ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ଆସୁଥିବା ସମସ୍ତ ରାଷ୍ଟ୍ରୀୟ ନେତୃତ୍ୱଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବାକୁ ଓଡ଼ିଶାବାସୀଙ୍କ ପାଇଁ ଗଡ଼ିଲା ‘ପ୍ରଚାର ଓ ନିମନ୍ତ୍ରଣ ରଥ’

bjprallyflag
ପ୍ରଧାନମନ୍ତ୍ରୀ ଭାବେ ମାନନୀୟ ନରେନ୍ଦ୍ର ମୋଦି ଦାୟିତ୍ୱ ନେବାଠାରୁ ଦେଶର ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଗ୍ରାମାଂଚଳର ଗରିବ, କିଷାନ ଓ ମଜଦୁରଙ୍କ ବିକାଶ ପାଇଁ ସର୍ବଦା ଧ୍ୟାନ ଦେଇ ଆସୁଛନ୍ତି । ଏ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ମାନ ଓ ରୋଜଗାରରୁ କେହି ଯେମିତି ବଂଚିତ ହେବେ ନାହିଁ, ସେଥିପାଇଁ ପ୍ରଚଣ୍ଡ ପ୍ରୟାସ ଜାରି ରଖିଛନ୍ତି ମୋଦିଜୀ । ଶ୍ରୀଜଗନ୍ନାଥଙ୍କ ନବକଳେବର ପାଇଁ ୫୦ କୋଟି ଟଙ୍କା ସ୍ୱତନ୍ତ୍ର ବ୍ୟବସ୍ଥା, ରାଜ୍ୟର ୫ଟି ମେଡିକାଲ କଲେଜ ପାଇଁ ୬୦% ଅନୁଦାନ, ସମ୍ଭଲପୁରରେ ଆଇଆଇଏମ୍ର ଏବଂ ବ୍ରହ୍ମପୁରରେ ଆଇଜର୍ ପ୍ରତିÂା, ବୃହତ୍ ରେଳ ବଜେଟ୍, ଚତୁର୍ଦ୍ଧଶ ଅର୍ଥ କମିଶନ ଲାଗୁ, ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକ ରାସନ ପାଇବାରେ ହକ୍ଦାରୀ; ଏସବୁ ପାଇଁ ଓଡ଼ିଶା ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ମାନନୀୟ ମୋଦିଜୀଙ୍କୁ ଅଭିନନ୍ଦନ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି ।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ପ୍ରଚାର ଓ ନିମନ୍ତ୍ରଣ ଅଭିଯାନରେ ବାହାରିଥିବା ରଥକୁ ବିଜେପିର ପଦ୍ମ ପତାକା ମାଧ୍ୟମରେ ସ୍ୱାଗତମ୍ ଜଣାଇଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଏହି ରଥରେ “ନରେନ୍ଦ୍ର ମୋଦି-ସ୍ୱାଗତମ୍ । ଗରିବଙ୍କ କଲ୍ୟାଣ ପାଇଁ ମୋଦି କରିଛନ୍ତି ଓଡ଼ିଶାକୁ ପ୍ରୟୋଗଶାଳା । ଇତିହାସର ଅତଳ ଗର୍ଭରୁ କାଢ଼ି ପାଇକ ବିଦ୍ରୋହକୁ ମିଳିଲା ସମ୍ମାନ । ଓଡ଼ିଶା ମାଟିରୁ ବ୍ରିଟିଶ୍ ବିରୋଧରେ ଭାରତର ପ୍ରଥମ ସଂଗଠିତ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆଙ୍କ ବୀରତ୍ୱକୁ ମିଳିଛି ରାଷ୍ଟ୍ରୀୟ ସ୍ୱୀକୃତି । ଲକ୍ଷ୍ୟ ଅନ୍ତେ୍ୟାଦ୍ୱୟ, ପଣ ଅନ୍ତେ୍ୟାଦ୍ୱୟ, ପଥ ଅନ୍ତେ୍ୟାଦ୍ୱୟ…”ଆଦି ସ୍ଲୋଗାନ୍ ଉଲ୍ଲେଖ ଥିବାର ଦେଖିବାକୁ ମିଳିଛି । ଏହି ରଥ ଭୁବନେଶ୍ୱର ଓ କଟକ ଦୁଇ ସହରରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୁଲିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
ଜାତୀୟ କାର୍ଯ୍ୟରିଣୀକୁ ଆସୁଥିବା ମାନନୀୟ ମୋଦିଜୀଙ୍କୁ ଭୁବନେଶ୍ୱର ଓ କଟକ ଉଭୟ ସହରରୁ ବିପୁଳ ଜନ ସମର୍ଥନ ମିଳୁ । ଜ୍ୟେÂ, ଶ୍ରେÂ ବରିÂ, ଗଣ୍ୟ, ମାନ୍ୟ ବରେଣ୍ୟ; ସମସ୍ତେ ଆସି ସମବେତ ହୋଇ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାନ୍ତୁ । ଲୋକଙ୍କୁ ନିମନ୍ତ୍ରଣ କରିବା ପାଇଁ ଆଜି ପ୍ରଚାର ଓ ପ୍ରସାର ନିମନ୍ତେ ରଥ ପରିଭ୍ରମଣ କରିବ । ୨୦୨୨ ସୁଦ୍ଧା କୃଷକର ଲାଭ ଯେମିତି ଦ୍ୱିଗୁଣିତ ହେବ, ସେଥିପାଇଁ ମୋଦିଜୀ ବିଭିନ୍ନ ଯୋଜନା କରୁଛନ୍ତି । ନିମ୍ କୋଟିଂ ୟୁରିୟା ମାଧ୍ୟମରେ ହେଉ କି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସିଚାଇ ଯୋଜନା ଅଥବା ପାଳ ବା ନଡ଼ାରୁ ବରଗଡ଼ରେ ୧୦୦୦ କୋଟି ଟଙ୍କା ବ୍ୟୟରେ ବରଗଡ଼ରେ ଟୁ ଜି ଇଥନେଲ କାରଖାନା ଏବଂ ତାଳଚେରରେ ସାର କାରଖାନା ପ୍ରତିÂା; ସବୁଥିରେ ପ୍ରଧାନମନ୍ତ୍ରୀ ମୋଦିଜୀ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ।
ମୋଦିଜୀଙ୍କ ପରି ଗରିବ କଲ୍ୟାଣକାରୀ ନେତୃତ୍ୱ ତଥା ଦେଶର ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସର୍ବାଧିକ ୨ ଦିନ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଭାଇ ଶାହା ରାଜ୍ୟରେ ୩ ଦିନ ଧରି ରହୁଥିବାରୁ ଶ୍ରୀ ଶାହାଙ୍କୁ ଏପ୍ରିଲ ୧୪ରେ ଏବଂ ନରେନ୍ଦ୍ର ଭାଇ ମୋଦିଙ୍କୁ ୧୫ ତାରିଖରେ ଓଡ଼ିଶାର ପାରମ୍ପରିକ ଲୋକକଳା ପରିବେଷଣ ମାଧ୍ୟମରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏହି ପ୍ରଚାର ରଥ ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ବିଜେପିର ଉପସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!