ଅକୁଣ୍ଠଚିତ୍ତରେ ଲୋକଙ୍କ ସେବା କର କଟକ ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଜିଲ୍ଲାୱାରୀ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକଙ୍କ ସିଧାସଳଖ ଆଲୋଚନାର ଆଜି ଥିଲା ପଞ୍ଚମ ଦିବସ । ଏହି ଅବସରରେ କଟକ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନେ ବିଜୁ
ଜନତା ଦଳ କାର୍ଯ୍ୟାଳୟକୁ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସମୁଦାୟ
୪୬ଟି ଜିଲ୍ଲା ପରିଷଦ ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ୩୮ଟିରେ, ୧୪ଟି ବ୍ଲକ ମଧ୍ୟରୁ ୧୨ଟିରେ ଅଧ୍ୟକ୍ଷ ଓ ୧୩ ବ୍ଲକରେ ଉପାଧ୍ୟକ୍ଷ ବିଜୁ
ଜନତା ଦଳର ସମର୍ଥôତ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ବିଜୟୀଲାଭ କରିଥିବାରୁ ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ । ବିଶେଷକରି
ମହାଙ୍ଗା ବ୍ଳକ ଜିଲ୍ଲା ପରିଷଦ ସଭ୍ୟା ଅନ୍ନପୂର୍ଣ୍ଣା ବେହେରା ସର୍ବାଧିକ ୧୧,୫୦୦ ଭୋଟ୍‍, ବାରଙ୍ଗ ବ୍ଲକର କୁନେଇପଡ଼ା ସରପଞ୍ଚ ପ୍ରିୟଙ୍କା
ରାଉତ ୧୮୦୦ ଭୋଟ୍‍ ଓ ତିଗିରିଆ ବ୍ଲକର ସମିତି ସଭ୍ୟା ରୁପା ଦଳାଇ ୨୪୦୦ ଭୋଟ ବ୍ୟବଧାନରେ ବିଜୟୀ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ
ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ସମୀକ୍ଷା ବୈଠକରେ ପଞ୍ଚାୟତ ପ୍ରତିନିଧିଙ୍କ ମୁଖ୍ୟତଃ ଅଭିଯୋଗ ଥିଲା ବଡମ୍ବାସ୍ଥିତ ଚିନିକଳକୁ
ପୁନର୍ବାର ଖୋଲିବା, ଗୋପୀନାଥପୁର-ବୈଦେଶ୍ୱର ସେତୁର ତ୍ୱରିତ୍‍ କାର୍ଯ୍ୟ, ନରସିଂହପୁର ଅଞ୍ଚଳରେ ବ୍ୟାପୁଥିବା କିଡ୍‍ନୀ ରୋଗର ସମାଧାନ,
ଗୋବିନ୍ଦପୁର-ଶଙ୍ଖାରୀ ମଧ୍ୟରେ ବିଜୁସେତୁକୁ ନେଇ ।
ବଡମ୍ବା ବ୍ଲକ ଅଧ୍ୟକ୍ଷା ଅନୁସୟା ନାୟକ ତାଙ୍କ ଅଞ୍ଚଳରେ ଥିବା ଚିନିକଳର ପୁନରୁତ୍ଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ନରସିଂହପୁର ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର କହିଥିଲେ ଯେ ତାଙ୍କ ଅଞ୍ଚଳରେ ଭୂତଳ ଜଳ ଯୋଗୁ କିଡ୍‍ନୀ ରୋଗୀଙ୍କ ସଂଖ୍ୟା ବଢ଼ୁଛି ଏବଂ
୨୨ଟି ଗାଁ ବନ୍ୟଜନ୍ତୁ ସଂରକ୍ଷିତ କ୍ଷେତ୍ର ମଧ୍ୟରେ ରହିଥିବାରୁ ସେମାନଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେଉଛି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ
ହସ୍ତକ୍ଷେପ ଲୋଡ଼ି ଏହାର ସମାଧାନ ନିମନ୍ତେ ପ୍ରାର୍ଥନା କରିଥିଲେ । ନିଆଳି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଣି ଗୋବିନ୍ଦପୁର-ଶଙ୍ଖାରୀ ଓ ପହଙ୍ଗା-୪୨
ମୌଜା ମଧ୍ୟରେ ବିଜୁସେତୁ ପାଇଁ ନିବେଦନ କରିଥିଲେ । ସେହିପରି ସାଲେପୁର ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା ସ୍ଥାନୀୟ କଂଗ୍ରେସର
ବିଧାୟକ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ବାଟମାରଣା କରୁଥିବା ଅଭିଯୋଗ କରିଥିଲେ ।
ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚôବ ତାହାକୁ ସୁନିଶ୍ଚିତ
କରିବା ପଞ୍ଚାୟତ ପ୍ରତିନିଧିମାନଙ୍କର ମୂଳ ଦାୟିତ୍ୱ ହିସାବରେ ମୁଖ୍ୟମନ୍ତ୍ରୀ ଏହା ଶୁଣିବା ପରେ ସେଗୁଡିକୁ ଖୁବ୍‍ଶୀଘ୍ର ସମାଧାନ କରାଯିବ ବୋଲି
ପ୍ରତିନିଧିମାନଙ୍କୁ ବିଶ୍ୱାସ ଓ ଆଶ୍ୱାସନା ଦେଇଥିଲେ । ଜନସାଧାରଣଙ୍କ ସେବା କରିବାରେ ଜନପ୍ରତିନିଧିମାନେ କୌଣସି କୁଣ୍ଠାବୋଧ ପ୍ରକାଶ
ନକରନ୍ତି ଅକୁଣ୍ଠଚିତ୍ତରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୀକ୍ଷା ବୈଠକ ୬ମାସ ପରେ ଅନୁÂିତ ହେବ ଏବଂ ସେଥିରେ ଏ
ଭିତରେ ଦଳ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁÂାନର ସମୀକ୍ଷା କରାଯିବ ବୋଲି ସଭାପତି କହିଥିଲେ ।
ବୈଠକରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧି ଓ ଜିଲ୍ଲାର ଜନସାଧାରଣଙ୍କୁ
ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଖୋଲାଖୋଲି ଆଲୋଚନା ପାଇଁ ଆସିଥିବା ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ କରିବା ସହିତ ଆଗାମୀ
ସମୟରେ ନିଜ ଅଞ୍ଚଳର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆନ୍ତରିକ ଉଦ୍ୟମ କରିବା ସହିତ ସରକାରଙ୍କ ବିଭିନ୍ନ
କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚôବ ସେଥିନିମନ୍ତେ ଯନôବାନ ହେବା ପାଇଁ ସେ ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ ।
ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମୀକ୍ଷା ବେଳେ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳର
ଜନପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସମସ୍ୟାଗୁଡ଼ିକ ସଂପର୍କରେ ଆଗାମୀ ଦିନରେ ପଦେକ୍ଷପ ନିଆଯିବ ବୋଲି
କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ଉଷା ଦେବୀ, ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସାଂସଦ ଅନୁଭବ ମହାନ୍ତି, ବିଧାୟକ ପ୍ରଭାତ
ବିଶ୍ୱାଳ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ରସାରଥୀ ବେହେରା, ପ୍ରମୋଦ ମଲ୍ଲିକ, ପ୍ରତାପ ଜେନା, ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!