ଭଦ୍ରକରେ ଶାନ୍ତି ପ୍ରତିÂା ପାଇଁ ବିଜେଡିର କ୍ୟାଣ୍ଡେଲ୍‍ ଶୋଭାଯାତ୍ରା

ଭଦ୍ରକ ସହରରେ ଭାଇଚାରା ବଜାୟ ରଖିବା ତଥା ଶାନ୍ତି ପ୍ରତିÂା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଆଜି ବହୁ ବରିÂ କର୍ମକର୍ତ୍ତା, ବିଧାୟକ, ସାଂସଦ, କର୍ମୀ ଓ ସମର୍ଥକ କ୍ୟାଣ୍ଡେଲ୍‍ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ୍‍ରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାରେ ୫୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଓ ସମାଜର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ସାରା ବିଶ୍ୱ ଯେତେବେଳେ ଆତଙ୍କବାଦ ବିରୋଧରେ ସ୍ୱର ଉତ୍ତୋଳନ କରୁଛି, ସେତେବେଳେ ଶାନ୍ତିପ୍ରିୟ ଓଡ଼ିଶାରେ
ଅଶାନ୍ତି ସୃଷ୍ଟି କରିବା ପାଇଁ କିଛି ଅସାମାଜିକ ତତ୍ତ୍ୱଙ୍କ ଷଡ଼ଯନ୍ତ୍ରରେ ଭାଇଚାରାର ସହର ଭଦ୍ରକରେ କିଛିଦିନ ହେବ ଘଟିଆସିଥିବା ଅଶାନ୍ତ ବାତାବରଣ ସାରା ଓଡ଼ିଶାକୁ ବ୍ୟଥିତ କରିଛି । ଉଭୟ ସଂପ୍ରଦାୟ ଭିତରେ ଯେଉଁ ଭାଇଚାରା ପ୍ରଚଳିତ ହୋଇଆସୁଥିଲା ପୁନରାୟ ସେହି ଭାଇଚାରା ବଳବତ୍ତ ରହୁ ଏବଂ ଶୀଘ୍ର ଶାନ୍ତି ଫେରିଆସୁ
ବୋଲି ବିଜୁ ଜନତା ଦଳ ପକ୍ଷରୁ ନିବେଦନ କରାଯାଇଛି ।

ଏହି କ୍ୟାଣ୍ଡେଲ୍‍ ଶୋଭାଯାତ୍ରାରେ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ସାଂସଦ ଅନୁଭବ ମହାନ୍ତି, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଛାତ୍ର ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଆକାଶ ଦାସ ନାୟକ, ପ୍ରଣବ ବଳବନ୍ତରାୟ, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ବିଜୟ କୁମାର ନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ଯୁବ ସଂପାଦକ ଅମରେଶ ଜେନା, ସୁନୀଲ ପ୍ରଧାନ, ଛାତ୍ର ବିଜେଡି ଭୁବନେଶ୍ୱର ସଭାପତି ରାଣା ପ୍ରତାପ ପାତ୍ର, ରାଜ୍ୟ ଉପସଭାପତି ଅମରେଶ ପତ୍ରୀ, ହରିଶଙ୍କର ରାଉତ, ଚିନ୍ମୟ ସାହୁ, ପ୍ରକାଶ ତ୍ରିପାଠୀ, ମହିଳା ବିଜେଡି ରାଜ୍ୟ ଉପସଭାପତି ଗୀତାଞ୍ଜଳି ବସ୍ତିଆ, ସଂଯୁକ୍ତା ମହଲ, ଭୁବନେଶ୍ୱର ସଭାନେତ୍ରୀ ଭାରତୀ ସିଂହ, ମହାମାୟା ସ୍ୱାଇଁ, ରାଜେଶ ରାଜ ସ୍ୱାଇଁ, ତନ୍ମୟ ସ୍ୱାଇଁ, ମନ୍‍ଜିତ୍‍ ଦାଶ, ପ୍ରଦୋଷ ପରିଡ଼ା, ତାରିଣୀ ନାୟକଙ୍କ ସମେତ ବହୁ କର୍ପୋରେଟର୍‍
ଏହି କ୍ୟାଣ୍ଡେଲ୍‍ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Share in top social networks!