ବିଜେପିର ମିଶ୍ରଣ ପର୍ବ: ଚଳଚ୍ଚିତ୍ର ଅଭିନେତା, ଡାକ୍ତର ଏବଂ କଂଗ୍ରେସ, ବିଜେଡି ଓ ଆମ୍ ଆଦ୍ମୀର ଶତାଧିକ ବରିÂ ଓ ଛାତ୍ରନେତାଙ୍କ ଯୋଗଦାନ

ajit2

ଓଡ଼ିଶା ରାଜନୀତିରେ ବଦଳୁଛି ପାଣିପାଗ । ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ଆଦର୍ଶ ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ ଓଡ଼ିଶାବାସୀଙ୍କୁ ଆକୃଷ୍ଟ କରୁଛି । ପରିବର୍ତନର ସ୍ୱର ସହ ସ୍ୱର ମିଳାଉଛନ୍ତି ଶତାଧିକ ଜନତା । ବିରୋଧୀ ଦଳ ବ୍ୟତୀତ ଅଭିନେତା, ଡାକ୍ତର, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ସମାଜର ସବୁ ବର୍ଗର ଲୋକ ଏବେ ଭାରତୀୟ ଜନତା ପାର୍ଟିକୁ ଆପଣାଉଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ‘ମିଶ୍ରଣ ପର୍ବ’ରେ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା, ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ସମୀର ଦେ, ଉପସଭାପତି ଶ୍ରୀ ସମୀର ମହାନ୍ତି, ସମ୍ପାଦକ କାଳନ୍ଦୀ ସାମଲ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, କଟକ ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ଜିଲ୍ଳା ଉପସଭାପତି ରାଜେନ୍ଦ୍ର ସାମଲ ପ୍ରମୁଖଙ୍କ ଉପସ୍ଥିତିରେ ରାଜ୍ୟର ସୁପରିଚିତ କଳାକାର, ଡାକ୍ତର ଏବଂ କଂଗ୍ରେସ, ବିଜେଡି ଓ ଆମ୍ ଆଦ୍ମୀ ପାର୍ଟିର ବହୁ ବରିÂ ନେତା ଓ ଛାତ୍ରନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
ବିଶିଷ୍ଟ କଂଗ୍ରେସ ନେତା ତଥା ଛେଣ୍ଡିପଦା କଂଗ୍ରେସ ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା, ଓଡ଼ିଶାର ସୁନାମଧନ୍ୟ ଚଳଚ୍ଚିତ୍ର ତାରକା ଓ ନିଦେ୍ର୍ଧଶକ ଅଜିତ୍ ଦାସ, ଡାକ୍ତର ମୃଣ୍ମୟ ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ପୂର୍ବତନ ଛାତ୍ର କଂଗ୍ରେସର ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ସୁଧୀର କୁମାର ରାଉତ, ବିଶିଷ୍ଟ ସମାଜସେବୀ ତଥା ୨୦୧୩ର ‘ଓଟିଭି ସିଟିଜେନ୍ ଆୱାଡର଼୍’ ବିଜେତା ବିଭୂତି କୁମାର ରାୟ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
କଟକ ସହର ଆମ୍ ଆଦମୀ ପାର୍ଟିର ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ଶେକ୍ ଜାଫିରୁଦ୍ଧିନଙ୍କ ସମେତ ମହମ୍ମଦ ରିଜୁଇନ୍, ମହମ୍ମଦ ଇରଫାନ୍, ମହିଳା କର୍ମୀ ଇସ୍ରତୁନ୍ ଅଞ୍ଜୁମ୍, ଅମ୍ରିନ୍ ବେଗମ୍ ଏବଂ କଂଗ୍ରେସ ଦଳ ବର୍ଜନ କରି ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ଶେକ୍ ଆସଫାତ୍ ରସୁଲ ଓ ମହମ୍ମଦ ଦରୱାଜ୍ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି ।
ସେହିପରି ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରୁ ସଂଖ୍ୟାଲଘୁ ସଂପ୍ରଦାୟର ଅଜିମୁଦ୍ଧିନ ଖାନ୍, ମନିରୁଦ୍ଧିନ ଖାନ୍, ସେଖ ଗୁଫରାନ୍, ମସ୍କୁର ଖାଁ, ଆଲ୍ଲାରଦ୍ଧିନ୍ ଖାନ୍, ସିଦ୍ଧିକ୍ ଖାନ୍, ଏସ୍.ଏନ୍ ଅମିନ, ସେକ୍ ଜାକିର, ଅଖତର ଅଲ୍ଲୀ ଖାନ୍ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି । ବିଞ୍ଝାରପୁର ଅଂଚଳର ଜିତେନ୍ଦ୍ର କୁମାର ମହାଳିକ ଓ ବିଶ୍ୱଜିତ୍ ନାୟକ ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି ।
ସେହିପରି ଅନୁଗୁଳ ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନ, ପୂର୍ବତନ ସଭାପତି ଅଶୋକ ମହାନ୍ତିଙ୍କ ସମେତ ମୀନକେତନ ଅମାତ୍, ସଞ୍ଜୟ ନାୟକ, ପ୍ରତାପଚନ୍ଦ୍ର ପ୍ରଧାନ, ଦିଲୀପ୍ ପ୍ରଧାନ, ଦିଲେଶ୍ୱର ପ୍ରଧାନ, ଚୌଧୁରୀ ପ୍ରଧାନ ପ୍ରମୁଖ ଅନୁଗୁଳ ଜିଲ୍ଲା ପ୍ରଭାରୀ ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି ।

Share in top social networks!