HPCL ଦ୍ୱାରା ନିର୍ମିିତ ଅଧ୍ୟୟନ ଗୃହ ପରିସରକୁ ଉଦ୍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମିଶନ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ପଢୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ କଲ୍ୟାଣ ନିମନ୍ତେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼୍ (ଏଚ୍ପିସିଏଲ) ଦ୍ୱାରା ନିର୍ମିତ ଏକ ଅଧ୍ୟୟନ ଗୃହ ପରିସରକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦ୍ଘାଟନ କରିଛନ୍ତି । ଏକ ଅଗ୍ରଣୀ ରିଫାଇନିଂ ଏବଂ ମାର୍କେଟିଂ ପିଏସ୍ୟୁ ଭାବେ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ଅଧିନସ୍ଥ ଏଚ୍ପିସିଏଲ ନିଜ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଏହି ଅଧ୍ୟୟନ ଗୃହ, ଇନ୍ଡୋର ଗେମ୍ ନିମନ୍ତେ ଏକ ହଲ ଏବଂ କମନ୍ରୁମ ଆଦି ନିର୍ମାଣ କରିଛି ।
ଶ୍ରୀ ପ୍ରଧାନଙ୍କ ସମେତ ରାମକୃଷ୍ଣ ମିଶନର ସ୍ୱାମୀ ଆତ୍ମାପ୍ରଭାନନ୍ଦଜୀ,ଏଚପିସିଏଲ୍ର ମାନବ-ସମ୍ବଳ ନିଦେ୍ର୍ଧଶକ ଶ୍ରୀ ପୁଷ୍ପ ଜୋଶୀ ଏବଂ ଏଚ୍ପିସିଏଲ୍, ତୈଳ ନିଗମ ଏବଂ ରାମକୃଷ୍ଣ ମିଶନର ବରିÂ ଅଧିକାରୀମାନେ ଏହି ଶୁଭ ଉଦ୍ଘାଟନ ଅବସରରେ ଉପସ୍ଥିତ ଥିଲେ । ଏଚ୍ପିସିଏଲ୍ର ଏହି ସାମାଜିକ ଦାୟିତ୍ୱବୋଧ ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଂଶସା କରିବା ସହିତ ଏହା ଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ସମୂହ ବିକାଶ ହୋଇପାରିବ ବୋଲି କହିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ପ୍ରତିଭା ଲୁକ୍କାୟିତ ହୋଇ ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ମିଳିଲେ ସେମାନେ ବେଶ ଭଲ ପ୍ରଦର୍ଶନ କରିପାରିବେ ।
ଏଚ୍ପିସିଏଲ ନିଜ ବ୍ୟବସାୟ ସାଙ୍ଗକୁ ସମାଜର ବିକାଶ ଦିଗରେ ଦାୟିତ୍ୱବାନ ବୋଲି ମାନବ ସମ୍ବଳ ନିଦେ୍ର୍ଧଶକ ଶ୍ରୀ ଜୋଶୀ ନିଜ ବକ୍ତବ୍ୟରେ କହିଥିଲେ । ଏଚ୍ପିସିଏଲ୍ ସବୁ ସମୟରେ ଡ଼ିପିଇ ଗାଇଡ଼୍ଲାଇନ ଏବଂ କମ୍ପାନୀ ଆକ୍ଟ ଊଦ୍ଧ୍ୱର୍କୁ ଯାଇ ଶିଶୁମାନଙ୍କର ଯତ୍ନ, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଖେଳ ଏବଂ ପରିବେଶ ଓ ଗୋÂୀର ବିକାଶ ଭଳି ୬ଟି କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଏଚ୍ପିସିଏଲ୍ ଓଡ଼ିଶାକୁ ସବୁ ସମୟରେ ଅଗ୍ରାଧିକାର ଦେବା ସହିତ ଅନେକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛି । ଗ୍ରାମାଞ୍ଚଳରେ ମୋବାଇଲ ଭ୍ୟାନ ମାଧ୍ୟମରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଇଛି । ପାରାଦୀପରେ ଦୁଇଟି, ବାଲେଶ୍ୱରରେ ଗୋଟିଏ, ଅନଗୁଳରେ ଗୋଟିଏ, ଦେଓଗଡ଼ରେ ଗୋଟିଏ ଏବଂ କେନ୍ଦୁଝରରେ ଗୋଟିଏ ମୋବାଇଲ ଭ୍ୟାନ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରୀ ଦଳ, ମାଗଣା ଔଷଧ ଏବଂ ଡାଇଗ୍ନୋଷ୍ଟିକ୍ର ସୁବିଧା ସହିତ ପ୍ରାୟ ୧୧୨ ଟି ଗ୍ରାମକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ତୈଳ ସଂସ୍ଥା ଅନ୍ତର୍ଗତ ବିଭିନ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ସିପିଏସ୍ଇ) ସହ ମିଶି ଏଚ୍ପିସିଏଲ ଏକ ଦକ୍ଷତା ବିକାଶ ପ୍ରତିÂାନ ସ୍ଥାପନ କରିଛି, ଯେଉଁଠାରେ ଓଡ଼ିଶାର ଯୁବବର୍ଗ ଚାକିରୀ ପାଇବାର ସୁଯୋଗ ପାଇପାରିବେ । ବିଶେଷ କରି ଗ୍ରାମାଞ୍ଚଳରେ ଅଧାରୁ ବାଠ ଛାଡ଼ିଥିବା ଯୁବବର୍ଗଙ୍କ ପାଇଁ ଏଚ୍ପିସିଏଲ୍ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୋଗାଇ ଦେଉଛି । ପାରାଦୀପ ଓ ଗଞ୍ଜାମ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଏଚ୍ପିସିଏଲ୍ ମାଗଣା କମ୍ପୁ୍ୟଟର ଶିକ୍ଷା ଯୋଗାଇ ଦେଇଛି, ଯାହାଦ୍ୱାରା ସେମାନେ ଡିଜିଟାଲ ଇଣ୍ଡିଆର ବିଷୟବସ୍ତୁ ଉପରେ ଧାରଣା ପାଇପାରିବେ । ସ୍ୱଚ୍ଛ ବିଦ୍ୟାଳୟ ଅନ୍ତର୍ଗତ ଏଚ୍ପିସିଏଲ୍ ଖୋର୍ଦ୍ଧା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟରେ ୨୮୮ ଟି ବିଦ୍ୟାଳୟରେ ଶୌଚାଳୟ ନିର୍ମାଣ କରିଛି । ସ୍ୱଚ୍ଛ ଭାରତ ଅଭିଯାନରେ ଏଚ୍ପିସିଏଲ ସୁନ୍ଦରଗଡ଼ ଜିଲାରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଉଦ୍ୟମ କରିଛି । ଗ୍ରାମଞ୍ଚଳରେ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଯୋଗାଇବା ପରିପ୍ରେକ୍ଷୀରେ ଏଚ୍ପିସିଏଲ୍ ବିଦ୍ୟାଳୟ ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଇଛି । କେନ୍ଦୁଝର ଜିଲାରେ ରୋଜଗାରର ବିକଳ୍ପ ପନ୍ଥା ଭାବେ ମହିଳାମାନଙ୍କୁ ଟେଲରିଂ ପଶିକ୍ଷଣ ଯୋଗାଇ ଦିଆଯାଇ କରିଛି ।
ରାମକୃଷ୍ଣ ମିଶନ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟ ପରିସରରେ ଏଚ୍ପିସିଏଲ୍ ଅଧ୍ୟୟନ ଗୃହ, ଇଣ୍ଡୋର ଗେମ୍ ପାଇଁ ହଲ ଏବଂ କମନ ରୁମ ଆଦି ନିର୍ମାଣ କରିଛି ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ମାଗଣା ଶିକ୍ଷା ଲାଭ କରି ପାରିବେ । ବିଦ୍ୟାଳୟରେ ପିଲାମାନଙ୍କୁ ଅବସର ସମୟ ଏବଂ ଆଧ୍ୟାତ୍ମିକ ଚିନ୍ତାର ବିକାଶ ଭଳି ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯିବ । ଏଚ୍ପିସିଏଲ୍ ଏହାର ସାମଜିକ ଦାୟିତ୍ୱ ବୋଧ ଅଧିନରେ ବିଦ୍ୟାଳୟଗୁଡ଼ିକୁ ସୁବିଧା ଯୋଗାଇ ଦେବାର ଉଦ୍ୟମକୁ ରାମକୃଷ୍ଣ ମିଶନ ପକ୍ଷରୁ ଉଚ୍ଚପ୍ରଂଶସା କରାଯାଇଥିଲା ଏବଂ ସମାଜ କଲ୍ୟାଣ ଏବଂ ପିଲାମାନଙ୍କ ଭବିଷ୍ୟତ ପାଇଁ ଏହାର ପ୍ରଭାବ ଦୀର୍ଘଦିନ ରହିବ ଏବଂ ଭିତ୍ତପ୍ରସ୍ତର ଏବଂ ସୁବିଧାର ଅଭାବରେ ପିଲାମାନଙ୍କ ପ୍ରତିଭା ନଷ୍ଟ ହେବ ନାହିଁ । ଉପସ୍ଥିତ ଥିବା ଜନସାଧାରଣ ଏଚ୍ପିସିଏଲ୍ ଏବଂ ରାମକୃଷ୍ଣ ମିଶନକୁ ଗଭୀର କୃତଜ୍ଞତା ଜଣାଇବା ସହ ଉଚ୍ଚ ପ୍ରଂଶସା କରିଥିଲେ ।

Share in top social networks!