାନଙ୍କ ସହିତ ଅନେକ ରାଜା, ମହାରାଜା, ଜମିଦାର, ସାଧାରଣ ବ୍ୟକ୍ତି, ଜଙ୍ଗଲରେ ରହୁଥିବା ଆଦିବାସୀ ମାନେ ମଧ୍ୟ ସାମିଲ୍ ହୋଇଥିଲେ । ଏଣୁ ଏହି ବିଦ୍ରୋହକୁ ଅନେକ ଐତିହାସିକ ଓଡିଶାର ଗଣ ବିପ୍ଳବ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି । ସ୍ୱାଧୀନତା ନିମନ୍ତେ ଭାରତର ଶତ୍ରୁ ବ୍ରିଟିଶ ଶାସକ ମାନଙ୍କୁ ବିରୋଧ କରିବା ହିଁ ଥିଲା ଏହି ଦୀର୍ଘତମ ସଂଗ୍ରାମର ମୁଖ୍ୟ ଉଦେ୍ଧଶ୍ୟ । ସେହି ଦୃଷ୍ଟିରୁ ଓଡିଶାର ପାଇକ ବିଦ୍ରୋହ ଭାରତର ସ୍ୱାଧୀନତା ଆନେ୍ଦାଳନର ପ୍ରଥମ ବିଦ୍ରୋହ ଭାବରେ ସ୍ୱୀକୃତ ହେବା ବା‚ନୀୟ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତୀ ଏବଂ ଓଡିଆ ନବବର୍ଷ ପାଳନ ଉପଲକ୍ଷେ ସୋମବାର ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ଅଲୋଚନା ଚକ୍ରରେ ଯୋଗଦେଇଥିବା ଐତିହାସିକ, ଗବେଷକ, ସହିତି୍ୟକ, ଶିକ୍ଷାବିତ୍, ସମାଜସେବୀ, ବୁଦ୍ଧିଜୀବି ଆଦି ବହୁ ବିଶିଷ୍ଟ ଅତିଥିମାନେ ଏହା କହିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗୀୟ ମୁଖ୍ୟ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ଆଲୋଚନା ଚକ୍ରରେ ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଫେସର ନାରାୟଣ ରାଓ, ବିଶିଷ୍ଟ ଐତିହାସିକ ପ୍ରଫେସର ଅଶୋକ ପଟ୍ଟନାୟକ, ପ୍ରଫେସର ଅତୁଲ୍ୟ ଚନ୍ଦ୍ର ପ୍ରଧାନ, ଡକ୍ଟର ପ୍ରସନ୍ନ କୁମାର ଜେନା, ଡକ୍ଟର ରାଜକିଶୋର ମିଶ୍ର, ଡକ୍ଟର ଅଭିରାମ ବିଶ୍ୱାଳ, ଡକ୍ଟର ଲଲାଟେନ୍ଦୁ ମହାପାତ୍ର, ଜୟୀ ରାଜଗୁରୁ ସ୍ମୃତି ପରିଷଦର ସଂପାଦକ ଜଟାଧାରୀ ମିଶ୍ର, ସ୍ତମ୍ଭାକାର ଅସିତ କୁମାର ମହାନ୍ତି, ଗବେଷକ ଡକ୍ଟର ଗୌରାଙ୍ଗ ଚନ୍ଦ୍ର ଦାଶ, ଡକ୍ଟର ବନୋଜ ତ୍ରିପାଠୀ, ଖୋରଧା ଜୟୀ ରାଜଗୁରୁ ସ୍ମୃତି ସଂସଦର ଅଧ୍ୟକ୍ଷ ଡକ୍ଟର ଧୀରେନ୍ଦ୍ର ନନ୍ଦ, ଡକ୍ଟର ବୃନ୍ଦାବନ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ସପକ୍ଷରେ ବଳିÂ ଯୁକ୍ତି ଉପସ୍ଥାପନ କରିଥିଲେ । ଏହି ଅବସରରେ ସଂସ୍କୃତି ବିଭାଗ ଶାସନ ସଚ୍ଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ପରବର୍ତୀ ସମୟରେ ଦିଲ୍ଲୀରେ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଆୟୋଜନ କରାଯିବା ସହିତ ସେଠାରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ପାଇଁ ସମସ୍ତ ପ୍ରାମାଣିକ ତଥ୍ୟ ଉପସ୍ଥାପନା କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଭିଲେଖାଗାର ଅଧୀକ୍ଷିକା ଡକ୍ଟର ଭାଗ୍ୟଲିପି ମଲ୍ଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Share in top social networks!