ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ବିଜେପିର ଜୋର୍ଦାର ପ୍ରସ୍ତୁତି; ପ୍ରଚାର ପାଇଁ ଉନ୍ମୋଚନ ହେଲା ହୋଡ଼ିଂ ଏବଂ ସ୍ୱାଗତ ସଙ୍ଗୀତ

POSTER
ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଜୋର୍ଦାର ପ୍ରସ୍ତୁତି । ପ୍ରଚାର ପାଇଁ ଉନ୍ମୋଚନ ହେଲା ହୋଡିଂ ଏବଂ ସ୍ୱାଗତ ସଙ୍ଗୀତ । ଗରୀବଙ୍କ କଲ୍ୟାଣ ପାଇଁ ମୋଦିଜୀ ଓଡ଼ିଶାକୁ ‘ପ୍ରୟୋଗଶାଳା’ କରିଛନ୍ତି ବୋଲି ରାଜ୍ୟ ବିଜେପିର ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ରାଜ୍ୟକୁ ମୋଦି ସରକାର ଦେଉଥିବା ଭରପୂର ସହାୟତା ସମ୍ପର୍କୀତ ଚିତ୍ର ହୋଡିଂରେ ସ୍ଥାନିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ୍ ଶାହା, ବରିÂ ନେତା ଲାଲକୃଷ୍ଣ ଆଡଭାନୀ, ବିଜେପି ଶାସିତ ୧୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୩ ଜଣ ଉପମୁଖ୍ୟମନ୍ତ୍ରୀ, ୪୦ ଜଣ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଓଡ଼ିଶା ଆସୁଥିବାରୁ ସେମାନଙ୍କୁ ଅଭୂତପୂର୍ବ ସମ୍ବର୍ଦ୍ଧନା ଦିଆଯିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ମାନନୀୟ ପ୍ରଧାନମନ୍ତ୍ରୀ ଏ ବର୍ଷକୁ ‘ଗରୀବ କଲ୍ୟାଣ ବର୍ଷ’ ଭାବେ ଘୋଷଣା କରିଛନ୍ତି । ଏହାର ଅଭିଯାନ ରହିଛି-“ଲକ୍ଷ୍ୟ ଅନ୍ତଦ୍ୱୟ, ପଣ ଅନ୍ତଦ୍ୱୟ ଏବଂ ପଥ ଅନ୍ତଦ୍ୱୟ” ।
ଏହି ହୋଡିଂ ରାଜ୍ୟର ୯୯୯ଟି ସାଂଗଠନିକ ମଣ୍ଡଳ ଅନ୍ତର୍ଗତ ସମସ୍ତ ପଂଚାୟତ ଏବଂ ୱାଡର଼୍ରେ ଲଗାଯିବ ବୋଲି ସ୍ଥିର ହୋଇଛି । ମୋଦିଜୀଙ୍କୁ ସ୍ୱାଗତ କରିବା ପାଇଁ ସମଗ୍ର ରାଜ୍ୟରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ଏବଂ ମଣ୍ଡଳ ମୁଖ୍ୟାଳୟମାନଙ୍କୁ ଉତ୍ସବ ମୁଖରିତ କରାଯିବ । ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଆଧାରରେ ଅତିଥିମାନଙ୍କୁ ସ୍ୱାଗତ କରାଯିବ । ଆଜି ହୋଡିଂ ଓ ସ୍ୱାଗତ ସଙ୍ଗୀତ ଆଧାରିତ ସିଡି ଉନ୍ମୋଚନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିÂ ନେତା ପ୍ରତାପ ଷଡ଼ଙ୍ଗୀ, ପ୍ରଦେଶ ଉପସଭାପତି ରାଜକିଶୋର ଦାସ, ସମ୍ପାଦକ କାଳନ୍ଦୀ ସାମଲ, ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!